ତାତି ଥମିନି, ଆଶ୍ରୟ ପାଇଁ ଜାଗା ନାହିଁ: ଲୋକେ ହଟହଟା

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ତାପମାତ୍ରା ଥମିବାର ନଁା ନେଉ ନାହିଁ। ବରଗଡ଼ ଜିଲାରେ ଦିନକୁଦିନ ତାପମାତ୍ରା ବଢ଼ି ଚାଲିଛି। ତାତି ସାଙ୍ଗକୁ ଗୁଳୁଗୁଳି, ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଆହୁରି ଦହଗଞ୍ଜ କରିପକାଉଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ପ୍ରଭାବ ଲାଗି ରହୁଛି। ରାତିରେ ମଧ୍ୟ ଗୁଳୁଗୁଳିରୁ ନିସ୍ତାର ମିଳୁ ନାହିଁ। ବିଭିନ୍ନ ସମୟରେ ବିଦ୍ୟୁତ୍‌ କାଟ୍‌ ଆହୁରି ଅସ୍ତବ୍ୟସ୍ତ କରିପକାଉଛି। ଅନ୍ୟପଟେ ଗ୍ରୀଷ୍ମ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା କୁହାଯାଉଥିଲେ ସୁଦ୍ଧା ତାହା ଧର୍ମକୁ ଆଖିଠାର ଭଳି ହୋଇଥିବା ପରିଲକ୍ଷିତ ହେଉଛି।
ତାତି ବୃଦ୍ଧି ଯୋଗୁ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି। ସହରାଞ୍ଚଳରେ ଏହି ସମସ୍ୟା ଅଧିକ ରହିଛି। ତାତି ସମୟରେ ଲୋକେ ପୂର୍ବରୁ ରାସ୍ତାପାର୍ଶ୍ୱ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇ କିଛି ସମୟ ବିତାଉଥିଲେ। ମାତ୍ର ଜବରଦଖଲ ଉଚ୍ଛେଦ ଯୋଗୁ ସେଭଳି ଅନେକ ଦୋକାନ ଗୃହକୁ ହଟାଇଦେଇଛି। କେବଳ ସେତିକି ନୁହେଁ, ତାତି ସମୟରେ ଲୋକଙ୍କୁ ଛାଇ ଦେଉଥିବା ରାସ୍ତାପାର୍ଶ୍ୱ ସମେତ ବିଭିନ୍ନ ସ୍ଥାନରେ ଦୀର୍ଘଦିନରୁ ରହିଥିବା ଗଛଗୁଡ଼ିକ ମଧ୍ୟ ଆଉ ନାହିଁ। ଫଳରେ ଏବେ ଟାଣଖରାରେ ଆଶ୍ରୟ ନେବା ପାଇଁ ଲୋକଙ୍କୁ ବହୁ ହଟହଟା ହେବାକୁ ପଡୁଛି।
ଫଳରେ ଏବେ ତାତିରୁ ମୁକ୍ତି ପାଇଁ ମୁଣ୍ଡ ଗୁଞ୍ଜିବାକୁ ପଥଚାରୀମାନଙ୍କୁ ବାର ଶୁଣ୍ଢୀପିଣ୍ଡା ହେବାକୁ ପଡୁଛି। ସେହିପରି ରାସ୍ତାଘାଟରେ ରହିଥିବା ଅସ୍ଥାୟୀ ବସ୍‌ଷ୍ଟପ୍‌, ଅଟୋ ଷ୍ଟାଣ୍ଡଗୁଡ଼ିକରେ ଯାତ୍ରୀମାନଙ୍କୁ ମଧ୍ୟ ଖରାତାତି ସହିତ ବସ୍‌, ଅଟୋ ଆଦିକୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି। ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଲୋକେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ମାତ୍ର ଏଭଳି ସ୍ଥାନରେ କେଉଁଠି ମଧ୍ୟ ରାସ୍ତାପାର୍ଶ୍ୱରେ ଗ୍ରୀଷ୍ମ ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ଦେଖିବାକୁ ମିଳୁ ନାହିଁ ଏବଂ ପଥଚାରୀଙ୍କଠାରୁ ଆରମ୍ଭ କରି ଯାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହଟହଟା ହେବାକୁ ପଡୁଛି।
ସେହିପରି ରାସ୍ତାଘାଟ କିମ୍ବା ଜନବହୁଳ ସ୍ଥାନରେ ପର୍ଯ୍ୟାପ୍ତ ପାନୀୟଜଳ ବ୍ୟବସ୍ଥା ମଧ୍ୟ ରହିଥିବା ଦେଖିବାକୁ ମିଳୁନାହିଁ। କାଁ ଭାଁ କେଉଁଠି ଜଳଛତ୍ର ଖୋଲାଯାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ। ଅନ୍ୟପଟେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାସ୍ତାପାର୍ଶ୍ୱରେ ଥଣ୍ଡା ପାନୀୟ, ସରବତ ଆଦି ବଣ୍ଟନ କରାଯାଉଛି। ତେବେ ପର୍ଯ୍ୟାପ୍ତ ଜଳଛତ୍ର ନ ଥିବାରୁ ବାଟେଘାଟେ ଲୋକେ ରାସ୍ତାପାର୍ଶ୍ୱ ଦୋକାନରୁ ପାଣି, ସରବତ କିଣି ପିଉଥିବା ପରିଲକ୍ଷିତ ହେଉଛି। ଏହାସହିତ ଫୁଟ୍‌ପାଥ୍‌ରୁ ତରଭୁଜ କିଣି ଖାଇବା ସହିତ ପଇଡ଼ ପାଣି ପିଉଥିବା ଦେଖିବାକୁ ମିଳୁଛି। ତେବେ ତାତି ଯେଭଳି ବଢ଼ି ଚାଲିଛି, ତୁରନ୍ତ ପଥଚାରୀଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ ସହିତ ପର୍ଯ୍ୟାପ୍ତ ଜଳଛତ୍ର ଖୋଲା ନଗଲେ ଲୋକଙ୍କ ଏହି ଦୁର୍ଦ୍ଦଶା ଆହୁରି ବଢ଼ିବା ସହିତ ଲୋକେ ଅଂଶୁଘାତର ସମ୍ମୁଖୀନ ହେବାର ମଧ୍ୟ ଆଶଙ୍କା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri