ଗୋହିରା ଜଳ ଭଣ୍ଡାରରେ ବୁଡି ଯୁବକ ମୃତ, ବିବାହ ଉତ୍ସବରେ ସାମିଲ ହେବାକୁ ଆସି…

ରିଆମାଳ,୨୨ା୪(ବଦ୍ରୀ ନାରାୟଣ ଅଗ୍ରୱଲା):ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ଗୋହିରା ଜଳ ଭଣ୍ଡାରରେ ବୁଡି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ବରଗଡ଼ ଜିଲା ଭଟଲିଛକ ନିବାସୀ ଗଣନାଥ ରଥ(୪୨) । ସେ ଆମ୍ବଘାଟ ଗ୍ରାମ ସ୍ଥିତ ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିବା ବେଳେ ବୁଧବାର ମଧ୍ୟାହ୍ନରେ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିଲେ ।

ଏହା ଦେଖି ତାଙ୍କ ସାଙ୍ଗରେ ଆସିଥିବା ଅନ୍ୟ ସମ୍ପର୍କୀୟ ମାନେ ପାଣିରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଜଳଭଣ୍ଡାର ମଧ୍ୟରୁ ମୃତଦେହ ଉଦ୍ଧାର କରିଥିଲେ । ସେହିପରି ସୂଚନା ପାଇ କଂସର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଗଣନାଥଙ୍କ ପରିବାର ଲୋକ ପହଞ୍ଚିବା ପରେ ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ରିଆମାଳ ଥାନା ଅଧିକାରୀ ବିନୟ କେରକେଟ୍ଟା ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତରୁ ପାକିସ୍ତାନ ଯିବାକୁ ଖର୍ଚ୍ଚ ହୁଏ କେତେ ଟଙ୍କା? ଜାଣିଲେ ଉଡିବ ହୋସ୍‌

ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ରାଷ୍ଟ୍ର ହୋଇଥିଲେ ମଧ୍ୟ, ଦୁଇ ଦେଶ ମଧ୍ୟରେ ଯାତ୍ରା କରିବା ଲୋକମାନେ ପ୍ରାୟତଃ ଭାବୁଥିବା ପରି ସରଳ ନୁହେଁ। ଯଦି ଆପଣ…

ଇଣ୍ଡକ୍ସନ କୁକଟପ୍‌କୁ ନେଇ ବଡ଼ ଘୋଷଣା କରିବେ ସରକାର, ସିଲିଣ୍ଡର ବ୍ୟବହାରକାରୀ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୪: ପଶ୍ଚିମ ଏସିଆର ସଙ୍କଟ ମଧ୍ୟରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ମୂଲ୍ୟ ବୃଦ୍ଧିର ମୁକାବିଲା କରିବା ପାଇଁ ସରକାର ଇଣ୍ଡକ୍ସନ କୁକଟପ ପାଇଁ ଗୁରୁତ୍ୱପୂର୍ଣ୍ଣ…

୨୫ରୁ ଝଡ଼ବର୍ଷା ଆଲର୍ଟ, IMD କହିଲା ବଢିପାରେ ପବନର ବେଗ!

ନୂଆଦିଲ୍ଲୀ,୨୨।୪: ଉତ୍ତର-ପଶ୍ଚିମ ଭାରତରେ ପ୍ରବଳ ଗରମ ଆରମ୍ଭ ହୋଇଥିବାବେଳେ, ଉତ୍ତର-ପୂର୍ୱ ଭାରତରେ ପ୍ରବଳ ବର୍ଷାର ପ୍ରକୋପ ଜାରି ରହିଛି। ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ୧୩ଟି ରାଜ୍ୟ ପାଇଁ…

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଗାଁରୁ ଦାରିଙ୍ଗବାଡି ଆସି ଫେରୁଥିବା ବେଳେ…

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ…

ବଚସା ହେଲା କାଳ…ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ମୁନିଗୁଡା,୨୨।୪( ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରିଆ ଗାଁ ଗୋରଠା ଗ୍ରାମରେ ଅଭାବନୀୟ ଘଟଣା । ସାନ…

ଟିଉସନ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଗିରଫ

ପାଟକୁରା,୨୨।୪(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା କୁଦାନଗରୀ ଥାନା ତଥା ଗରଦପୁର ବ୍ଳକ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ କେରୁଆ…

ଭାରତୀୟ ଜାହାଜ ଉପରେ ଭୟଙ୍କର ଆକ୍ରମଣ, ହର୍ମୁଜରେ ୨ଟା ଜାହାଜକୁ ହାଇଜ୍ୟାକ୍‌ କଲେ…

ନୂଆଦିଲ୍ଲୀ,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ (IRGC) ବୁଧବାର ଦୁଇଟି ଜାହାଜ…

ପରମାଣୁର କୋଡ ମାଗିଲେ ଟ୍ରମ୍ପ, ଯୁଦ୍ଧ ବିରତି ଭିତରେ ଭୟଙ୍କର ଖବର…

ତେହରାନ,୨୨।୪: ଇରାନ ସହିତ ବିବାଦ ମଧ୍ୟରେ, ପୂର୍ୱତନ CIA ଅଧିକାରୀ ଲାରି ଜନସନ ଏକ ପ୍ରମୁଖ ଦାବି କରିଛନ୍ତି। ଜନସନଙ୍କ ଅନୁସାରେ, ହୱାଇଟ ହାଉସ ସିଚୁଏସନ ରୁମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri