Posted inଫୁରସତ

ଅନନ୍ୟ ପ୍ରତିଭାର ଅଧିକାରୀ ବାମହାତୀ

ଅନ୍ତର୍ଜାତୀୟ ବାମହାତୀ ଦିବସ ପ୍ରତିବର୍ଷ ଅଗଷ୍ଟ ୧୩ରେ ସାରା ବିଶ୍ୱରେ ପାଳନ କରାଯାଏ। ବାମହାତର ଅର୍ଥ ହେଉଛି, ଯେଉଁମାନେ ନିଜ କାମକୁ ବାମହାତରେ ଅର୍ଥାତ୍‌ ବିପରୀତ ହାତରେ କରନ୍ତି। କୁହାଯାଏ, ଯେଉଁମାନେ ବାମହାତରେ କାମ କରନ୍ତି କିମ୍ବା ଲେଖନ୍ତି, ସେମାନଙ୍କଠାରେ ଅନନ୍ୟ ପ୍ରତିଭା ରହିଥାଏ। ସେମାନଙ୍କର ଏମିତି କିଛି ଗୁଣ ରହିଥାଏ, ଯାହା ସେମାନଙ୍କୁ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର କରିଥାଏ। ରିପୋର୍ଟ ଅନୁଯାୟୀ, ବିଶ୍ୱର ୭ରୁ ୧୦ ପ୍ରତିଶତ ଲୋକ ବାମହାତରେ ସବୁ କାମ କରିଥାନ୍ତି।
ସାମ୍ନାରେ ନିଜର ପରିଚୟ ସୃଷ୍ଟି କରୁଥିବା ଅନେକ ବାମହାତୀଙ୍କ ଜ୍ୱଳନ୍ତ ଉଦାହରଣ ରହିଛି। ଆମ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ସାରା ବିଶ୍ୱରେ ସ୍ବୀକୃତି ଲାଭ କରିଛନ୍ତି ଏବଂ ଭାରତରତ୍ନ ପୁରସ୍କାର ପାଇଛନ୍ତି। ଯଦିଓ ସଚିନ ତେନ୍ଦୁଲକର ତାଙ୍କ ଡାହାଣ ହାତରେ ବ୍ୟାଟିଂ କରନ୍ତି ତଥାପି ସେ ଲେଖାଲେଖି ପାଇଁ ବାମହାତକୁ ବ୍ୟବହାର କରିଥାନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାମହାତରେ ଲେଖିଥାନ୍ତି।
ଯେଉଁମାନେ ସାରା ବିଶ୍ୱରେ ବାମହାତୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ସେମାନଙ୍କ ମଧ୍ୟରେ ରତନ ଟାଟା, ମାର୍କ ଜୁକରବର୍ଗ, ମଦର ଟେରେସା, ଆଲବର୍ଟ ଆଇନ୍‌ଷ୍ଟାଇନ୍‌, ମ୍ୟାରି କ୍ୟୁରି, ବିଲ୍‌ ଗେଟ୍ସ ପ୍ରମୁଖ ରହିଛନ୍ତି। ଏହା ବ୍ୟତୀତ ଚାର୍ଲି ଚାପ୍‌ଲିନ, ଯୁବରାଜ ସିଂ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ବିଲ୍‌ କ୍ଲିଣ୍ଟନ, ରୋନାଲ୍ଡ ରେଗାନ, ଟେନିସ ତାରକା ରାଫେଲ ନାଡାଲ ମଧ୍ୟ ବାମହାତୀ ତାଲିକାରେ ଅଛନ୍ତି।
ଲେଫ୍ଟ ହ୍ୟାଣ୍ଡ୍‌ର ପ୍ରତିଷ୍ଠାତା ଡିନ୍‌ ଆର କ୍ୟାମ୍ପବେଲ ୧୯୭୬ରେ ବାମହାତୀ ଲୋକମାନଙ୍କର ସୁବିଧା ଏବଂ ଅସୁବିଧା ବିଷୟରେ ବର୍ଣ୍ଣନା କରିଥିଲେ। ଏହାପରେ ୧୩ ଅଗଷ୍ଟ ୧୯୯୨ରେ ‘ଲେଫ୍ଟ ହ୍ୟାଣ୍ଡର୍ସ ଡେ’ କ୍ଲବ ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ବିଶେଷକରି କ୍ରୀଡ଼ାରେ ବାମହାତୀଙ୍କର ବେଶ୍‌ ଗୁରୁତ୍ୱ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri