ରାଜନୀତିରେ ବାଦବିବାଦ, ବ୍ୟକ୍ତିଗତ କାର୍ଯ୍ୟରେ ବିଜେଡି-ଭାଜପା ଏକାଠି ହୋଇ…

ଗଞ୍ଜାମ,୨୩ା୪(ବିଦ୍ୟାଧର): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ପିତା ତଥା ଧର୍ମପରାୟଣ ବ୍ୟକ୍ତି କାଶୀନାଥ ପାଢ଼ୀଙ୍କ ବିୟୋଗ ଘଟିଥିଲା। ବୁଧବାର ସ୍ବର୍ଗତ ପାଢ଼ୀଙ୍କର ଦ୍ୱାଦଶ ଦିବସରେ ସାନ ବଜାରସ୍ଥିତ ନିଜ ବାସଭବନ ଠାରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଦଳଗତ ନିର୍ବିଶେଷରେ ରାଜନୀତିରେ ସବୁ ବାଦବିବାଦ ଭୁଲି ଛତ୍ରପୁର ଭାଜପା ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସ୍ବର୍ଗତ ପାଢ଼ୀଙ୍କ ସ୍ମୁତି ସଭାରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ନଗର ସଭାପତି ପାଢ଼ୀଙ୍କ ବିଧାୟକଙ୍କ ଏନ୍‌ଏସି ପ୍ରତିନିଧି ରାନୁ ବୈଠାରୁ, ଭାଜପା ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ସୁରେଶ ରେଡ୍ଡୀ,ଭାଜପା ଜିଲା ସମ୍ପାଦକ ଦୁର୍ଯ୍ୟୋଧନ ରେଡ୍ଡୀ, ସାଂସ୍କୃତିକ ମଞ୍ଚ ସଭାପତି ଶବର କୁମାର ତରାଇ, ଯୁବ ସ୍ବେଚ୍ଛାସେବୀ ରାକେଶ ରଞ୍ଜନ ଦାସ, ପୂର୍ବତନ ନଗରପାଳ ନୀଳାଞ୍ଚଳ ବାରିକି, ଭାଜପା ଯୁବ ସଂଗଠକ ଦୀପକ କୁମାର ବେହେରା, ମନୋଜ ପ୍ରଧାନ ପପୁ ମହାନ୍ତି, ବିଭୂତି ପଲାଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, କଂଗ୍ରେସ ବରିଷ୍ଠ ନେତା ଶମ୍ବୁ ପାଣିଗ୍ରାହୀ, ମୁନା ଦାସ, ଅକ୍ଷୟ ସ୍ବାଇଁ, କମଳ ପଣ୍ଡା, ବୁନୁ ମିଶ୍ର ମଧ୍ୟ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ହେବ ପ୍ରଚଣ୍ଡ ଗରମ, ପଡିବ ମରୁଡି! ଚମକାଇଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୩।୪: ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗା ତାଙ୍କର ଅନେକ ସଠିକ ଭବିଷ୍ୟବାଣୀ ପାଇଁ ଜଣାଶୁଣା। ପୁଣିଥରେ, ତାଙ୍କର ଭବିଷ୍ୟବାଣୀ ଶିରୋନାମା ପାଲଟିଛି, କିନ୍ତୁ ଏହା ଭୟଙ୍କର ।…

ବାଛି ବାଛି ପ୍ରତିଶୋଧ ନେବେ ଟ୍ରମ୍ପ, ଦେଶମାନଙ୍କର ତାଲିକା କଲେ ପ୍ରସ୍ତୁତ, ଲିଷ୍ଟରେ ଅଛନ୍ତି…

ଓ୍ବାଶିଂଟନ୍‌,୨୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଇରାନ ବିରୁଦ୍ଧରେ ଯୁଦ୍ଧରେ ସମର୍ଥନ କରିନଥିବା ଦେଶଗୁଡ଼ିକ ବିରୁଦ୍ଧରେ ଆମେରିକା ଏବେ…

‘ବଲାଙ୍ଗୀରରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ସୂତା ଉତ୍ପାଦନ ୟୁନିଟ୍‌’

ଭୁବନେଶ୍ୱର,୨୩।୪(ରବିନାରାୟଣ ଜେନା): ପଶ୍ଚିମ ଓଡ଼ିଶାର ଶିଳ୍ପ ପରିବେଶକୁ ସୁଦୃଢ଼ କରିବା ପାଇଁ ବୁଧବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ…

ଇରାନକୁ ‘Thank You’ କହିଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୨୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ଇରାନ ୮ ଜଣ ମହିଳା ପ୍ରତିବାଦକାରୀଙ୍କ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖିଛି। ଏହାକୁ…

IPL ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି କାରନାମା କଲେ ଜୋଫ୍ରା ଆର୍ଚର: ଲେଖିଲେ ନୂଆ ଇତିହାସ

ନୂଆଦିଲ୍ଲୀ,୨୩।୪: ଜୋଫ୍ରା ଆର୍ଚର ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ଏକ ମ୍ୟାଚ ସମୟରେ ମେଡେନ…

ପଞ୍ଚମ ପରାଜୟ ପରେ ରିଷଭ ପନ୍ତଙ୍କ ସହ ଏମିତି କାମ କଲେ ଲକ୍ଷ୍ନୌ ମାଲିକ ସଞ୍ଜୟ ଗୋଏଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୩।୪: IPL 2026 ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନିଜ ଘରୋଇ ଗ୍ରାଉଣ୍ଡରେ ପରାଜୟ ବରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ମୋଟ ୧୫୯…

ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଭିଯୋଗରେ ଭାରତ ବନ୍ଦ, ସକାଳୁ ସକାଳୁ…

ବଲାଙ୍ଗୀର,୨୩ା୪(ସୁନିଲ କୁମାର ମହାନ୍ତି): ଭାରତ ମୁକ୍ତି ମୋର୍ଚ୍ଚା, ଏସ୍‌ସି, ଏସ୍‌ଟି ଓ ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଗୁରୁବାର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ବଲାଙ୍ଗୀରରେ ଭାରତ…

ତାତି ଥମିନି, ଆଶ୍ରୟ ପାଇଁ ଜାଗା ନାହିଁ: ଲୋକେ ହଟହଟା

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ): ତାପମାତ୍ରା ଥମିବାର ନଁା ନେଉ ନାହିଁ। ବରଗଡ଼ ଜିଲାରେ ଦିନକୁଦିନ ତାପମାତ୍ରା ବଢ଼ି ଚାଲିଛି। ତାତି ସାଙ୍ଗକୁ ଗୁଳୁଗୁଳି, ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଆହୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri