ବଲାଙ୍ଗୀର,୨୩ା୪(ସୁନିଲ କୁମାର ମହାନ୍ତି): ଭାରତ ମୁକ୍ତି ମୋର୍ଚ୍ଚା, ଏସ୍ସି, ଏସ୍ଟି ଓ ଓବିସି ମୁକ୍ତିମୋର୍ଚ୍ଚା ପକ୍ଷରୁ ଗୁରୁବାର ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ବଲାଙ୍ଗୀରରେ ଭାରତ ବନ୍ଦ ପାଳନର ପ୍ରଭାବ ଅନୁଭୂତ ହୋଇଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ପିକେଟିଂ ଆରମ୍ଭ କରିଛନ୍ତି। ଜିଲା ମୁଖ୍ୟ ଡାକଘରକୁ ବନ୍ଦ କରିବା ସହିତ ଗାଡ଼ିମୋଟର ଅଟକାଇଥିବା ଦେଖିବାକୁ ମିଳିଛି। ବଲାଙ୍ଗୀରରେ ଦିନେଶ ନାଗଙ୍କ ନେତୃତ୍ୱରେ ଆନ୍ଦୋଳନକାରୀମାନେ ସହରରେ ପିକେଟିଂ କରୁଥିବା ଦେଖାଦେଇଛି।
ଦିନେଶ କହିଛନ୍ତି ଯେ, ଭାରତ ବନ୍ଦର ଡାକରା ଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସରକାର ଦେଇଥିବା ପ୍ରତିଶ୍ରୁତି ରକ୍ଷା ନ କରିବା। କେନ୍ଦ୍ର ସରକାରଙ୍କୁ ଚାପ ପକାଇବା ଲାଗି ଆଜି ଭାରତ ବନ୍ଦରେ ଆମେ ସମସ୍ତେ ସାମିଲ ହୋଇଛୁ ବୋଲି ସେ କହିଛନ୍ତି।

