Odisha Elections 2024

ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ

ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ ଅମାତ ପୁଣି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଆଇନଜୀବୀ ନବ କୁମାର ମିଶ୍ର ଓ ଭାଜପା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏମାନେ ପ୍ରଚାରକୁ ଜୋରଦାର କରିଛନ୍ତି।
ବିଜେଡି ପୁଣି ପ୍ରାର୍ଥୀ କରିଥିବାରୁ ସେ ୬ଷ୍ଠ ଥର ପାଇଁ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ବିରୋଧୀ ଦଳଗୁଡ଼ିକ ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ କ୍ଷେତ୍ରରେ ବିକାଶ ହୋଇ ନ ଥିବା ନେଇ ଅଭିଯୋଗ କରିଆସୁଛନ୍ତି ା
ଏପରି କି ବିଧାୟକ ପ୍ରଦୀପଙ୍କ ଯୋଗୁ ଜିଲାର ବିକାଶ ପଛରେ ପଡ଼ିଥିବା ଅଭିଯୋଗ କରି ବିରୋଧୀ ରଣକୌଶଳ ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି।
ଭାଜପା ପକ୍ଷରୁ ଯୁବ ନେତା ସରୋଜ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ସେ ନିର୍ବାଚନ ଜିତିବା ଲକ୍ଷ୍ୟରେ ଜୋରସୋର ପ୍ରୟାସ ଚଳାଇଛନ୍ତି ା ଗତ ପଞ୍ଚୟତ ନିର୍ବାଚନରେ ଜିଲାରେ ଶାସକ ଦଳର ପତିଆରା ଥିବା ସତ୍ତ୍ୱେ ସେ ତାଙ୍କ ପନତ୍ୀଙ୍କୁ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ପଦରେ ବସାଇବା ସହ ନିଜେ ଉପାଧ୍ୟକ୍ଷ ହୋଇଥିଲେ ା
ସେ ଭାଜପାର ପ୍ରାର୍ଥୀ ହେବା ପାଇଁ ବହୁ ଦିନରୁ ବିଭିନ୍ନ ସ୍ଥାନରେ ବୈଠକ କରିବା ସହ ଗଁାକୁ ଗଁା ଯାଇ ଲୋକସମ୍ପର୍କ ରଖି ଆସୁଥିଲେ। ଏଥର ଫଳାଫଳ ତାଙ୍କ ସପକ୍ଷରେ ଯିବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଅନୁରୂପ ଭାବେ ୨୦୧୯ ନିର୍ବାଚନରେ କଂଗ୍ରେସ ଓ ସିପିଆଇ ମଧ୍ୟରେ ଆସନ ବୁଝାମଣା ହେବା ପରେ ଏଠାରୁ ସିପିଆଇରୁ ଅବକାଶ ସାହୁ ପ୍ରାର୍ଥୀ ହୋଇଥିଲେ। ତେବେ ଆଇନଜୀବୀ ନବ କୁମାର ମିଶ୍ର ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ପରେ କଂଗ୍ରେସର ଜିଲା ସଭାପତି ଦାୟିତ୍ୱ ନେବା ପରେ ସେ ଦଳକୁ ସୁଦୃଢ଼ କରିବାରେ ଲାଗିପଡ଼ିଥିଲେ। ଏଥର ଦଳ ତାଙ୍କୁ ପ୍ରାର୍ଥୀ କରିବା ପରେ ସେ ତତ୍ପର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ...

ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ଭାଜପାକୁ ଭୋଟ୍‌ ଦିଅନ୍ତୁ: ନଡ୍ଡା

ପଦ୍ମପୁର,୧୬।୫: ପଦ୍ମପୁରରେ ଭାଜପା ସଭାପତି ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି, ଚାବି କୁଆଡ଼େ ଗଲା। ରତ୍ନ ଭଣ୍ଡାର...

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

ଧାରଣାସ୍ଥଳରେ ପୋଲିସର ଲାଠିଚାର୍ଜ, ଛତ୍ରଭଙ୍ଗ ଦେଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଖଲ୍ଲିକୋଟ ଥାନା ଆଗରେ ସକାଳ ୯ଟାରୁ ଭାଜପା ସମର୍ଥକଙ୍କ ଧାରଣା ଜାରି ରହିଥିଲା। ୧.୩୦ ସମୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ...

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି, ଜଣେ ଗୁରୁତର

ପୋଲସରା,୧୬।୫: ନିର୍ବାଚନ ଭିତରେ ତେଜୁଛି ନିର୍ବାଚନୀ ହିଂସା। ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri