ଚରିତ୍ରବତ୍ତା

ନାରୀ ପ୍ରତି ଯୌନ ଉତ୍ସୃଙ୍ଖଳତା ଯୁଗେ ଯୁଗେ ଏକ ଦୁରାରୋଗ୍ୟ ବ୍ୟାଧିପରି ସମାଜକୁ ଆକ୍ରାନ୍ତ କରିବାରେ ଲାଗିଛି। ସୀତାଙ୍କୁ ହରଣ କରି ନ ଥିଲେ ରାବଣ ପରି ବ୍ରହ୍ମଜ୍ଞାନୀର ବିନାଶ ହୋଇ ନ ଥାନ୍ତା। କବି ବିଶ୍ୱନାଥ ଖୁଣ୍ଟିଆ ‘ବିଚିତ୍ର ରାମାୟଣ’ରେ ଲେଖିଲେ-‘ବୋଲେ ବିଶି ସୀତା ହରିଲା ଦିନରୁ ଦଇବ ତାହାକୁ ଛାଡ଼ିଲା।’ ସେହିପରି ଦ୍ରୌପଦୀଙ୍କର ଅପମାନରୁ ହିଁ ବିଭୀଷିକାମୟ ମହାଭାରତ ଯୁଦ୍ଧର ଅୟମାରମ୍ଭ ଓ ଏକ ଅଧର୍ମୀ ପରାକ୍ରମଶାଳୀ ରାଜବଂଶର ମହାବିନାଶ।
ନାରୀର ଶାରୀରିକ ସୌନ୍ଦର୍ଯ୍ୟରେ ପଥହରା ହୋଇ ଯୁଗେ ଯୁଗେ ମୁନିଋଷି ମଧ୍ୟ ଭ୍ରମିତ ହୋଇଥିବାର ଦୃଷ୍ଟାନ୍ତ ପୁରାଣପୃଷ୍ଠାରେ ଦେଖିବାକୁ ମିଳେ। ଏ ସମ୍ବନ୍ଧରେ ଏକ ପୌରାଣିକ କାହାଣୀ ଆଲୋଚନାସାପେକ୍ଷ। ଜୈମିନି ଋଷି ଥିଲେ ମହର୍ଷି ବ୍ୟାସଦେବଙ୍କର ପ୍ରିୟଶିଷ୍ୟ। ତାଙ୍କର ପ୍ରଜ୍ଞାଶୀଳ ବ୍ୟକ୍ତିତ୍ୱ ବ୍ୟାସଦେବଙ୍କୁ ଆକୃଷ୍ଟ କରିଥିଲା। ଶ୍ରୀମଦ୍‌ଭାଗବତ ରଚନା ସମୟରେ ଗୁରୁ ବ୍ୟାସଦେବ ଶିଷ୍ୟ ଜୈମିନିଙ୍କୁ କହିଲେ, ଟିକେ ଦେଖିନିଅ କାଳେ କେଉଁଠି କିଛି ଭୁଲ୍‌ ଥିବ। ସଂସ୍କୃତ ଭାଗବତର ନବମ ସ୍କନ୍ଦରେ ବ୍ୟାସଦେବ ଶ୍ଳୋକଟିଏ ଲେଖିଥିଲେ- ଇନ୍ଦ୍ରିୟସମୂହ ଏତେ ବଳବାନ୍‌ ଯେ ବଡ଼ ବଡ଼ ବିଦ୍ୱାନ୍‌ମାନଙ୍କୁ ଭ୍ରମିତ ଓ ବିଚଳିତ କରିଥାନ୍ତି।’ ଶ୍ଳୋକଟି ପଢ଼ି ଜୈମିନି ଗୁରୁଙ୍କୁ କହିଲେ, ସେ ଭୁଲ୍‌ କରିଛନ୍ତି। ବିଦ୍ୱାନ୍‌ ଓ ପଣ୍ଡିତ ବ୍ୟକ୍ତି କେବେହେଲେ ଇନ୍ଦ୍ରିୟାସକ୍ତ ହୁଅନ୍ତି ନାହିଁ। ବ୍ୟାସଦେବ ଏ କଥା ଅସ୍ବୀକାର କଲେ ଓ ଯଥାସମୟରେ ସେ ଶ୍ଳୋକଟିର ଔଚିତ୍ୟ ପ୍ରମାଣ କରିବେ ବୋଲି ପ୍ରତିଜ୍ଞା କଲେ।
ଦିନେ ଏକ ବର୍ଷଣମୁଖର ଅପରାହ୍ନରେ ଜୈମିନି ଦେଖିଲେ ତାଙ୍କ କୁଟିର ସନ୍ନିକଟ ବୃକ୍ଷତଳେ ଜଣେ ଅସାମାନ୍ୟା ସୁନ୍ଦରୀ ଯୁବତୀ ବର୍ଷାରେ ଭିଜୁଛନ୍ତି। ଜୈମିନି ତାଙ୍କ ନିକଟକୁ ଯାଇ କହିଲେ, ବର୍ଷାରେ ନ ଭିଜି କିଛି ସମୟ ମୋ କୁଟିରରେ ବିଶ୍ରାମ କରନ୍ତୁ। ଯୁବତୀ କହିଲେ,ଆପଣ ଜଣେ ପୁରୁଷ ଓ ମୁଁ ନାରୀ। ନିର୍ଜନ କୁଟିରରେ କିପରି ଆପଣଙ୍କୁ ଭରସା କରିବି? ଉତ୍ତରରେ ଜୈମିନି କହିଲେ- ତୁମେ ବୋଧେ ଜ୍ଞାତ ନୁହଁ ଯେ ମୁଁ ମୀମାଂସା ଶାସ୍ତ୍ରର ପ୍ରଣେତା ଆଚାର୍ଯ୍ୟ ଜୈମିନି। ଇନ୍ଦ୍ରିୟ ଦମନ କରିଥିବା ସ୍ଥିତପ୍ରଜ୍ଞ ଜୈମିନିଙ୍କୁ ଭରସା ନ କରି ଆଉ କାହାକୁ ବା ଭରସା କରିବ? ଯୁବତୀ ନିଶଙ୍କଚିତ୍ତରେ କୁଟିର ମଧ୍ୟକୁ ପ୍ରବେଶ କଲେ। ତାଙ୍କ ଅଲୌକିକ ରୂପଲାବଣ୍ୟ ସନ୍ଦର୍ଶନରେ ଜୈମିନିଙ୍କ ବିଚାରଧାରାରେ ଏକ ଆସ୍ବାଭାବିକ ପରିବର୍ତ୍ତନ ଆସିଲା। ସେ ଯୁବତୀଙ୍କୁ କହିଲେ, ତୁମେ ଅସାମାନ୍ୟା ସୁନ୍ଦରୀ ଓ ଅବିବାହିତା ମଧ୍ୟ। ମୋତେ ବିବାହ କରିବାରେ କିଛି ଆପତ୍ତି ଅଛି? ଯୁବତୀ କହିଲେ ମୋର ସେପରି କିଛି ଆପତ୍ତି ନାହିଁ। ମାତ୍ର ଏକ ପିତୃଦତ୍ତ ସର୍ତ୍ତ ରହିଛି। ସର୍ତ୍ତଟି ଏହିପରି ଯେ- ଯେଉଁ ପୁରୁଷ ମୁହଁରେ କଳା ବୋଳି ଘୋଡ଼ାପରି ମୋତେ ପିଠିରେ ବସାଇ ନିକଟସ୍ଥ ଅମ୍ବିକା ମନ୍ଦିରରେ ଦର୍ଶନ କରାଇବେ ସେ ହିଁ ମୋର ପାଣି ଗ୍ରହଣ କରିବେ। ଜୈମିନି ନିଜର ପ୍ରତିଷ୍ଠା ଭୁଲି ଯୁବତୀଙ୍କ ପ୍ରସ୍ତାବରେ ସମ୍ମତ ହେଲେ। ପୂର୍ବ ଯୋଜନା ଅନୁଯାୟୀ ଅମ୍ବିକା ମନ୍ଦିରରେ ମହର୍ଷି ବ୍ୟାସ ଲୁଚି ବସିଥିଲେ। ସେ ତତ୍‌କ୍ଷଣାତ୍‌ ଜୈମିନିଙ୍କ ସମ୍ମୁଖକୁ ଆସି କହିଲେ- ଏଥର କୁହ ବତ୍ସ! ତୁମେ ଠିକ୍‌ ନା ମୁଁ ଠିକ୍‌। ଅତ୍ୟନ୍ତ ଲଜ୍ଜାବନତ ହୋଇ ଜୈମିନି ନିଜର ଭୁଲ୍‌ ସ୍ବୀକାର କଲେ। ବ୍ୟାସଦେବ ସେହିଠାରେ କହିଥିଲେ, ଯେତେବଡ଼ ଜ୍ଞାନୀ ଗୁଣୀ ହୋଇଥିଲେ ମଧ୍ୟ ଇନ୍ଦ୍ରିୟ ଦମନ କରି ନ ପାରିଲେ ତା’ର ସମସ୍ତ ସାଧନା ବ୍ୟର୍ଥ।
କବିବର ରାଧାନାଥ ଚନ୍ଦ୍ରଭାଗା କାବ୍ୟରେ ଲେଖିଲେ-‘ଦାରୁ ଭେଦକ୍ଷମ ଭ୍ରମର ପଶି କମଳ କୋଳେ- ପାସୋରେ ଆପଣା ବିକ୍ରମ ପ୍ରେମ ମୋହନ ଭୋଳେ’ ଅର୍ଥାତ୍‌ ଯେଉଁ ଭ୍ରମର ଶକ୍ତ ଦାରୁକୁ ଯେଉଁମାନେ ନାରୀକୁ ଏକ ସମ୍ଭୋଗ ସାମଗ୍ରୀ ମନେକରି ତା’ ସହ ଅବିଚାରିତ ବ୍ୟବହାର କରନ୍ତି ସେମାନେ ହୁଏତ ନିଜ କ୍ଷମତା ବଳରେ ଅନ୍ୟର କଣ୍ଠରୋଧ କରିପାରନ୍ତି, ମାତ୍ର ଈଶ୍ୱରୀୟ ଦରବାରରେ ସେମାନଙ୍କୁ କ୍ଷମା ନାହିଁ। ଆମତ୍ ସଂଯମତା ରକ୍ଷା ନ କରିପାରିଲେ ବ୍ୟକ୍ତି ନିଜର ମୂଲ୍ୟବାନ୍‌ ବ୍ୟକ୍ତିତ୍ୱକୁ ହରାଇ ବସେ। ଯୁଗେ ଯୁଗେ ଚରିତ୍ରବତ୍ତାର ଉପାସନା କରାଯାଏ।

  • ବୈକୁଣ୍ଠନାଥ ମିଶ୍ର
    ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri