CUET PG 2024: ଏହି ତାରିଖ ଯାଏ ବୃଦ୍ଧି ହେଲା ସିୟୁଇଟି ପିଜି ପାଇଁ ପଞ୍ଜୀକରଣ, ଆବେଦନ କରିନଥିଲେ ଶୀଘ୍ର କରିନିଅନ୍ତୁ

ନୂଆଦିଲ୍ଲୀ,୮।୨: କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ପିଜି ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖ ଫେବୃଆରୀ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟାନ୍ୟ ଅଂଶଗ୍ରହଣକାରୀ ଅନୁଷ୍ଠାନରୁ ମାଷ୍ଟର୍ସ କରିବାକୁ ଚାହୁଁଥିବା ଛାତ୍ରମାନେ ଏହା ପାଇଁ ଆବେଦନ କରିପାରିବେ। ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ pgcuet.samarth.ac.in ଯାଇ ଫର୍ମଫିଲପ୍‌ କରିପାରିବେ। ସୂଚନାଯୋଗ୍ୟ, କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ପିଜି ୨୦୨୪ ଫି’ ଦେବାର ଶେଷ ତାରିଖ ହେଉଛି ୧୧ ଫେବୃଆରୀ ଏବଂ ଆବେଦନ ଫର୍ମ ୧୪ ଫେବୃଆରୀରେ ବନ୍ଦ ହେବ ।

ମାର୍ଚ୍ଚ ୧୧ରୁ ୨୮ ପର୍ଯ୍ୟନ୍ତ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ ୪ରେ ପରୀକ୍ଷା ସିଟି ସ୍ଲିପ୍ସ ଏବଂ ମାର୍ଚ୍ଚ ୭ରେ ଆଡମିଟ କାର୍ଡ ରିଲିଜ ହେବାର ଯୋଜନା ରହିଛି।

କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ପିଜି ପ୍ରବେଶିକା ପରୀକ୍ଷାର ଅବଧି ୨ ଘଣ୍ଟା ରହିବ। ପରେ ସରକାରୀ ୱେବସାଇଟରେ ପରୀକ୍ଷା ସୂଚୀ ଘୋଷଣା କରାଯିବ। କେନ୍ଦ୍ରୀୟ ଏବଂ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନ / ସଂଗଠନ / ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପ୍ରୋଗ୍ରାମରେ ଆଡମିଶନ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହି ପରୀକ୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବି.ଏଡ୍‌‌.ରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି

ଭୁବନେଶ୍ୱର,୨।୬: ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବି.ଏଡ୍‌‌.ରେ ନାମଲେଖା ପାଇଁ ଆବେଦନ ସମୟସୀମା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଜାତୀୟ...

ଯୁକ୍ତ୨ ନାମଲେଖା: ୭ରୁ ଆବେଦନ

ଭୁବନେଶ୍ୱର, ୧।୬(ଅସମାପିକା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ...

UG ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର,୨୯।୫: ୨୦୨୪-୨୫ ଶିକ୍ଷାବର୍ଷରେ ସ୍ନାତକରେ ନାମଲେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୩ କରିବାକୁ ଚାହୁଁଥିବା ଆଶାୟୀ ଛାତ୍ରୀଛାତ୍ରମାନେ ଜୁନ୍ ୩ ଅପରାହ୍ନ ୪ଟାରୁ...

ବିଏଡ୍‌, ବିଏଚ୍‌ଏଡ୍‌, ଏମ୍‌ଏଡ୍‌ ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର, ୨୮।୫(ଅସମାପିକା ସାହୁ)- ୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍‌ ଏବଂ ଏମ୍‌ଏଡ୍‌ ନାମଲେଖା ପାଇଁ ବୁଧବାର ଠାରୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ...

ପ୍ରକାଶ ପାଇଲା +୨ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ଭୁବନେଶ୍ୱର,୨୬।୫: ରାଜ୍ୟରେ +୨ ପରୀକ୍ଷାଫଳ ପ୍ରକାଶ ପାଇଛି। ରବିବାର ଭୁବନେଶ୍ୱରସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ...

ଓଡ଼ିଶା ହାଇକୋର୍ଟର ୧୪୭ ଏଏସ୍‌ଓ ପଦବୀ ନିମନ୍ତେ ବିଜ୍ଞପ୍ତି, ମେ ୨୦ରୁ ଆବେଦନ

କଟକ,୧୪ା୫ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀ ନିମନ୍ତେ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତନ୍ମଧ୍ୟରୁ ୪୯ଟି ପଦବୀ...

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ୮୧ ହଜାର ଯାଏଁ ଅଛି ଦରମା

ଭୁବନେଶ୍ୱର,୧୪।୫: ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ...

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ,୧୩।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ଘୋଷଣା କରିଛି। ବୋର୍ଡ ଏକାସାଙ୍ଗରେ ଉଭୟ ଶ୍ରେଣୀ ପାଇଁ ଫଳାଫଳ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri