ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ ଦ୍ରୁତ ଗତିରେ ଯାଉଛୁ, ଜଣାପଡ଼ୁଛି ସମୟ ସୁଅ ପରି ବହିଚାଲିଛି। ସମୟ କେବେ ନଷ୍ଟ ହୁଏନା। ଆମେ ନଷ୍ଟ ହୋଇଯାଉ। ସମୁଦ୍ରର ଜୁଆର ପରି ସମୟ କାହାକୁ ଅପେକ୍ଷା କରେ ନାହିଁ ବୋଲି ଆମେ କହୁ। ପ୍ରତି ମୁହୂର୍ତ୍ତର ମହତ୍ତ୍ୱ ରହିଛି। ସମୟ ଅତିଥି ପରି ଆସେ ଉପଯୁକ୍ତ ସତ୍କାର ନ କଲେ ନିରାଶ ହୋଇ ଫେରିଯାଏ, ପୁଣ୍ୟତକ ସାଙ୍ଗରେ ନେଇ ଦୁଷ୍କୃତ ସବୁ ଦେଇଯାଏ। ସମୟର ଅନୁରୋଧରେ ଆଦାନପ୍ରଦାନ, କର୍ମସମ୍ପାଦନ କରିବା କଥା ତାହା ନ କରି ସମୟ ଗଡ଼ାଇ ଦେଲେ କାଳ ସେହି କର୍ମଫଳର ରସପାନ କରିଦିଏ : ଆଦାନସ୍ୟ ପ୍ରଦାନସ୍ୟ କର୍ତ୍ତବ୍ୟସ୍ୟ ଚ କର୍ମଣଃ। କ୍ଷିପ୍ରମକ୍ରିୟମାଣସ୍ୟ କାଳଃ ପିବତି ତଦ୍ରସମ୍‌।ା
ଆସନ୍ତାକାଲିକୁ କେହି ଦେଖି ନାହିଁ କିନ୍ତୁ ତା’ ଉପରେ ବେଶି ଭରସା। ଆଜିଠାରୁ କାଲି ବେଶି ସମୟ ମିଳିବ-ଏହି ଭାବନା ଏକ ବିଡ଼ମ୍ବନା। ଭ୍ରାନ୍ତି। ସମୟ ପରିଚାଳନାରେ ଏକ ତ୍ରୁଟି। ମନୁଷ୍ୟ ଭାସମାନ ତୃଣଖଣ୍ଡ ନୁହେଁ। ସମୟର ସ୍ରୋତ ତାକୁ ମନଇଚ୍ଛା ଏଣେତେଣେ ଅବାଧରେ ଟାଣି ନେଇଯିବ। ମନୁଷ୍ୟ ହେଉଛି ସ୍ବାଧୀନ କର୍ତ୍ତା। କାର୍ଯ୍ୟସମ୍ପାଦନରେ ସ୍ବତନ୍ତ୍ର। ସମୟର ସଙ୍କେତ/ଆହ୍ବାନକୁ ବିଚାରବନ୍ତ ବୁଝି ତା’ର ସଦୁପଯୋଗ କରିପାରିଲେ ନିଜର ଦକ୍ଷତା ପ୍ରମାଣିତ ହୁଏ ଓ ପୁରୁଷାର୍ଥ ସାର୍ଥକ ହୁଏ। ସମୟଠୁ ବଡ ମୂଲ୍ୟବାନ୍‌ ସମ୍ପତ୍ତି କିଛି ନାହିଁ। ପରେ କାର୍ଯ୍ୟଟି ହେବ ଭାବି, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାଳ ଗଡ଼େଇ କାର୍ଯ୍ୟ ଆରମ୍ଭ କରୁ ନ ଥିବା ବ୍ୟକ୍ତି ଦୀର୍ଘସୂତ୍ରୀ। ଅଧିକାଂଶ ଭାରତୀୟ ବିଦେଶୀଙ୍କ ତୁଳନାରେ ସମୟାନୁବର୍ତ୍ତୀ ନୁହନ୍ତି। ଆମେ ଠିକ୍‌ ସମୟରେ ଠିକ୍‌ କାମ ନ କରି ଦୁର୍ଲଭ ସମୟ ଗଡ଼ାଇ ଦେଉ। ସେଥିପାଇଁ ଆମକୁ ଅଧିକ କିଛି ମୂଲ୍ୟ ଦେବାକୁ ପଡ଼େ। ଏ ବିଷୟରେ ସଚେତନ ହେଲାବେଳକୁ ‘ନେଡ଼ିଗୁଡ଼ କହୁଣିକୁ ବୋହିଯାଇଥାଏ।’ ଇଂଲିଶ ନାଟ୍ୟକାର ସେକ୍ସପିୟର ପ୍ରକାଶ କରିଛନ୍ତି : ସମୟ ମଣିଷର ବାପା, ମା’ ଓ ମଶାଣି ମଧ୍ୟ।
ଆମ ଶାସ୍ତ୍ର ଓ ସଂସ୍କୃତିରେ ଦୀର୍ଘସୂତ୍ର ଅଭ୍ୟାସ ନିନ୍ଦିତ। ବେଦରେ କାର୍ଯ୍ୟତପତ୍ରତା/କାର୍ଯ୍ୟପ୍ରେରଣାକୁ ପ୍ରଶଂସା କରାଯାଇଛି : ‘ଆ ନୋ ଭଦ୍ରାଃ କ୍ରତବୋ ଯନ୍ତୁ ବିଶ୍ୱତଃ’(ଋଗ୍‌ ବେଦ, ୧.୮୯.୧)-ଏହି ବୈଦିକ ମନ୍ତ୍ରରେ ‘କ୍ରତବଃ’ ଅର୍ଥ କେବଳ ଉତ୍ତମ ଭାବନା ନୁହେଁ, ଏହାର ଅନ୍ୟ ଅର୍ଥ କର୍ମପ୍ରେରଣା। ହେ ଈଶ୍ୱର ! ଆମ୍ଭମାନଙ୍କ ପାଖକୁ ଉତ୍ତମ କର୍ମପ୍ରେରଣା ଆସୁ। ଆମେମାନେ ସତ୍‌ ଉଦ୍ଦେଶ୍ୟରେ କର୍ମରେ ପ୍ରବୃତ୍ତ/ଲଗ୍ନ ରହୁ। କୁମାରସମ୍ଭବମ୍‌ ମହାକାବ୍ୟ(୧୦/୨୫)ରେ ମହାକବି କାଳି ଦାସ କହନ୍ତି -ହେ ଅଗ୍ନି ତୁମେ ଶୀଘ୍ର ଗଙ୍ଗାକୂଳକୁ ଯାଅ। ଆଉ ବିଳମ୍ବ କର ନାହିଁ। ଯେଉଁ କାର୍ଯ୍ୟକୁ ନିଶ୍ଚୟ କରିବା ଉଚିତ, ତାହାକୁ ଶୀଘ୍ର ସାଧନ କଲେ ସିଦ୍ଧି ମିଳେ: ଅର୍ଥେଷ୍ବବଶ୍ୟ କାର୍ଯ୍ୟେଷୁ ସିଦ୍ଧୟେ କ୍ଷିପ୍ରକାରିତା।
ପର୍ବତରୁ ନିର୍ଗତ ନଦୀ, ଗଛରୁ ପତିତ ପତ୍ର , ବହି ଯାଇଥିବା ପାଣି ଓ ବିତିଯାଇଥିବା ସମୟ କେବେ ଫେରନ୍ତି ନାହିଁ। ସମୟ ନିଜେ ଯାହା ଇଚ୍ଛା କରେ ତାହା ମଣିଷଙ୍କୁ ଦିଏ, ମାତ୍ର ମଣିଷ ନିଜେ ଇଚ୍ଛା କରି ସମୟଠାରୁ କିଛି ପାଇପାରେ ନାହିଁ। ଆଜିର ସମୟ କାଲିକୁ ବଦଳି ଯାଇଥାଏ। ନିକର୍ମା ହୋଇ ସମୟ ବିତାଇବା ସମୟକୁ ଚୋରି କରିବା ଓ ସୁଯୋଗକୁ ହତ୍ୟା କରିବା ସହ ସମାନ। ଏହା ଦ୍ୱାରା ବ୍ୟକ୍ତି ଓ ଦେଶର ପ୍ରଭୂତ କ୍ଷତି ସଂଘଟିତ ହୋଇଥାଏ। ପ୍ରତ୍ୟେକ ଜୀବନରେ ସମୟ ସୁଯୋଗ ଥରେ ମାତ୍ର ଆଣେ। ଏଥିରେ ଆମର ଭାଗ୍ୟ ଓ ଭବିଷ୍ୟତ ନିହିତ ଥାଏ। ଅଜ୍ଞତା, ଦୂରଦୃଷ୍ଟିର ଅଭାବ ଓ ଆଳସ୍ୟ ହେତୁ ପାଇଥିବା ସୁଯୋଗକୁ ଆମେ ହାତଛଡ଼ା କରୁ। ପରିଣାମରେ ଜୀବନ ସାରା ଘୋର ଅନୁତାପ/ଅବସୋସରେ ମୁଣ୍ଡ କୋଡ଼ୁ। ଭାରତୀୟ ସଂସ୍କୃତିରେ ଆଳସ୍ୟକୁ ଶରୀରସ୍ଥ ମହାନ୍‌ ଶତ୍ରୁ କହି ଭର୍ତ୍ସନା କରାଯାଇଛି। ଆଳସ୍ୟ ପରାୟଣ ବ୍ୟକ୍ତି ଅପ୍ରାପ୍ତ ବସ୍ତୁ ପ୍ରାପ୍ତ କରିପାରେ ନାହିଁ। ଏଭଳି ବ୍ୟକ୍ତି ତାମସିକ କର୍ତ୍ତା। ନୀତିଜ୍ଞ ବିଦୁର କହନ୍ତି -ଉନ୍ନତିକାମୀ ବ୍ୟକ୍ତି ଆଳସ୍ୟ, ଘୁମାଇବା, ଭୟ, କ୍ରୋଧ ଓ ଦୀର୍ଘସୂତ୍ରତାକୁ ବର୍ଜନ କରିବା ଆବଶ୍ୟକ।
ବେଳ ନାହିଁ କହି ସମ୍ପର୍କ ଓ କର୍ତ୍ତବ୍ୟକୁ ଏଡ଼ାଇ ଯିବା ନିକୃଷ୍ଟ ବ୍ୟକ୍ତିତ୍ୱର ପରିଚୟ। ଜୀବନରେ ସାମାନ୍ୟ ବିଳମ୍ବ କଲେ ବହୁତ କିଛି ହରାଇବାକୁ ପଡ଼ିଥାଏ :‘ବିଳମ୍ବାତ୍‌ କାର୍ଯ୍ୟ ହାନିଃ ସ୍ୟାତ୍‌’। ଅଭାବିତ ଅସୁବିଧା /ଅପୂରଣୀୟ କ୍ଷତି ଘଟିଯାଏ। ବାଲ୍ୟକାଳ ଅତିକ୍ରମ କରି ଗଲେ ପରବର୍ତ୍ତୀ ସମୟରେ ବିଦ୍ୟା ଅର୍ଜନ କଷ୍ଟକର ହୋଇପଡ଼େ। ବର୍ଷା ଆରମ୍ଭରେ ଚାଷକାର୍ଯ୍ୟ ଆରମ୍ଭ ନ କଲେ ବର୍ଷକ ମଧ୍ୟରେ ଚାଷ କାର୍ଯ୍ୟ ଆଉ କରିହୁଏ ନାହିଁ। ସେଥିପାଇଁ କୁହାଯାଇଛି : ‘ଚାଷ ତରତର ବଣିଜ ମଠ।’ ‘ଚାଷ ହୁଡ଼ିଲେ ବରଷେ, ପାଠ ହୁଡ଼ିଲେ ପୁରୁଷେ।’ ଶାସକ ସମୟ ଗଡ଼ାଇ ନିଜ ଅଯୋଗ୍ୟତାର ପ୍ରମାଣ ଦିଏ। ସମୟ ଗଡ଼ାଇଲେ ଅନାବଶ୍ୟକ ମାନସିକ ଚାପ ସୃଷ୍ଟି ହୁଏ। କାର୍ଯ୍ୟଟି ସମାପ୍ତ କରିଥିଲେ ଯେତିକି ଶକ୍ତି ଉପଯୋଗ ହୋଇଥା’ନ୍ତା ଅସମାପ୍ତ ଜନିତ ଜନ୍ତ୍ରଣା ତାହାଠାରୁ ଅଧିକ ଶକ୍ତି ଶେଷ କରିଦିଏ। ମିଳିଥିବା କ୍ଷଣକ ସମୟକୁ ହେଳା ନ କରି ତା’ର ପୂର୍ଣ୍ଣ ବିନିଯୋଗ କଲେ ଜଣେ ସମୟ-ବଗିଚାରୁ ଫୁଲ ତୋଳିବାକୁ ସମର୍ଥ ହୁଏ। ଯେଉଁ ଦୀପ ଲିଭି ଗଲାଣି ସେଥିରେ ତେଲ ଦେଇ କି ଲାଭ ? ଚୋର ଧନ ଲୁଣ୍ଠନ କରି ଚାଲିଗଲା ପରେ ସାବଧାନ/ସତର୍କ ହେବା ନିରର୍ଥକ। ଜଳ ଚାଲିଯିବା ପରେ ବନ୍ଧ ବାନ୍ଧିବାରେ କି ଲାଭ ? ‘ନେଡ଼ିଗୁଡ଼ କହୁଣିକି ବୋହିଗଲେ’ ମଣିଷ ବେକାବୁ ହୋଇଯାଏ। ଦୀର୍ଘସୂତ୍ରୀ ବ୍ୟକ୍ତି ଅମସୟରେ କାମ ଆରମ୍ଭ କଲେ ଲୋକହସା ହୁଅନ୍ତି। ସମୟ ଗଡ଼ାଇବା ସହଜକାମକୁ ଜଟିଳ/ବ୍ୟର୍ଥ କିରିଦିଏ। କର୍ତ୍ତା ନିଜକୁ ପରାଜିତ ମନେ କରି ପଶ୍ଚାତ୍ତାପ କରେ। ଉନ୍ନତିର ଗତିକୁ ନିଜେ ଅଟକାଇଥାଏ। କାଳ ଅତିକ୍ରମ କରିଗଲେ ବ୍ୟକ୍ତିର ଉତ୍କୃଷ୍ଟ ଶକ୍ତି/ସାମର୍ଥ୍ୟ ପ୍ରତିଷ୍ଠିତ ନ ହୋଇ ନିଷ୍ଫଳ ହୋଇଥାଏ। ‘ପାଗ ବାନ୍ଧୁ ବାନ୍ଧୁ କଚେରି ବରଖାସ୍ତ’ ହୋଇଯାଏ।
ପଞ୍ଚତନ୍ତ୍ର-ମିତ୍ରଭେଦରେ-‘ଦୀର୍ଘସୂତ୍ରୀ ବିନଶ୍ୟତି’ ଗଳ୍ପରେ ଗୋଟିଏ ପୁଷ୍କରିଣୀରେ ଅନାଗତ ବିଧାତା, ପ୍ରତ୍ୟୁପତ୍ନ୍ନମତି ଓ ଦୀର୍ଘସୂତ୍ରୀ(ଯଦ୍ଭବିଷ୍ୟ) ନାମରେ ତିନୋଟି ମାଛ ଥିଲେ। କେତେଜଣ କେଉଟ କଥାବାର୍ତ୍ତା ହେଉଥିଲେ-‘ଏହି ପୁଷ୍କରିଣୀରେ ବହୁତ ମାଛ ଅଛନ୍ତି। କାଲି ସକାଳୁ ଜାଲ ଆଣି ଏମାନଙ୍କୁ ଧରିନେବା।’ ଏକଥା ଅନାଗତ ବିଧାତା ଶୁଣି ଅନ୍ୟ ଦୁଇଜଣ ବନ୍ଧୁଙ୍କୁ ସତର୍କ କରି କହିଲା -ବିପଦ ଆସୁଛି। ଆଜି ରାତିରେ ଜଳସ୍ରୋତରେ ଅନ୍ୟ ପୁଷ୍କରିଣୀକୁ ଆମେ ନିରାପଦରେ ଚାଲିଯିବା। ଏହା ଶୁଣି ପ୍ରତ୍ୟୁପତ୍ନ୍ନମତି କହିଲା- ହଉ, ବିପଦ ଆସିଲେ ମୁଁ ଚିନ୍ତା କରିବି। ଦୀର୍ଘସୂତ୍ରୀ କହିଲା- କାଇଁ ବ୍ୟସ୍ତ ହେଉଛ ? ଆମେ ଏ ପୁଷ୍କରିଣୀରେ ବହୁତ ଦିନ ହେଲା ରହିଲେଣି। ତରତର କିଆଁ ? ଆମର କିଛି ଅସୁବିଧା ହେବ ନାହିଁ, କୁଆଡ଼େ ଯିବା ଦରକାର ନାହିଁ। ଅନାଗତ ବିଧାତା ଜଳସ୍ରୋତରେ ଅନ୍ୟ ପୁଷ୍କରିଣୀକୁ ପଳାଇ ଗଲା। ସକାଳୁ ଜାଲ ସହିତ କେଉଟମାନଙ୍କୁ ଦେଖି ପ୍ରତ୍ୟୁପତ୍ନ୍ନମତି ସହସା ମଲାପରି ପାଣିରେ ଭାସି ନିଜକୁ ରକ୍ଷା କରିଥିଲା। କେଉଟମାନଙ୍କ ଜାଲରେ ପଡ଼ି ଦୀର୍ଘସୂତ୍ରୀ ଜୀବନରକ୍ଷା ପାଇଁ ଚେଷ୍ଟା କରି ବିଫଳ ହେଲା।
ବୁଦ୍ଧିମାନ୍‌ ଓ କାଳବିତ୍‌ ପୁରୁଷ କେଉଁ ସମୟ, କିଏ ସହାୟକ, କିପରି ପରିସ୍ଥିତି ଏସବୁ ବିଚାର କରି ନିଜ ଶକ୍ତିକୁ କଳନା କରି କାର୍ଯ୍ୟ ଆରମ୍ଭ କରିଥାଏ। କାର୍ଯ୍ୟର ପ୍ରାଥମିକତା ହିଁ ବିଚାରଯୋଗ୍ୟ। ଦୂରଦୃଷ୍ଟି ଓ କର୍ମତପତ୍ରତା ମଣିଷକୁ ସଫଳ କରେ। ‘କାଲି ଯା କରନ୍ତ ଆଜି କରିନିଅ, ଆଜି କରିବାଟା ଏବେ। ଦିନ ଚାଲିଯାଏ ବେଳ ଆଉ କାହିଁ ବେଳ ଆଉ କାହିଁ, କରମ କରିବ କେବେ?’ ବର୍ତ୍ତମାନ ମିଳିଥିବା ସମୟକୁ ଉପତ୍ାଦନକ୍ଷମ କଲେ ଭବିଷ୍ୟତ ଫଳପ୍ରଦ ହୁଏ ଓ ଉଜ୍ଜ୍ୱଳ ହୁଏ। ହ୍ରସ୍ବସୂତ୍ରୀ ହେଲେ ମଣିଷ ବିଜୟୀ ହୁଏ।

ଡ. ଶରତ ଚନ୍ଦ୍ର ପରିଡ଼ା
ଅବସରପ୍ରାପ୍ତ ଉପାଧ୍ୟକ୍ଷ, କାନନ ବିହାର, ପଟିଆ, ଭୁବନେଶ୍ୱର
ମୋ:୯୪୩୭୭୭୬୯୦୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

BLOଙ୍କ ପାଇଁ ବଡ଼ ଖବର: ମିଳିବ ବାର୍ଷିକ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା, ୮୧.୪୫ କୋଟିର…

ଭୁବନେଶ୍ୱର,୨୪।୯: ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ…

ପୁରୁଷୋତ୍ତମପୁରରେ ଫୁଲୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୪।୯, (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନି ଦିନ ହେଲା ବର୍ଷା ଲାଗିରହି ସାଧାରଣ ଜୀବନକୁ…

‘ପାକିସ୍ତାନ ଜିନ୍ଦାବାଦ’ ଜପ କଲେ ଆୟୁଷ୍ମାନ ଖୁରାନା; ଟ୍ରୋଲ ହେବା ପରେ କହିଲେ…

ମୁମ୍ବାଇ: ଆୟୁଷ୍ମାନ ଖୁରାନା ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ହାସ୍ୟରସ ଓ ଆକ୍ସନଠାରୁ ଆରମ୍ଭ କରି ସାମାଜିକ ବାର୍ତ୍ତାବହ ଚଳଚ୍ଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ଶୈଳୀର…

୧୬ ବର୍ଷ ପ୍ରତୀକ୍ଷାର ଅନ୍ତ: ଏସିଆନ୍ ଗେମ୍ସରେ ହିମାଚଳର ଝିଅ ସୀମା ରଚିଲେ ଇତିହାସ, ଭାରତ ପାଇଁ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୪।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ ସୀମା କୁମାରୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ମହିଳା ୧୦,୦୦୦ ମିଟର ରେସ୍ ଇଭେଣ୍ଟରେ ସୀମା ୩୨:୪୧.୫୪…

ରାହୁଲଙ୍କୁ ଭାଜପାର କଡ଼ା ପ୍ରଶ୍ନ

ନୂଆଦିଲ୍ଲୀ,୨୪।୯: ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବରେ ଭାଜପା ପ୍ରତିକ୍ରିୟା ରଖିଛି। ଭାଜପା ମୁଖପାତ୍ର ତଥା ରାଜ୍ୟ ସଭା ଏମପି ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ ଏହି ଦାବି…

ନିର୍ବାଚନ ଆୟୋଗ (EC) ବିବାଦକୁ ନେଇ ବଢୁଛି ଜ୍ଞାନେଶ କୁମାରଙ୍କ ଅଡୁଆ, ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ବିରୋଧୀ

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗ ଏବଂ SIR (ସିଷ୍ଟମାଟିକ ଇନଫର୍ମେସନ ରିଟ୍ରାଇଭାଲ) ପ୍ରକ୍ରିୟା ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବର୍ତ୍ତମାନ…

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା

ଛତ୍ରପୁର,୨୪।୯(ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଖରିଫ ଋତୁ ଫସଲ ପରେ ନୂଆ ଫସଲ ଚାଷ କରିବା ପାଇଁ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?