Posted inଫୁରସତ

ଚେତା ଥିବା ଅବସ୍ଥାରେ ରୋଗୀଙ୍କ ଅସ୍ତ୍ରୋପଚାର

ଶିକାଗୋ: ସାଧାରଣତଃ ଅପରେଶନ୍‌ ସମୟରେ ରୋଗୀଙ୍କୁ ଚେତାଶୂନ୍ୟ କରାଯାଇଥାଏ। କିନ୍ତୁ ଆମେରିକାର ଶିକାଗୋରେ ଏକ ଅସ୍ତ୍ରୋପଚାର ସମୟରେ ଜନ୍‌ ନିକୋଲସ(୨୮) ନାମକ ଜଣେ ରୋଗୀ ସମ୍ପୂର୍ଣ୍ଣ ଜାଗ୍ରତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋମବାର ସିକାଗୋର ସ୍ଥାନୀୟ ଉତ୍ତର-ପଶ୍ଚିମ ମେମୋରିଆଲ ହସ୍ପିଟାଲରେ ନିକୋଲସଙ୍କର ସଫଳ ଅସ୍ତ୍ରୋପଚାର ସହ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ତେବେ ଅପରେଶନ ସମୟରେ ସେ କୌଣସି ଯନ୍ତ୍ରଣା ଅନୁଭବ କରିନାହାନ୍ତି ଏବଂ ତାଙ୍କୁ ମାତ୍ର ୨୪ ଘଣ୍ଟା ପରେ ଡାକ୍ତରଖାନାରୁ ଡିସଚାର୍ଜ କରିଦିଆଯାଇଥିବା ନିକୋଲସ କହିଛନ୍ତି।

ଏହା ଏକ ନୂତନ ପଦ୍ଧତିର ଅସ୍ତ୍ରୋପଚାର ହୋଇଥିବା କହି କିଡ୍‌ନୀ ପ୍ରତିରୋପଣ ପାଇଁ ଏହା ସରଳ ଓ ସୁବିଧାଜନକ ପଦ୍ଧତି ବୋଲି ଉତ୍ତର-ପଶ୍ଚିମ ମେମୋରିଆଲ ହସ୍ପିଟାଲର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ସତୀଶ ନାଦିଗ୍‌ ସୂଚନା ଦେଇଛନ୍ତି। ଏହି ନୂତନ ପଦ୍ଧତି ରୋଗୀଙ୍କ ଅଭିଜ୍ଞତାକୁ ଉନ୍ନତ କରି ତାଙ୍କୁ ଜାଗ୍ରତ ରହିବାକୁ ଅନୁମତି ଦେଇଥାଏ ବୋଲି ସେ କହିଛନ୍ତି। ଏହି ମାମଲାରେ ନିକୋଲସଙ୍କୁ ଅପରେଶନ କକ୍ଷ ମଧ୍ୟରେ ସ୍ପାଇନଲ ଆନାସ୍ଥେସିଆ ଇଞ୍ଜେକ୍ସନ ଦିଆଯାଇଥିଲା। ସାଧାରଣ ଆନାସ୍ଥେସିଆ ପ୍ରତି ଫୋବିଆ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ନୂତନ ପଦ୍ଧତି ଅବଲମ୍ବନ କରାଯାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି।

ଏହାସହ ଏହି ପଦ୍ଧତି ରୋଗୀଙ୍କ ଡାକ୍ତରଖାନାର ରହଣିକୁ ମଧ୍ୟ ହ୍ରାସ କରିପାରିବ। ଯଦିଓ ସାଧାରଣ ଆନାସ୍ଥେସିଆ ପ୍ରତି ନିକୋଲସଙ୍କର ଫୋବିଆ ନ ଥିଲା, ତେବେ ତାଙ୍କର ବୟସ, ସୀମିତ ରିସ୍କ ଫ୍ୟାକ୍ଟର ଓ ଏହି ନୂତନ ପଦ୍ଧତିର ଅସ୍ତ୍ରୋପଚାରରେ ସାମିଲ ହେବାକୁ ଆଗ୍ରହ ଯୋଗୁ ନିକୋଲସଙ୍କୁ ହସ୍ପିଟାଲ ପକ୍ଷରୁ ପ୍ରକୃତ ପ୍ରାର୍ଥୀ ଭାବେ ବିଚାର କରାଯାଇଥିବା ଡାକ୍ତର ନାଦିଗ୍‌ କହିଛନ୍ତି। ମାତ୍ର ୨ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥିବା ନେଇ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡକ୍ଟର ସତୀଶ ନାଦିଗ୍‌ ଏକ ପ୍ରେସ ବିବୃତି ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

ପାଣି ତଳେ ମହଲ: ୫୦୦ ବର୍ଷ ପରେ ଆଜିବି ରହସ୍ୟମୟ ଏହି ଐତିହ୍ୟ ସ୍ଥାନ

ମଧ୍ୟପ୍ରଦେଶର ସୁନ୍ଦର ଏବଂ ଐତିହାସିକ ସହର ମାଣ୍ଡୁରେ ଏକ ଐତିହ୍ୟ ସ୍ଥାନ ଅଛି, ଯାହା ପ୍ରଥମ ନଜରରେ ଏକ ପୋଖରୀ ପରି ଦେଖାଯାଏ। କିନ୍ତୁ ପ୍ରକୃତରେ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

ଦୁଇ ବିଶାଳ ହାତୀଙ୍କ ଭୟଙ୍କର ଲଢ଼େଇ: ବଦଳିଗଲା ଜଙ୍ଗଲ, ଚାରିଆଡ଼ ହେଲା ଧୂଳିମୟ, ଭିଡିଓ ଦେଖିଲେ…

ଜଙ୍ଗଲ ଦୁନିଆ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଅନେକ ସମୟରେ ଏଠାରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri