Posted inଜାତୀୟ

୭ ଦିନ ପାଇଁ ଇଡି ହାଜତକୁ ଗଲେ ପଞ୍ଜାବ ମନ୍ତ୍ରୀ ଆରୋରା

ଗୁରୁଗ୍ରାମ,୧୧ା୫(ପି.ଟି.): ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଥିବା ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗୁରୁଗ୍ରାମର ଏକ ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ୭ ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି। ୧୦୦ କୋଟି ଟଙ୍କା ଜିଏସ୍‌ଟି ଜାଲିଆତି ସହ ଜଡ଼ିତ ମନିଲଣ୍ଡରିଂ ଅଭିଯୋଗକୁ ଅଦାଲତ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ଏଥିପାଇଁ ଆରୋରାଙ୍କୁ ଜେରା କରିବାର ଆବଶ୍ୟକତା ଥିବାରୁ ୭ ଦିନ ଇଡି ରିମାଣ୍ଡରେ ପଠାଇଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା ଆରୋରାଙ୍କ ପକ୍ଷରୁ ତାଙ୍କ ଓକିଲ ଉପସ୍ଥିତ ରହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ କହିବା ସହ ମନ୍ତ୍ରୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଥିଲେ। ଆରୋରାଙ୍କୁ ଗିରଫ କରିବା ପୂର୍ବରୁ ତଦନ୍ତକାରୀ ଅଫିସର ପ୍ରାଥମିକ ଅନୁଧ୍ୟାନରୁ କୌଣସି ତଥ୍ୟ ପ୍ରମାଣ ପାଇ ନ ଥିଲେ ବୋଲି ଆଇନଜୀବୀ କହିଥିଲେ।
ମନିଲଣ୍ଡରିଂ ମାମଲାରେ ଆରୋରାଙ୍କ ସହ ଅନେକ ସଂସ୍ଥା ଜଡ଼ିତ ଥିବା ଅଭିଯୋଗ ହୋଇଥିଲା। ଶନିବାର ସକାଳେ ଇଡି ଅଧିକାରୀମାନେ ଆରୋରାଙ୍କ ଚଣ୍ଡିଗଡ଼ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରିବା ପରେ ମନିଲଣ୍ଡରିଂ ପ୍ରତିକାର ଆଇନ (ପିଏମ୍‌ଏଲ୍‌ଏ) ବଳରେ ତାଙ୍କୁ ଗିରଫ କରି ହାଜତକୁ ନେଇଥିଲା। ଇଡି ଉତ୍ତର ଭାରତର ୫ଟି ସ୍ଥାନରେ ଚଢ଼ାଉ କରିଥିଲା। ସେଥିରୁ ଦିଲ୍ଲୀରେ ଦୁଇଟି ସ୍ଥାନ ଏବଂ ଗୁରୁଗ୍ରାମରେ ଥିବା ହାମ୍ପଟନ୍‌ ସ୍କାଏ ରିଏଲିଟି ଲିଃ କମ୍ପାନୀ ରହିଛି। ପିଏମ୍‌ଏଲ୍‌ଏର ଆପରାଧିକ ଧାରାରେ ଇଡି ନୂଆ ମାମଲା ରୁଜୁ କରିବା ପରେ ଚଢ଼ାଉ କରିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

ଇରାନ ଉପରେ ପୁଣି ଖପ୍ପା ହେଲେଣି ଡୋନାଲ୍ଡ ଟ୍ରମ୍ପ, କହିଲେ ୪୭ ବର୍ଷ ହେଲା…

ଓ୍ବାଶିଂଟନ,୧୧।୫: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଦେଖାଦେଇଥିବା ଭୟଙ୍କର ସଂଘର୍ଷକୁ ବନ୍ଦ କରିବା ପାଇଁ ପ୍ରୟାସକୁ ଏକ ବଡ଼ ଝଟକା ଲାଗିଛି। ରବିବାର (୧୦ ମଇ) ଦିନ, ଆମେରିକାର ରାଷ୍ଟ୍ରପତି…

ପ୍ରବଳ ଝଡ଼ତୋଫାନ ସହ ବର୍ଷା: ଭାଙ୍ଗିଲା ଯାତ୍ରା ତୋରଣ,ବ୍ୟାପକ କ୍ଷୟକ୍ଷତି

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରବିବାର ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏହାର କିଛି ସମୟ ପରେ…

ଅବତରଣ ସମୟରେ ବିମାନର ଟାୟାରରେ ଲାଗିଲା ନିଆଁ; ଥିଲେ ୨୭୮ ଜଣ ଯାତ୍ରୀ

କାଠମାଣ୍ଡୁ,୧୧।୫: ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ବିମାନର ଟାୟାରରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ପୋଲିସ ନିଶ୍ଚିତ କରିଛି…

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସରକାର ଗଠନ ପାଇଁ ହିମନ୍ତଙ୍କୁ ମିଳିଲା ଆମନ୍ତ୍ରଣ: ୧୨ରେ ଶପଥ ଗ୍ରହଣ

ଗୁଆହାଟୀ,୧୦ା୫: ଆସାମରେ ପରବର୍ତ୍ତୀ ସରକାର ଗଠନ ପାଇଁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ରବିବାର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କରିଛନ୍ତି। ଫଳରେ ଆସାମରେ ଏନ୍‌ଡିଏ…

ବଡ଼ ଧରଣର ବିସ୍ଫୋରଣ, ୧୫ ପୋଲିସ ନିହତ

ପେଶଓ୍ବାର,୧୦।୫: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ପୋଲିସ ପୋଷ୍ଟ ଉପରେ ଆତ୍ମଘାତୀ ଆକ୍ରମ ହୋଇଛି । ଏଥିରେ ପନ୍ଦର ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri