ବଢୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା,୨୩ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ପାରଦ ୪୦ ଡିଗ୍ରୀ ଉପରେ ଅଛି। ମହାନଦୀ, ବାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀ ଶୁଖିଲା ପଡ଼ିଛିି। ଜନଜୀବନ ପାଇଁ ପାଣି ନାହିଁ। ଜିଲା ପ୍ରଶାସନର ଜନଶୁଣାଣି ଶିବିରରେ ଏପ୍ରକାର ଅଭିଯୋଗ ବଢ଼ିଛାଲିଛି। କେତେକ ସ୍ଥାନରେ ପାନୀୟ ଜଳ ପାଇଁ ଆନ୍ଦୋଳନ ହେଉଛି। ଉପକୂଳବର୍ତ୍ତୀ ଏହି ଜିଲାରେ ୧୭,୨୩୮ଟି ନଳକୂପ, ୩୩୧ ପାନୀୟଜଳ ପ୍ରକଳ୍ପ, ୧୮୧ ଓଭରହେଡ୍‌ ଟାଙ୍କି ଜିଲାବାସୀଙ୍କ ପାନୀୟଜଳ ପାଇଁ ରହିଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ତଥ୍ୟରେ ଉଲ୍ଲେଖ ଅଛି। ଏହାସତ୍ତ୍ୱେ ଜିଲାବାସୀଙ୍କ ଶୋଷ ମେଣ୍ଟୁନାହିଁ। ରାଜ୍ୟର ଏକମାତ୍ର ଜଳସଙ୍କଟ ଜିଲା ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ ଜଳଶକ୍ତି ଅଭିଯାନ ମାଧ୍ୟମରେ ଭୂତଳ ଜଳ ରିଚାର୍ଜ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହାର ସୁଫଳ ଜିଲାବାସୀ ପାଉନାହାନ୍ତି। କେନ୍ଦ୍ର ସରକାରଙ୍କ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ଯୋଜନା ଏହି ଜିଲାରେ ଏବେ ବି ସ୍ବପ୍ନ ହୋଇ ରହିଥିବା ମତ ମିଳିଛି। ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ ପାଢ଼ୀ, ବିଭୂତି ଭୂଷଣ ରାଉତ, ପ୍ରତାପ ରଞ୍ଜନ ତ୍ରିପାଠୀ, ଦେବାଶିଷ ସାମଲ, ମନୋଜ କୁମାର ସିଂ ପ୍ରମୁଖ କହିଛନ୍ତି, ୭ ନଦୀ ପ୍ରବାହିତ ହେଉଥିବା କେନ୍ଦ୍ରାପଡ଼ା ଜିଲାରେ ପାନୀୟ ଜଳସଙ୍କଟ ଏକ ମୁଖ୍ୟ ସମସ୍ୟା। ସମୁଦ୍ର ତଟବର୍ତ୍ତୀ ଜିଲା ହୋଇଥିବାରୁ ଭୂତଳଜଳ ଲୁଣା ହୋଇଯାଇଛି। ଟାଙ୍କିଗୁଡ଼ିକ ପ୍ରାୟ ଶୁଖିଲା ରହୁଛି। ଉପାନ୍ତ ଅଞ୍ଚଳରେ ଗୋଟିଏ ନଳକୂପ ଖୋଳିଲେ ଅନୂ୍ୟନ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସେଥିରୁ ମଧ୍ୟ ଲୁଣିପାଣି ବାହାରୁଛି। ସେହିପରି ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ୭ ନଦୀରୁ ଶିଳ୍ପ ଜଳ ଶୋଷୁଛି। ଫଳରେ ଜଳଧାରା ହ୍ରାସ ହୋଇଛି। ଏହାଯୋଗୁ ଭୂତଳ ଜଳ ରିଚାର୍ଜ ହେବା ସମ୍ଭାବନା କମିଛି। ଜିଲାର ଗରଦପୁର ବ୍ଲକ ଅଞ୍ଚଳର ଭୂତଳ ଜଳସ୍ତର ପାନୀୟ ଜଳ ପାଇଁ ଅନୁପଯୁକ୍ତ ବୋଲି ରାଜ୍ୟ ଓ କେନ୍ଦ୍ର ଜଳସମ୍ପଦ ବିଭାଗ ରିପୋର୍ଟରୁ ସୂଚନା ମିଳିଛି। ସେହିପରି ଆଳି, ରାଜନଗର, ରାଜକନିକା ଅଞ୍ଚଳରେ କେନାଲ ନାହିଁ। ଏଠାରେ ଭୂତଳ ଜଳ ରିଚାର୍ଜ ହୋଇପାରୁ ନ ଥିବାରୁ ପାନୀୟଜଳ ସ୍ଥିତି ମହାକାଳପଡ଼ା ବ୍ଲକ ପରି ଅଭାବ ଦେଖାଦେଇଛି। ଭୂତଳ ଜଳସ୍ତର ରିଚାର୍ଜ ପାଇଁ ୨୦୧୯ରେ ରାଜ୍ୟର ଏକମାତ୍ର କେନ୍ଦ୍ରାପଡା ଜିଲାକୁ ଜଳଶକ୍ତି ଅଭିଯାନରେ ସାମିଲ କରାଯାଇଛିି।
ଏହି ଜଳଶକ୍ତି ସଂରକ୍ଷଣ ଅଭିଯାନରେ ପ୍ରତି ନଳକୂପରେ ସକିଂ ପାଇପ୍‌ ପିଟ୍‌ ଫିଟିଂ, ବନୀକରଣ, ବର୍ଷାଜଳ ସଂରକ୍ଷଣ, ଜଳଉତ୍ସର ପୁନରୁଦ୍ଧାର ଆଦିକୁ ଗୁରୁତ୍ୱ ଦିଆଯାଇଛି। ତେବେ ଏହି ଅଭିଯାନ ଜିଲାର ପ୍ରଶାସନିକ ଅବହେଳା ଯୋଗୁ ଫେଲ୍‌ ମାରିଛି। ଭୂତଳ ଜଳ ରିଚାର୍ଜ ହୋଇପାରୁନାହିଁ। ଅପରପକ୍ଷରେ ୨୦୨୬ ମାର୍ଚ୍ଚ ସୁଦ୍ଧା ଜିଲାର ୨,୯୧,୧୬୦ ପରିବାରକୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ନିମନ୍ତେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ। ମାତ୍ର ୩୩ ହଜାର ପରିବାର ଏଥିରୁ ଉପକୃତ ହୋଇଛନ୍ତି। ପାଇପ୍‌ ଯୋଗେ ପାଣି ଯୋଗାଇବା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ମେଗା ଜଳପ୍ରକଳ୍ପ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଆରମ୍ଭ ପୂର୍ବରୁ ଜମି ଓ ପରିବେଶ ସମ୍ପର୍କରେ ତଦନ୍ତ ହୋଇନାହିଁ। ଫଳରେ ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟଜଳ ପ୍ରକଳ୍ପ ଏନ୍‌ଜିଟି ମାମଲାରେ ଛନ୍ଦି ହୋଇଥିଲା। ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ସେମାନେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଏଡିଏମ୍‌ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି, ନିକଟରେ ପାନୀୟଜଳ ଯୋଗାଣ ସମ୍ପର୍କରେ ବୈଠକ ହୋଇଥିଲା। ଗ୍ରାମାଞ୍ଚଳରେ ପାଇପ୍‌ ପାଣି ସଂଯୋଗ ପାଇଁ ବିଭିନ୍ନ ପ୍ରକଳ୍ପ ପ୍ରକ୍ରିୟା ଜାରି ରହିଛି। ଖୁବ୍‌ଶୀଘ୍ର ସମସ୍ତଙ୍କ ଘରେ ପାନୀୟଜଳ ପାଇପ୍‌ ଯୋଗେ ପହଞ୍ଚିବ ବୋଲି ସେ ମତ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri