ଆଶୀର୍ବାଦ ଅଟାର ନବୋନ୍ମେଷୀ ଅଭିଯାନ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ମହୋତ୍ସବରେ ‘ଆଶୀର୍ବାଦ ଅଟା’ ସାମିଲ ହୋଇଛି। ଏପରିକି ଏହି ଅନନ୍ୟ ଆଞ୍ଚଳିକ ପାର୍ବଣର ଏକ ଆକାଂକ୍ଷିତ ଅଂଶ ହୋଇ ବ୍ରାଣ୍ଡ୍‌ ରହି ଆସିଛି। ନିଜର ଯାତ୍ରାକୁ ଜାରି ରଖି ଚଳିତ ବର୍ଷ ଆଶୀର୍ବାଦ ଅଟା ‘ରଥ ଯାତ୍ରା ଏକ ଐତିହ୍ୟ’ ଶୀର୍ଷକ ଏକ ନବୋନ୍ମେଷୀ ଅଭିଯାନ ଉପସ୍ଥାପନ କରୁଛି। ଏ ସମ୍ପର୍କରେ ଆଇଟିସି ଲିମିଟେଡର ସିଓଓ (ଷ୍ଟାପଲେସ ଆଣ୍ଡ ଆଡଜାସେନସିଜ) ଅନୁଜ ରୁସ୍ତଗୀ କହିଛନ୍ତି, ପୁରୀ ରଥଯାତ୍ରା ମହୋତ୍ସବରେ ବ୍ରାଣ୍ଡ୍‌ ସର୍ବଦା ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ଆସିଛି। ପ୍ରତି ବର୍ଷ ଲକ୍ଷ ଲକ୍ଷ ଭକ୍ତ ପୁରୀ ରଥଯାତ୍ରାରେ ଏକତ୍ରିତ ହୁଅନ୍ତି ଏବଂ ଆମର ବିନିମୟ ପ୍ରୟାସ ଜରିଆରେ ଆମେ ସେମାନଙ୍କର ଅନୁଭୂତି ସମୃଦ୍ଧ କରିବାର ଆଗ୍ରହ ରଖୁଛୁ। ଏପରିକି ରଥ ଟାଣିବା କାର୍ଯ୍ୟ ଏକ ପବିତ୍ର ରୀତି ଏବଂ ଚଳିତ ବର୍ଷ ପ୍ରଯୁକ୍ତିକୁ ସମନ୍ବିତ କରି ଆମେ ରଥଟଣା ଅନୁଭୂତି ସମସ୍ତଙ୍କୁ ପ୍ରଦାନ କରିବା ଲକ୍ଷ୍ୟ ରଖିଛୁ, ଯଦ୍ଦ୍ବାରା ଏହାକୁ ଅଧିକ ସହଜ ଓ ସମାବେଶୀ କରାଯାଇପାରିବ। ପ୍ରଯୁକ୍ତି ଏବଂ ଆଧ୍ୟାତ୍ମିକତାର ସମ୍ମିଶ୍ରଣ ଘଟାଇ ଆମେ ଭକ୍ତି ଓ ସଂସ୍କୃତିର ଏକ ଅଭୁଲା ଏବଂ ତଲ୍ଲିନକାରୀ ଅନୁଭୂତି ଯୋଗାଇ ଦେବା ଆଶା କରୁଛୁ। ରଥଯାତ୍ରା ଏକ ଐତିହ୍ୟ, ଭକ୍ତମାନଙ୍କୁ ଏକ ଇମର୍ସିବ ୩-ସ୍କ୍ରିନ କୌଶଳ ମାଧ୍ୟମରେ ଏକ ସମୋହିତ ଯାତ୍ରାରେ ନେଇ ଯାଉଛି, ଦର୍ଶକମାନଙ୍କୁ ପାର୍ବଣର ୧୧୦୦ଖ୍ରୀଷ୍ଟାବ୍ଦରୁ ନେଇ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଯାତ୍ରା ଜରିଆରେ ମାର୍ଗ ଦର୍ଶନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri