ବର୍ଷେ ପରେ ବି କାମରେ ଆସୁନି

କଟକ, ୨୩ା୬(ଶିଳ୍ପା ପ୍ରିୟଦର୍ଶିନୀ): ରାଜ୍ୟରେ ଶିଶୁ ରୋଗ ଚିକିତ୍ସା ଦିଗରେ କଟକ ଶିଶୁଭବନ ଗୁରୁତ୍ୱପୂର୍ଣ ଭୂମିକା ବହନ କରିଆସୁଛି। ତେଣୁ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ଲକ୍ଷ୍ୟରେ ୧୨୭ କୋଟି ଟଙ୍କା ବ୍ୟୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁରୋଗ ପ୍ରତିଷ୍ଠାନର ନୂତନ କୋଠା ନିର୍ମାଣ କରାଯାଇଛି। ନିର୍ମାଣ ଶେଷ ପରେ ଏହି ଅଟ୍ଟାଳିକାକୁ ୱାର୍କସ ବିଭାଗ ମେଡିକାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାର ଇତିମଧ୍ୟରେ ଏକବର୍ଷ ବିତି ଲାଣି। ଏହା ସତ୍ତ୍ୱେ ନୂତନ ଅଟ୍ଟାଳିକା ଲୋକାର୍ପିତ ହୋଇପାରୁ ନାହିଁ, ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କର୍ମଚାରୀ ସଙ୍କଟ ଯୋଗୁ ନୂତନ କୋଠାରେ ରୋଗୀ ସେବା ଆରମ୍ଭ ହୋଇପାରୁ ନ ଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଥିବାବେଳେ ଏସମ୍ପର୍କରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ପ୍ରଦୀପ କୁମାର ଜେନାଙ୍କଠାରୁ କୌଣସି ମତାମତ ମିଳିପାରୁ ନାହିଁ।
ମିଳିଥିବା ସୂଚନା ମୁତାବକ, ଶିଶୁଭବନର ଉନ୍ନତୀକରଣ ପାଇଁ ନୂତନ ପ୍ରକଳ୍ପ ୨୦୨୦ ଫେବୃଆରୀରେ ଆରମ୍ଭ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ବିତିସାରିଛି। କିନ୍ତୁ ନୂତନ କୋଠାଟି ରୋଗୀ ସେବାରେ ଲାଗି ପାରୁନାହିଁ। ଏହା ୭ମହଲା(ଜି+୬) ବିଶିଷ୍ଟ ହୋଇଥିବାବେଳେ ଏଥିରେ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ହଷ୍ଟେଲ ସମେତ ଅନ୍ୟାନ୍ୟ ବିଭାଗ ରହିଛି। ଏବେ ଶିଶୁ ଭବନରେ ୨ଟି ଆଉଟଡୋର ବା ଓପିଡି ରହିଛି। ସେଥିମଧ୍ୟରୁ ଗୋଟିଏ ସର୍ଜରି ଓ ଅନ୍ୟଟି ସାଧାରଣ ଓପିଡି ରହିଛି। କିନ୍ତୁ ନୂତନ କୋଠାର ମଲ୍ଟି ୟୁଟିଲିଟି କମ୍ପ୍ଲେକ୍ସର ଗ୍ରାଉଣ୍ଡ ଫ୍ଲୋରରେ ୧୦ଟି ଓପିଡି ରହିବ। ଏଥିସହ ୪ଟି ସୁପର ସ୍ପେଶାଲିଟି ଓପିଡି ଏହି କମ୍ପ୍ଲେକ୍ସ ଭିତରେ କାର୍ଯ୍ୟ କରିବ। କୋଠାର ତଳ ମହଲାରେ ୩ହଜାର ୬୮୨ ବର୍ଗଫୁଟ ଜାଗା ବ୍ୟବହାର କରାଯାଇଥିବା ବେଳେ ମୋଟ ୧୪ଟି ଓପିଡି ରୁମ୍‌ ରହିବ। ଏହାସହ ୪୬ଟି କାଜୁଆଲିଟି ଶଯ୍ୟା ଏବଂ ଏକ ମାଇନର ଅପରେଶନ ଥିଏଟର ରୁମ୍‌ ମଧ୍ୟ ଏଠାରେ ଖୋଲିବ। ପ୍ରଥମ ମହଲାରେ ୩ହଜାର ୨୨ବର୍ଗଫୁଟ ଜାଗା ବ୍ୟବହାର ହୋଇଛି। ଏଠାରେ କେବଳ ୧୧୦ ଶଯ୍ୟା ଶିଶୁରୋଗୀଙ୍କ ନିମନ୍ତେ ମହଜୁଦ ରଖାଯିବ। ଦ୍ୱିତୀୟ ମହଲାରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ୟୁନିଟ କାର୍ଯ୍ୟ କରିବ। ଏହି ମହଲାରେ ୩ହଜାର ୪୭୦ବର୍ଗଫୁଟ୍‌ ଜାଗା ବ୍ୟବହାର ହୋଇଛି। ଏଠାରେ ୩୦ ଶଯ୍ୟା ବିଶିଷ୍ଟ ହାଇ ଡିପେଣ୍ଡାଣ୍ଟ ୟୁନିଟ(ଏଚ୍‌ଡିୟୁ), ୧୫ ଶଯ୍ୟା ବିଶିଷ୍ଟ ପେଡିଆଟ୍ରିକ ଇନ୍‌ଟେନ୍‌ସିଭ କେୟାର ୟୁନିଟ(ପିଆଇସିୟୁ), ୪୦ ଶଯ୍ୟାବିଶିଷ୍ଟ ନିଓନାଟାଲ ଇନ୍‌ଟେନ୍‌ସିଭ୍‌ କେୟାର ୟୁନିଟ(ଏନ୍‌ଆଇସିୟୁ), ୧୧ଶଯ୍ୟା ବିଶିଷ୍ଟ କଙ୍ଗାରୁ ମଦର କେୟାର ୱାର୍ଡ(କେଏମ୍‌ସି) ଖୋଲିବ। ଏହାବ୍ୟତୀତ ଏକ ଫିଡିଂ ରୁମ୍‌ ରହିବ, ଯେଉଁଠାରେ ୬ଟି ଶଯ୍ୟା ଉପଲବ୍ଧ ରହିବ। ଏହି ମହଲାରେ ୬୦ଶଯ୍ୟାବିଶିଷ୍ଟ ପେଡିଆଟ୍ରିକ ମେଡିସିନ ୱାର୍ଡ ମଧ୍ୟ ଖୋଲିବ। ନୂତନ କୋଠାର ୫ମ ଏବଂ ୬ଷ୍ଠ ମହଲାକୁ ମେଡିକାଲର ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ବ୍ୟବହାର କରାଯିବ। ୬ଷ୍ଠ ମହଲାରେ ସମ୍ମିଳନୀ ଗୃହ, ସେମିନାର କକ୍ଷ ଏବଂ ପ୍ରଶିକ୍ଷଣ ଗୃହ ରହିବ। ସେହିପରି ୩ୟ ମହଲାରେ ୨୦୦ଶଯ୍ୟାବିଶିଷ୍ଟ ନ୍ୟୁ ବର୍ନ ୟୁନିଟ, ୯୨ ଶଯ୍ୟାବିଶିଷ୍ଟ ମାତୃ ବିଶ୍ରାମ ୱାର୍ଡ, ୨୨ ଶଯ୍ୟାବିଶିଷ୍ଟ କଙ୍ଗାରୁ ମଦର କେୟାର ୱାର୍ଡ, ୪ର୍ଥ ମହଲାରେ ୪୦ ଶଯ୍ୟାବିଶିଷ୍ଟ ପେଡିଆଟ୍ରିକ ସର୍ଜରି ୱାର୍ଡ ଏବଂ ୩ଟି ଅପରେସନ ଥିଏଟର କାର୍ଯ୍ୟ କରିବ। ସେହିପରି ନୂତନ ହଷ୍ଟେଲ କୋଠା ନିର୍ମାଣ ନିମନ୍ତେ ୪ହଜାର ୯୭୪ ବର୍ଗଫୁଟ ଜାଗା ବ୍ୟବହାର କରାଯାଇଛି। ଏଠାରେ ମୋଟ ୧୨୪ ପ୍ରକୋଷ୍ଠ ରହିବ। ସେଥିମଧ୍ୟରୁ ଡାକ୍ତରୀ ଛାତ୍ରୀଙ୍କ ନିମନ୍ତେ ୫୦ଟି, ଡାକ୍ତରୀ ଛାତ୍ରଙ୍କ ନିମନ୍ତେ ୫୦ଟି ଏବଂ ଡାକ୍ତର ଦମ୍ପତିଙ୍କ ନିମନ୍ତେ ୨୪ଟି ପ୍ରକୋଷ୍ଠ ରହିଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri