Odisha Elections 2024

ହରିରାଜପୁର ପଞ୍ଚଦୋଳ ମେଳଣ ଆରମ୍ଭ

ଡେଲାଙ୍ଗ,୩୧।୩(ରଶ୍ମିରଞ୍ଜନ ପ୍ରଧାନ):ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚଦୋଳ ମେଳଣର ଜମାଣ ଉତ୍ସବ ଶନିବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସିଦ୍ଧ ମେଳଣ ୫ଦିନ ଧରି ହେବାକୁ ଥିବାବେଳେ ଆସନ୍ତା ୩ ତାରିଖ ସନ୍ଧ୍ୟାରେ ଗୋଧୂଳି ଲଗ୍ନରେ ଖୁଣ୍ଟିଲାଗି ଠାକୁରଙ୍କୁ ନେଇ ଦିଅଁ ମେଳଣ ତଥା ହରିହର ଭେଟ କରାଯାଇ ମେଳଣ ସମାପନ କରାଯିବ। ରାତି ୧ଟା ୩୦ ପରେ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିରରେ ସମସ୍ତ ଦେବନୀତି ସମାପନ ପରେ ସୁସଜ୍ଜିତ ଦୋଳ ବିମାନରେ ପଶ୍ଚିମ ଦ୍ୱାର ଦେଇ ବାହାରକୁ ବାହାରି ଏକ ବିରାଟ ପଟୁଆରରେ ମେଳଣ ପଡ଼ିଆକୁ ଯାତ୍ରା ଆରମ୍ଭ କରିଥିଲେ। ସେହିପରି ରାଜତନ୍ତ୍ର ସମୟରେ ତତ୍‌କାଳୀନ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଦେବ ବିଗ୍ରହ ବୁଢାପଡାର ଆରାଧ୍ୟ ଶ୍ରୀ ସୋମନାଥଦେବ, ଛଣଘରର ଶ୍ରୀ ଗତେଶ୍ୱରଦେବ, କନ୍ତିଆ ଗ୍ରାମର ଶ୍ରୀ ବାଲୁଙ୍କେଶ୍ୱରଦେବ ଓ ଟାଙ୍ଗିଭଁସର ଗ୍ରାମର ଶ୍ରୀ ନୀଳକଣ୍ଠେଶ୍ୱର ଦେବଙ୍କ ଦୋଳବିମାନ ମେଳଣରେ ଏକାଠି ହେଲା ପରେ ଆତସବାଜି ପ୍ରଦର୍ଶନ ହୋଇଥିଲା। ସ୍ଥାନାଧିପତି ଶ୍ରୀଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ଖୁଣ୍ଟିଲାଗି ପରେ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମରୁ ପ୍ରାୟ ୮୫ରୁ ଊର୍ଦ୍ଧ୍ୱ ଠାକୁରଙ୍କ ଦୋଳ ବିମାନ ଏହି ମେଳଣରେ ଖୁଣ୍ଟିଲାଗି ହୋଇଥିଲେ। ରଙ୍ଗବେରଙ୍ଗର ଆଲୋକମାଳା ଓ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନରେ ମେଳଣ ପଡିଆ ଝଲସି ଉଠିଥିଲା। ଏଥିରେ ପୁରୀ, ବ୍ରହ୍ମପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା, ଡେଲାଙ୍ଗ, କଣାସ ଆଦି ବିଭିନ୍ନ ଅଞ୍ଚଳରୁ ବାଣୁଆ କାରିଗର ପ୍ରତିଯୋଗିତାରେ ଭାଗ ନେଇଥିଲେ। ପାରମ୍ପରିକ ଘୋଡ଼ାନାଚ, ନାଗାନୃତ୍ୟ, ଭଜନ କୀର୍ତ୍ତନ, ବାଦ୍ୟ ବିଚିତ୍ରା, ଘଣ୍ଟ, ତୁରୀ ଓ ଶଙ୍ଖ, ହରିବୋଲ, ହୁଳହୁଳି ଧ୍ୱନିରେ ମେଳଣ ପଡିଆରେ ଏକ ଆଧ୍ୟାମତ୍ିକ ପରିବେଶ ସୃଷ୍ଟି ହୋଇଥିଲା। ସେହିପରି ବିଭିନ୍ନ ମାନସିକଧାରୀ, ଶ୍ରଦ୍ଧାଳୁଙ୍କ ପକ୍ଷରୁ ମଧ୍ୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ଡେଲାଙ୍ଗ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମେଳଣରେ ବିଭିନ୍ନ ଜିଲାରୁ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେବାକୁ ଲକ୍ଷ୍ୟ କରି ପୁରୀ ଏସ୍‌ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଆଡିଶନାଲ ଏସ୍‌ପି ବିଷ୍ଣୁପ୍ରସାଦ ପତି, ପିପିଲି ଏସ୍‌ଡିପିଓ ବିରଞ୍ଚତ୍ ନାରାୟଣ ପତି, ଡେଲାଙ୍ଗ ଥାନା ଆଇଆଇସି ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ୫ ଜଣ ଆଇଆଇସି, ୧୦ଜଣ ଏସ୍‌ଆଇ, ୧୯ ଜଣ ଏଏସ୍‌ଆଇ, ୧୫ଜଣ ପୁରୁଷ ସିପାହି, ୭ ଜଣ ମହିଳା ସିପାହି, ୫ ଜଣ ହାବିଲଦାର, ୧୭ ସେକସନ ପୋଲିସ ଫୋର୍ସ ଓ ୮୮ ଜଣ ହେମଗାର୍ଡଙ୍କୁ ମୁତୟନ କରାଯାଇଛି। ମେଳଣ ପଡ଼ିଆର ୪ ପାର୍ଶ୍ୱରେ ଅସ୍ଥାୟୀ ପୋଲିସ ଟେଣ୍ଟ କରାଯାଇ ଅସାମାଜିକ ଯୁବକମାନଙ୍କ ପ୍ରତି ନଜର ରଖାଯାଇଛି ବୋଲି ଆଇଆଇସି ମହାନ୍ତି କହିଛନ୍ତି। ସେହିପରି ଡେଲାଙ୍ଗ ତହସିଲଦାର ସନ୍ତୋସିନୀ ଦାଶଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ନିୟୋଜିତ କରାଯାଇଛି। ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ପ୍ରସାଦ ମହାରଣା ଓ ଡେଲାଙ୍ଗ ବ୍ଲକ ଉନ୍ନୟନ ଅଧିକାରୀ କ୍ଷିତୀଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ନିୟନ୍ତ୍ରଣରେ ମେଳଣ କମିଟିର କେତେକ ଯୁବକଙ୍କୁ ନେଇ ଏକ ସ୍ବତନ୍ତ୍ର ସ୍ବେଚ୍ଛାସେବୀ ଟିମ୍‌ ଗଠନ କରାଯାଇଛି। ଅସୁବିଧା କିମ୍ବା ହଜିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଓ ବିଭିନ୍ନ କାର୍ଯ୍ୟ ପାଇଁ ଏହି ଟିମ୍‌ ସମ୍ପୂର୍ଣ୍ଣ ଭାବେ ପୋଲିସ ପ୍ରଶାସନକୁ ସହଯୋଗ କରିବ। ଏଥିସହ ହରିରାଜପୁର ଫାଣ୍ଡି ସନ୍ନିକଟରେ ଏକ ସୂଚନା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

ମଧ୍ୟବିତ୍ତଙ୍କ ପାଇଁ ସବୁବେଳେ କାମ କରନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

ଭୁବନେଶ୍ୱର,୨୦ା୫: ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏଥିରେ...

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ...

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri