ଟାଟୁରୁ ହୋଇପାରେ ରକ୍ତ କର୍କଟ

ଟାଟୁରୁ ଲିମ୍ଫୋମା ବ୍ଲଡ୍‌ କ୍ୟାନ୍‌ସର ବା ରକ୍ତ କର୍କଟ ହୋଇପାରେ ବୋଲି ସ୍ବିଡେନ୍‌ରେ କରାଯାଇଥିବା ଏକ ଷ୍ଟଡିରୁ ଜଣାପଡିଛି। ୧୦ବର୍ଷ ଧରି ହୋଇଥିବା ଏହି ଗବେଷଣା ଅନୁଯାୟୀ, ୨୧% ଲୋକଙ୍କ କ୍ଷେତ୍ରରେ ଟାଟୁ ଯୋଗୁ ରକ୍ତ କର୍କଟ ହୋଇଥିବା ଆଶଙ୍କା କରାଯାଉଛି। ଟାଟୁରେ ବ୍ୟବହାର କରାଯାଉଥିବା ସ୍ୟାହି ଓ ରଙ୍ଗରେ ଥିବା କେମିକାଲ ଚର୍ମ ଦେଇ ସିଧା ରକ୍ତରେ ମିଶିଥାଏ। ଫଳରେ ଶରୀରରେ ରୋଗ ପ୍ରତିରୋଧକ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ। ଶରୀର ଭିତରେ କୌଣସି ବାହ୍ୟ ପଦାର୍ଥ ବା ଫରେନ୍‌ବଡି ପ୍ରବେଶ କଲେ ରୋଗ ପ୍ରତିରୋଧକ ସିଷ୍ଟମ ତାହାକୁ ବାହାର କରିଦେବାକୁ ଚେଷ୍ଟା କରିଥାଏ। କିନ୍ତୁ ଟାଟୁ କେମିକାଲରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବାରୁ କର୍କଟ ଭଳି ବହୁ ମାରାତ୍ମକ ରୋଗ ହେବା ଆଶଙ୍କା ଅଧିକ ରହିଛି ବୋଲି ଉଲ୍ଲେଖ କରାଯାଇଛି। ତେବେ ଗବେଷଣାକାରୀଙ୍କ ମତରେ ଏନେଇ ଆହୁରି ଅଧ୍ୟୟନ ଜାରି ରହିଛି। ଟାଟୁ ସହିତ କ୍ୟାନ୍‌ସର ସିଧାସଳଖ ସମ୍ପର୍କ ଥିବା ଏ ଯାଏ ପ୍ରମାଣିତ ହୋଇ ନ ଥିଲେ ମଧ୍ୟ ପରୋକ୍ଷ ସମ୍ପର୍କକୁ ଏଡାଯାଇ ପାରିବ ନାହିଁ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। ତେବେ ଓଡ଼ିଶାର କେତେଜଣ ଟାଟୁ ଆର୍ଟିଷ୍ଟ ଓ ଡାକ୍ତର ଏହି ଗବେଷଣାକୁ ଏଡାଇ ନ ଥିଲେ ମଧ୍ୟ ଏଭଳି ଆଶଙ୍କାରୁ ଦୂରେଇ ରହିବାକୁ କେତେକ ପରାମର୍ଶ ଦେଇଛନ୍ତି।

ପେସାଦାର ଆର୍ଟିଷ୍ଟଙ୍କ ପାଖରେ ଟାଟୁ କଲେ ଭୟ ନାହିଁ
ଟାଟୁ କରାଇବା ଆଗରୁ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବିଶେଷକରି ଯେଉଁମାନେ ଟାଟୁ କରୁଛନ୍ତି, ଶସ୍ତା ନ ଖୋଜି ପେସାଦାର ଆର୍ଟିଷ୍ଟଙ୍କ ପାଖେ ଟାଟୁ କରାଇବା ଆବଶ୍ୟକ। ଆଜି ବି ଯେକୌଣସି ମେଳା ଯାଆନ୍ତୁ ଦେଖିବେ ଟାଟୁ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବ। ସେଠି ଛୁଞ୍ଚି ପରିବର୍ତ୍ତନ ହେଉଛି କି ନାହିଁ, କେଉଁ ଇଙ୍କ୍‌ ବ୍ୟବହାର କରାଯାଉଛି ତାହା ଲୋକେ ଦେଖୁନାହାନ୍ତି। ଗ୍ଲୋବ୍‌ ପିନ୍ଧା ନାହିଁ, ସଫାସୁତରା କିଛି ନ ଥିବ, ସେଠି ଲୋକ ଟାଟୁ କରୁଛନ୍ତି। ତେଣୁ ଏଭଳି କ୍ଷେତ୍ରରେ ନିହାତି କ୍ୟାନ୍ସର ହେବ, ଏଥିରେ ଦ୍ୱିମତ ନାହିଁ।
-ରକିରଞ୍ଜନ ବିଶୋଇ, ଟାଟୁ ଆର୍ଟିଷ୍ଟ

ସତର୍କ ରହିଲେ କୌଣସି ରୋଗର ସମ୍ଭାବନା ନାହିଁ
ଆମେ ସ୍କିନ୍‌ର ୨ଟା ଲେୟାର ପର୍ଯ୍ୟନ୍ତ ଟାଟୁ କରୁଛୁ। ରକ୍ତକୁ ନିଡଲ୍ସ ଇନଜେକ୍ଟ ହେଉନି। ସେଥିପାଇଁ କ୍ୟାନ୍ସର ହେବାର ସେମିତି କୌଣସି ଚାନ୍ସ ନାହିଁ। ଏହି ସବୁ ମିଥ୍‌। ଏବେ ତ ଲେଜର ଟ୍ରିଟ୍‌ମେଣ୍ଟ କରି ଟାଟୁ ରିମୁଭ କରାଯାଉଛି। ଯେଉଁମାନେ ଟାଟୁ କରୁଛନ୍ତି, ସେମାନେ ସତର୍କ ହୋଇ କରିବା ଦରକାର। ତା’ ଛଡ଼ା କିଏ କେଉଁ ଭଳି ଇଙ୍କ ବ୍ୟବହାର କରୁଛି ସେ ଉପରେ ବିଶେଷ ଧ୍ୟାନ ଦେବା ଦରକାର। ଏସବୁ ହେଲେ ରକ୍ତ କର୍କଟ କ’ଣ କୌଣସି ରୋଗ ହେବାର ସମ୍ଭାବନା ନାହିଁ।
-ସତିଶ କୁମାର ପାତ୍ର, ଟାଟୁ ଆର୍ଟିଷ୍ଟ

ଉପଯୁକ୍ତ ପ୍ରାକ୍‌ ସାବଧାନତା ଅବଲମ୍ବନ ଜରୁରୀ
ଟାଟୁ ଇଣ୍ଡଷ୍ଟ୍ରି ବହୁତ ପୁରୁଣା। ଓଡ଼ିଶାରେ ଆଜି ଯାଏ କ୍ୟାନ୍‌ସର ଭଳି କୌଣସି ଘଟଣା ଘଟିନାହିଁ। ତା’ମାନେ ନୁହେଁ ଯେ ହେବନି। ଯଦି ଉପଯୁକ୍ତ ପ୍ରାକ୍‌ ସାବଧାନତା ଅବଲମ୍ବନ ନ କରାଯାଏ ତା’ହେଲେ ଏଭଳି ଘଟିବାର ସମ୍ଭାବନା ରହିଛି। ଉଭୟ ଆର୍ଟିଷ୍ଟ ଓ ଟାଟୁ କରୁଥିବା ଲୋକଙ୍କୁ ସଚେତନ ରହିବାକୁ ପଡ଼ିବ। ଶସ୍ତାରେ ହୋଇଯିବ ବୋଲି ଭାବି ଯେଉଁଠି ପାର ସେଇଠି କରିବା ଉଚିତ ନୁହେଁ।
-ତାପସ ରଞ୍ଜନ,ଟାଟୁ ଆର୍ଟିଷ୍ଟ

ଇନ୍‌ଷ୍ଟ୍ରକ୍ସନ ନ ମାନିଲେ ଫୁଲିବା, କୁଣ୍ଡାଇ ହୋଇଥାଏ
କେବେଠୁ ତ ଲୋକେ ଟାଟୁ କରୁଛନ୍ତି। ଆଉ କ୍ୟାନ୍ସର ହେଲା ଭଳି କୌଣସି ଘଟଣା ଏ ଯାଏ ଶୁଣିବାକୁ ମିଳିନି। ବେଳେବେଳେ ଟାଟୁ କରିଥିବା ବ୍ୟକ୍ତି ଯାହା ଇନଷ୍ଟ୍ରକ୍ସନ ଦିଆଯାଇଥାଏ ନ ମାନିଲେ ଟାଟୁ କରିଥିବା ସ୍ଥାନ ଫୁଲିବା ନ ହେଲେ କୁଣ୍ଡାଇ ହେବା ଭଳି ସମସ୍ୟା ଆସେ। ମାତ୍ର କୌଣସି ବଡ଼ ଘଟଣା ଘଟିନି। ସେହିପରି ବଜାରରେ ନିଡଲ୍ସ ମଧ୍ୟ ୫୦୦ରୁ ୫୦୦୦ ମଧ୍ୟରେ ଆସୁଛି। ତେଣୁ ଯେତେ ସତର୍କ ହୋଇ କରିବେ ଭଲ।
-ଲୋକନାଥ ବାରିକ, ଟାଟୁ ଆର୍ଟିଷ୍ଟ

ଅନ୍ୟ କ୍ୟାନ୍‌ସର ମଧ୍ୟ କରାଇପାରେ
ଟାଟୁକୁ ନେଇ ବିଭିନ୍ନ ସମୟରେ ଅନେକ ରିପୋର୍ଟ ପ୍ରକାଶ ପାଇଛି। ଟାଟୁରେ ବ୍ୟବହାର ହେଉଥିବା ଇଙ୍କରେ ମର୍କୁରି, ଲିଡ୍‌, କାର୍ଡମିୟମ ରହୁଛି। ଏହା ଶରୀରକୁ ପ୍ରବେଶ କଲେ ଡିଏନ୍‌ଏକୁ ଆଗ ଡ୍ୟାମେଜ କରେ। ପରେ ପରେ ଏହା ଲିଭର୍‌କୁ ମଧ୍ୟ ଆଫେକ୍ଟ କରେ। ଟାଟୁ ସ୍କିନ୍‌ରେ ହେଉଛି ବୋଲି କେବଳ ସ୍କିନ କି ବ୍ଲଡ୍‌ କ୍ୟାନ୍ସର ହେବ ଏହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। ଏହାର ନାନୋ ପାର୍ଟିକିଲ୍‌ସ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଅନ୍ୟ କ୍ୟାନ୍ସର ମଧ୍ୟ କରାଇପାରେ।
-ନିରୋଜ କୁମାର ମିଶ୍ର, ସ୍ବାସ୍ଥ୍ୟ ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri