Odisha Elections 2024

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ ସଭା କ୍ଷେତ୍ରରେ ବିଗ୍‌ ଫାଇଟ ହେବାକୁ ଯାଉଥିବା ବେଳେ ତାଙ୍କ ପରି ବରିଷ୍ଠ ନେତ୍ରୀଙ୍କ ଇସ୍ତଫା ବିଜେଡିକୁ ବଡ଼ ଝଟ୍‌କା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଏକ ରାଜନୈତିକ ପରିବାରରୁ ଆସିଥିବା ଡା. ପାଣିଗ୍ରାହୀ ଗତ ଏକଦଶନ୍ଧି ଧରି ସମ୍ବଲପୁର ବିଜେଡି ରାଜନୀତିରେ ପ୍ରମୁଖ ଚେହେରା ଥିଲେ। ଭାଜପାର ଆଧିପତ୍ୟକୁ ପରାହତ କରି ୨୦୧୪ସାଧାରଣ ନିର୍ବାଚନରେ ସେ ଏଠାରୁ ହେବିଓ୍ବେଟ ଭାଜପାର ଜୟନାରାୟଣ ମିଶ୍ରଙ୍କୁ ହରାଇ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ଏଠାରୁ ବିଧାୟିକାଭାବେ ଲଢ଼ି ହାରି ଯାଇଥିଲେ ବି ଦଳୀୟ ସଙ୍ଗଠନକୁ ସୁଦୃଢ କରି ଚାଲିଥିଲେ। ଏତଦ୍‌ଭିନ୍ନ ଜଣେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ହିସାବରେ ସେ ଘରୋଇ ଭାବେ ଜନତାଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିଲେ।
୨୦୨୪ ସାଧାରଣ ନିର୍ବାଚନରେ ଡା. ପାଣିଗ୍ରାହୀ ସମ୍ବଲପୁର ବିଧାନସଭା ପାଇଁ ଆଶାୟୀ ଥିଲେ। ଏଥିପାଇଁ ସେ ବିଭିନ୍ନ ସମୟରେ ସଭାସମିତି ଆଦିରେ ଲୋକଙ୍କ ସହିତ ମିଶି ନିର୍ବାଚନ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। ତାଙ୍କର ସମର୍ଥକମାନେ ଡା. ରାସେଶ୍ୱରୀଙ୍କୁ ଟିକେଟ୍‌ ଦେବାକୁ ଖୋଲାଖୋଲି ଦାବି କରିଥିଲେ। ଏନେଇ ସେମାନେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋଭ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରିକି ବହୁ ସଂଖାରେ ସମର୍ଥକ ରାସେଶ୍ୱରୀଙ୍କୁ ଟିକେଟ୍‌ ଦାବିରେ ଶୋଭାଯାତ୍ରା ଆଦି ଆୟୋଜନ କରି ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଥିଲେ। ମାତ୍ର ତାଙ୍କୁ ସମ୍ବଲପୁରୁ ପ୍ରାର୍ଥୀ କରା ନଯାଇ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ପ୍ରର୍ଥୀ ଘୋଷଣା କରାଗଲା। ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିବାବେଳେ ଦଳର ଏହି ନିଷ୍ପତ୍ତିକୁ ନେଇ ତାଙ୍କ ସମର୍ଥକ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।
ତାଙ୍କ ଇସ୍ତଫା ବିଜେଡି ପାଇଁ କେବଳ କ୍ଷତିକାରକ ନୁହେଁ, ବରଂ ଆଗାମୀ ଦିନରେ ଏହା ବିଜେଡି ଭୋଟ୍‌ବ୍ୟାଙ୍କକୁ ମଧ୍ୟ ପ୍ରଭାବିତ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି। ଦଳରୁ ଇସ୍ତଫା ଦେବା ସମ୍ପର୍କରେ ସେ କହିଛନ୍ତି ଯେ କେବଳ ସମ୍ବଲପୁର ସ୍ବାର୍ଥ, ସ୍ବାଭିମାନ ଓ ଅସ୍ମିତା ପାଇଁ ଦଳରୁ ଇସ୍ତଫା ଦେଇଛନ୍ତି। ଅପରପକ୍ଷରେ ରାସେଶ୍ୱରୀଙ୍କ ଇସ୍ତଫାକୁ ନେଇ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ବିଧାୟକ ଇଂ. ରୋହିତ ପୂଜାରୀ କହିଛନ୍ତି ଯେ, ସେ ତାଙ୍କୁ ମା’ ଭଳି ମାନନ୍ତି। ପ୍ରାର୍ଥୀ ଘୋଷଣା ହେବା ପରେ ତାଙ୍କ ଘରକୁ ଯାଇ ଆଶୀର୍ବାଦ ଗ୍ରହଣ କରି ସମର୍ଥନ ଲୋଡ଼ିଥିଲେ। ଡା. ପାଣିଗ୍ରାହୀ ସମ୍ବଲପୁରରେ ଦଳର ନେତୃତ୍ୱ ନେଉଥିଲେ। ମାତ୍ର ହଠାତ ସେ ଦଳରୁ ଇସ୍ତଫା ଦେବା ଅତ୍ୟନ୍ତ ଦୁଃଖଦାୟକ। ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ନେଇ ଆଗେଇ ଚାଲିଛି। ଏହି ଇସ୍ତଫା ନିର୍ବାଚନକୁ ପ୍ରଭାବତ କରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି...

ହଟୁନି ଚିରାଫଟା ବ୍ୟାନର, ସ୍ମାର୍ଟସିଟି ସୌନ୍ଦର୍ଯ୍ୟତାରେ ସାଜୁଛି ପ୍ରତିବନ୍ଧକ

ରାଉରକେଲା,୧୯ା୫(ବିପ୍ଳବ ରଞ୍ଜନ ଦାଶ)ରାଉରକେଲାରେ ହୋର୍ଡିଂ ସେବାର ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ଆରଏମ୍‌ସି ଅନୁମୋଦନରେ ବିଭିନ୍ନ ସଂସ୍ଥା...

ଅଧିକାଂଶ ଭୋଟରଙ୍କୁ ମିଳିନି ଚିରକୁଟି

ରାଉରକେଲା, ୧୯ା୫(ସଙ୍ଗୀତା ଜେନା)ଆଉ ମାତ୍ର ଦିନକ ପରେ ସୁନ୍ଦରଗଡ଼ ଲୋକ ସଭା ଓ ବିଧାନସଭା ଆସନ ଲାଗି ମତଦାନ ହେବାକୁ ଯାଉଛି। ମତଦାନ ସଂଖ୍ୟା ବୃଦ୍ଧି...

ଭବାନୀପାଟଣାରେ ଫେଲ୍‌ ମାରିଛି ମୁକ୍ତା ଯୋଜନା

ଭବାନୀପାଟଣା,୧୯ା୫(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ନିର୍ମାଣ ହୋଇଥିବା ରାସ୍ତାକଡ଼ ବ୍ୟାୟାମଶାଳା ପିଲାଙ୍କ ପାର୍କ ନା ସୌନ୍ଦର୍ଯ୍ୟକରଣ ଉପକରଣ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି...

୨୫ ପରିବାରକୁ ଗୋଟିଏ ନଳକୂପ

ଝରିଗାଁ,୧୯।୫(କିଶୋର ଚନ୍ଦ୍ର ମଣ୍ତଳ)ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପାନୀୟ ଜଳ ସଙ୍କଟ ଦେଖା ଦେଉଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଦାବି ଜଣାଇଲେ ମଧ୍ୟ...

୧୦୦ ପିଲାଙ୍କୁ ୨ ଶିକ୍ଷକ

ଉମରକୋଟ, ୧୯।୫(ସନ୍ତୋଷ ଶତପଥୀ)ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତିଙ୍କ ଉନ୍ନତି ପାଇଁ ଯୋଜନା କରୁଛନ୍ତି। କିନ୍ତୁ ପିଲାଙ୍କ ପାଠପଢ଼ା ଚୁଲିକୁ ଯିବାକୁ ବସିଲାଣି। ପିଲାଙ୍କୁ ଉନ୍ନତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri