Odisha Elections 2024

ବିଧବା ଭତ୍ତା ପାଇବାରୁ ବଞ୍ଚିତ ଜାହାଜ

କେନ୍ଦୁଝର,୧୬ା୩: କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ ବହୁ କ୍ଷେତ୍ରରେ ଗରିବ ହିତାଧିକାରୀ ଯିଏ ଯୋଜନା ପାଇବାକୁ ହକଦାର ସେ ଯୋଜନାରୁ ବଞ୍ଚିତ ଅଛନ୍ତି।

ପ୍ରକାଶ ଯେ, କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ ଚମ୍ପେଇ ପଞ୍ଚାୟତ ଶିରିଶଖୁଣ୍ଟା ଗ୍ରାମରେ ଜାହାଜ ମହାକୁଡ଼ ପିତା ରାମଚନ୍ଦ୍ର ବାରିକଙ୍କ ଘରେ ରହୁଛନ୍ତି। ପୂର୍ବରୁ ସେହି ପଞ୍ଚାୟତ ରୁଗୁଡ଼ି ଗ୍ରାମରେ ବିବାହ କରିଥିଲେ। ଆଜକୁ ୧୦ ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଶାଶୁଘରେ ନ ରହି ନିଜ ପିତାଙ୍କ ଘରେ ରହୁଛନ୍ତି। ସେ ବିଧବା ଭତ୍ତା ପାଇଁ ଗ୍ରାମପଞ୍ଚାୟତ ବ୍ଲକ ଦଉଡ଼ି ଦଉଡ଼ି ନୟାନ୍ତ ହୋଇପଡ଼ିଥିବା କହିଛନ୍ତି। ଓ୍ବାର୍ଡମେମ୍ବର,ସରପଞ୍ଚ ଓ ବ୍ଲକକୁ ବହୁବାର ଯାଇ କାକୁତିମିନତି ହେଲେ ମଧ୍ୟ ବିଧବା ଭତ୍ତା ଆଜି ପର୍ଯ୍ୟନ୍ତ ହୋଇ ପାରି ନ ଥିବା ସେ କହିଛନ୍ତି। ବଣ ଜଙ୍ଗଲ ଘେରା ଏ ଅଞ୍ଚଳ ବାଂଶପାଳ ବ୍ଲକରୁ ପ୍ରାୟ ୫୦ କିମି ଦୂରତାରେ ଓ ବ୍ଲକର ଶେଷ ସୀମାରେ ଏ ଗ୍ରାମଟି ଅବସ୍ଥିତ ଥିବାରୁ ବାରମ୍ବାର ବ୍ଲକକୁ ଯିବା ତାଙ୍କ ପକ୍ଷେ ବହୁତ କଷ୍ଟସାଧ୍ୟ ଏବଂ ତାଙ୍କର ଆର୍ଥିକ ସ୍ଥିତି ଭଲ ନାହିଁ ବୋଲି କହିଛନ୍ତି। ଏଣୁ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ସରପଞ୍ଚ,ଓ୍ବାର୍ଡମେମ୍ବର ଜାହାଜ ମହକୁଡ଼ଙ୍କୁ ବିଧବା ଭତ୍ତା ବ୍ୟବସ୍ଥା କରିବାକୁ ସେ ସମସ୍ତଙ୍କୁ ଆକୁଳ ନିବେଦନ ସହିତ ଗ୍ରାମବାସୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ ଜିଲାରେ ମଧ୍ୟାହ୍ନ ୧ଟା ସୁଦ୍ଧା ୩୬.୩୨%ମତଦାନ

ସୁନ୍ଦରଗଡ,୨୦।୫(ଜୟ ନାରାୟଣ ମେଣ୍ଡୁଳି)ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ସୁନ୍ଦରଗଡ ଜିଲାରେ ଶାନ୍ତି ଶ୍ରୁଙ୍ଖଳାର ସହ ଆରମ୍ଭ ହୋଇଛି।...

ସରସରା ହତ୍ୟାକାଣ୍ଡ ନିର୍ବାଚନୀ ହିଂସା ନୁହେଁ: ସ୍ପଷ୍ଟ କଲେ ଜିଲାପାଳ, ଆଇଜି

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ପ୍ରକ୍ରିୟା ଚାଲିଛି। ତେବେ ଗୋଟିଏ ଗ୍ରାମର ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଚାଲିଥିବାବେଳେ...

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ...

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛି। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭାଜପା ସମର୍ଥକଙ୍କ ଆକ୍ରମଣରେ ବିଜେଡି କର୍ମୀ ଗୁରୁତର

ବାସୁଦେବପୁର,୨୦।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୫ ନମ୍ବର ଓ୍ବାର୍ଡରେ ସୋମବାର ପୂର୍ବାହ୍ନରେ ପୋଷ୍ଟର ଲଗାଇବାକୁ କେନ୍ଦ୍ର କରି ବିବାଦ ଉପୁଜିଛି। ଏହାକୁ...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri