ଏଇ ଭାରତରେ

ଭାରତରେ ବହୁ ସମୟରେ ଛୋଟ ଛୋଟ ଏନ୍‌ଜିଓଗୁଡ଼ିକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ସହ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇବାରେ ବିଫଳ ହୋଇଥାନ୍ତି। ଏଭଳି କେତେକ ଏନ୍‌ଜିଓକୁ ସହାୟତାର ହାତ ବଢ଼ାଇଛନ୍ତି ବେଙ୍ଗାଲୁରୁର ଅନୁଷ୍କା ଜୈନ। ଏସବୁ ଏନ୍‌ଜିଓ ନିକଟରେ ଲୋକଙ୍କ ଦାନ କିଭଳି ସହଜ ଓ ସରଳରେ ପହଞ୍ଚିପାରିବ ସେଥିପାଇଁ ସେ ଏକ ସଫଳ ଅଭିଯାନ ଚଳାଇଛନ୍ତି। ସେ ‘ଶେୟାର ଆଟ୍‌ ଡୋର ଷ୍ଟେପ୍‌’ ନାମକ ଏକ ସାମାଜିକ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଘରଗୁଡ଼ିକରୁ ପୋଷାକ, ଖେଳନା, ବହି ଏବଂ ପୁରୁଣା ଫ୍ରିଜ୍‌, ଓ୍ବାଶିଂ ମେଶିନ ଇତ୍ୟାଦି ସାମଗ୍ରୀ ସଂଗ୍ରହ କରି ସେଗୁଡ଼ିକୁ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଭିନ୍ନ ଏନ୍‌ଜିଓ ନିକଟରେ ପହଞ୍ଚାଉଛନ୍ତି। ସେ ଏଥିପାଇଁ ଏକ େଓବ୍‌ସାଇଟ ଖୋଲିଛନ୍ତି ଓ ଏଥିରେ ସହରର ଲୋକମାନେ ଦାନ ଦେବାକୁ ଚାହଁୁଥିବା ଜିନିଷ ପଞ୍ଜୀକରଣ କରୁଛନ୍ତି। ପରେ ଅନୁଷ୍କା ସେଗୁଡ଼ିକୁ ସ୍ବେଚ୍ଛାସେବୀମାନଙ୍କ ମାଧ୍ୟମରେ ସକାଳୁ ଯାଇ ଆଣୁଛନ୍ତି। ଏବେସୁଦ୍ଧା ସେ ଦେଶର ୧୩୫ଟି ଏନ୍‌ଜିଓକୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିସାରିଲେଣି। ସେ ୧୦ ଲକ୍ଷରୁ ଊର୍ଦ୍ଧ୍ୱଦାନ ଗ୍ରହଣ କରିସାରିଛନ୍ତି। କେବଳ ବେଙ୍ଗାଲୁରୁ ନୁହେଁ ଭାରତର ଅନ୍ୟ କେତୋଟି ସହରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହିି ପ୍ରକ୍ରିୟାକୁ ବିଦେଶକୁ ସମ୍ପ୍ରସାରିତ କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri