Odisha Elections 2024

ପାରଳା ବିଧାନସଭା ଆସନ ପାଇଁ ତ୍ରିମୁଖୀ ଲଢ଼େଇ

ପାରଳାଖେମୁଣ୍ଡି,୯/୪(ଗିରିଧାରୀ ପରିଛା):ଗଜପତି ଜିଲା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ମୁଖ୍ୟତଃ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି। ଏହି ନିର୍ବାଚନମଣ୍ଡଳୀ ଗୋଷାଣି ବ୍ଲକ, ଗୁମ୍ମା ବ୍ଲକ, କାଶୀନଗର ବ୍ଲକ, କାଶୀନଗର ଏନ୍‌ଏସି ଓ ପାରଳାଖେମୁଣ୍ଡି ପୌରପରିଷଦକୁ ନେଇ ଗଠିତ। ଏଠାରେ ବିଜେଡି ଇଂ. ରୂପେଶ କୁମାର ପାଣିଗ୍ରାହୀଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦେଇଛି। ସେ ରାଜନୀତିରେ ନୂଆ ହେଲେ ତାଙ୍କ ବାପା ହାଇଟେକ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ରାଜନୀତିରେ ପୁରୁଖା ଅଟନ୍ତି। ଭାଜପା ବର୍ତ୍ତମାନର ପାରଳା ବିଧାୟକ କେ.ନାରାୟଣ ରାଓଙ୍କୁ ୨୦୧୪ ନିର୍ବାଚନ ପାଇଁ ରିପିଟ କରିଛି। ସେ ୨୦୦୯ରେ ବିଜେଡିରେ ଥିବା ବେଳେ ପୂର୍ବତନ କଂଗ୍ରେସ ବିଧାୟକ ତ୍ରିନାଥ ସାହୁଙ୍କୁ ପରାଜିତ କରି ବିଧାୟକ ହୋଇଥିଲେ।
୨୦୧୯ରେ ବିଜେଡି ତାଙ୍କୁ ଟିକେଟ ନ ଦେବାରୁ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ। ନାରାୟଣଙ୍କର କାଶୀନଗର, ଗୋଷାଣି, ପାରଳାଖେମୁଣ୍ଡି ପୋର ପରିଷଦରେ ହଜାର ହଜାର ସମର୍ଥକ ଥିବାରୁ ସେ ବିଜୟୀ ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ପାରଳା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ସେ ବିଭିନ୍ନ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ରହି ଆସିଛନ୍ତି। ଏହି ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଆକଳନ କରାଯାଉଛି।
ତେବେ ଏଠାରେ ବିଜେଡରେ ଗୋଷ୍ଠୀ କନ୍ଦଳ ଚାଲିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି। ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଭାଜପା ଏବଂ କଂଗ୍ରେସ ଠାରୁ ବିଜେଡି ଖୁବ୍‌ ଆଗରେ ରହି ରାଜନୀତିରେ ନବାଗତ ଇଂ.ରୂପେଶ ପାଣିଗ୍ରାହୀ ଓ ତାଙ୍କ ବାପା ତିରୁପତି ପାଣିଗ୍ରାହୀ ଦଳକୁ ମଜବୁତ କରିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସରୁ ଚଳିତଥର ବିଜୟ ପଟ୍ଟନାୟକଙ୍କ ପ୍ରାର୍ଥିତ୍ୱ ପରେ ସୁପ୍ତ ହୋଇଥିବା କେତେଜଣ ନେତା ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଦଳ ପାଇଁ ଆଗେଇ ଆସିଛନ୍ତି। ତେବେ ବିଗତ ଦିନରେ କଂଗ୍ରେସର ଗଡ ଥିବା ଏହି ନିର୍ବାଚନ ମଣ୍ଡଳୀର ଗୁମ୍ମା ବ୍ଲକରେ ଦଳ ଭଲ ପ୍ରଦର୍ଶନ କରିବ, ଅନ୍ୟ କୌଣସିଠାରେ ସେଭଳି ଆଖିଦୃଷ୍ଟିଆ ସମର୍ଥକ ନ ଥିବା ଆଲୋଚନା ହେଉଛି। ୧୯୯୦ରେ ଏଠାରେ ଜନତା ଦଳ ବିଜୟ ହାସଲ କରିଥିବା ବେଳେ ୧୯୯୫ରେ ସ୍ବାଧୀନ, ୨୦୦୦ ଏବଂ ୨୦୦୪ରେ କଂଗ୍ରେସ, ୨୦୦୯ରେ ବିଜେଡି, ୨୦୧୪ରେ କଂଗ୍ରେସ ଓ ୨୦୧୯ରେ ଭାଜପା ଏହି ଆସନ ଦଖଲ କରିଥିଲା। ୧୯୯୦ ପୂର୍ବରୁ କମ୍ପ୍ୟୁନିଷ୍ଟଠାରୁ ଆରମ୍ଭ କରି ଉତ୍କଳ କଂଗ୍ରେସ, ସ୍ବାଧୀନ ଏବଂ କଂଗ୍ରେସ ଦଳର ବିଧାୟକମାନେ ନିର୍ବାଚିତ ହୋଇଥିଲେ। ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨,୧୫,୭୦୬। ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧,୦୬, ୨୧୨, ମହିଳା ଭୋଟର ୧,୦୯, ୪୭୭ ଏବଂ ତୃତୀୟ ଲିଙ୍ଗ ଭୋଟର ଭାବେ ୧୭ଜଣ ରହିଛନ୍ତି। ଚଳିତଥର ୨୭୬
ବୁଥ୍‌ରେ ମତଦାନ ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri