ଦାଣ୍ଡରେ ପଡି ହାଟରେ ଗଡିଲା ଭାଜପାର ଗୋଷ୍ଠୀ କନ୍ଦଳ: ଫଳକରେ ଏମ୍‌ପିଙ୍କ ନାମ ନଥିବାରୁ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ରାଜ୍ୟରେ ପ୍ରଥମଥର ଭାଜପା ସରକାରକୁ ଆସିଥିବା ବେଳେ କିପରି ଦଳ ସୁଦୃଢ ହେବ, ସଂଗଠନ ବଢିବ ସେନେଇ ଜାତୀୟସ୍ତରରୁ ଆରମ୍ଭକରି ରାଜ୍ୟସ୍ତରର ନେତାମାନେ ଗୁରୁତ୍ୱ ଦେଉଛନ୍ତି। ଅନ୍ୟଦଳର ନେତା ଓ କର୍ମୀଙ୍କୁ ଦଳରେ ମିଶାଇ ନେବା ସହ ଗାଁଠୁ ସହର ଯାଏ ସଂଗଠନକୁ ମଜଭୂତ କରି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦଖଲ କରିବାକୁ ସମସ୍ତ ନେତାଙ୍କୁ ନିର୍ଦ୍ଦେଶ ଦେବାରେ ଲାଗିଛନ୍ତି । ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତାହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି । ଦଳୀୟ କର୍ମୀଙ୍କ ମଧ୍ୟରେ ଫଳକ ଭଙ୍ଗାରୁଜା ଘଟଣା ଦାଣ୍ଡରେ ପଡିଛି । ବିଧାୟକ ଓ ଏମ୍‌ପି୍‌ଙ୍କ ମଧ୍ୟରେ ଏକପ୍ରକାର ଶିତଳ ଯୁଦ୍ଧ ଚାଲିଥିବାର ଜଣାପଡିଛି। ଭୂତସରସିଙ୍ଗି ଠାରୁ ବୁଢାଆମ୍ବ ପର୍ଯ୍ୟନ୍ତ ପୂର୍ତ୍ତବିଭାଗୀୟ ରାସ୍ତାର ସଂପ୍ରସାରଣ ଓ ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ ୧୭ କୋଟି ଟଙ୍କାର ଅନୁଦାନ ଆସିଛି । ଏହାକୁ ଶିଳାନ୍ୟାସ କରି କାର୍ଯ୍ୟର ଶୁଭାରମ୍ଭ ଲାଗି ଭୂତସରସିଙ୍ଗି ଠାରେ ଶିଳାନ୍ୟାସ ଫଳକ ଲଗାଯାଇଥିଲା । ଯାହାକି କୁଆଡେ ମଙ୍ଗଳବାର କବିସୂର୍ଯ୍ୟନଗର ବିଧାୟକ ଶିଳାନ୍ୟାସ କରିଥାନ୍ତେ। ହେଲେ ଏହି ଫଳକରେ ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କ ନାମ ରହିଥିବା ବେଳେ ଏମ୍‌ପି ଅନିତାଶୁଭଦର୍ଶନୀଙ୍କ ନାମନଥିଲା । ଏହାକୁ ଦେଖି ଏମପିଙ୍କ ସମର୍ଥକ ଓ ଦଳୀୟକର୍ମୀମାନେ ରାଗିଯାଇ ଫଳକକୁ ଭାଙ୍ଗି ଚୁରମାର କରିଦେଇଛନ୍ତି । ସେହିପରି କବିସୂର୍ଯ୍ୟନଗର ବ୍ଲକର ଗୁଡିଆଳି ଠାରୁ ପୁରୁଷୋତ୍ତମପୁର ବ୍ଲକର ଟଙ୍କାଛାଇ ରାସ୍ତା ନିର୍ମାଣ ଲାଗି ହୋଇଥିବା ଫଳକକୁ ଭାଙ୍ଗିଦେଇଛନ୍ତି । ଫଳରେ ଏହାର ଶିଳାନ୍ୟାସହୋଇପାରିନାହିଁ ପୂର୍ତ୍ତବିଭାଗ କାହା କଥାରେ ପଡି ଏପରି ଏମ୍‌ପିଙ୍କ ନାମଲେଖିନାହିଁ ବୋଲି ଦଳୀୟ କର୍ମୀମାନେ ପ୍ରଶ୍ନକରିବା ସହ ତୀବ୍ର ସମାଲୋଚନା କରିଛନ୍ତି । ଏହାକୁ ନେଇ ପୂର୍ତ୍ତବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୋନିଆ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଫଳକ ଲାଗାଇବା କି ଶୁଭଦେବାର କାର୍ଯ୍ୟକ୍ରମ ରହିଥିବା ଘଟଣା ସମ୍ପର୍କରେ ସେ ଜାଣିନାହାନ୍ତି । ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ହୋଇନାହିଁ । କେହି ବ୍ୟକ୍ତି ଏପରି ଫଳକ ଲଗାଇଥିବ, କ’ଣ ହୋଇଛି ସେଥିନେଇ ସେ କିଛି ଜାଣିନଥିବାର କହିଛନ୍ତି ।ହେଲେ ଏଥିରୁ ପ୍ରଶ୍ନ ଉଠୁଛି ଯେ କିଏ କାହିଁକି ଟେଣ୍ଟ ପକାଇ, ପେଣ୍ଡେଲ ସଜାଇ ଏପରି ଫଳକ ଲଗାଇବ । କାହାର କ’ଣ? ତାହା ଏବେ ସନ୍ଦେହ ଘେରରେ ରହିଛି । ବିଧାୟକ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳକୁ ଆସିନାହାନ୍ତି । ବିଧାୟକ ଏମ୍‌ପିଙ୍କ ମଧ୍ୟରେ ମତାନ୍ତର କରିବାଲାଗି କେହ ଏପରି କରିଛି ନା ପୂର୍ତ୍ତବିଭାଗ ଜାଣତରେ ଏପରି ହୋଇଛି ତାହା ସ୍ପଷ୍ଟ ହୋଇନି। ଭାଜପାରେ ଏହି ଘଟଣାକୁ ନେଇ ବିରୋଧିଦଳ ପକ୍ଷରୁ ସମାଲୋଚନା କରାଯାଇଛି । ତେବେ ଘଟଣାକୁ ନେଇ ବିଧାୟକ ଓ ଏମ୍‌ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

 

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri