ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ। ଆଫଗାନିସ୍ତାନରୁ ପରିଚାଳିତ ତେହେରିକ୍‌- ଏ ତାଲିବାନ୍‌ ସଂଗଠନ ପାକିସ୍ତାନର ବିଭିନ୍ନ ସରକାରୀ ଅନୁଷ୍ଠାନ, ମିଲିଟାରି କ୍ୟାମ୍ପଗୁଡ଼ିକୁ ବାରମ୍ବାର ଆକ୍ରମଣକରି ପାକିସ୍ତାନ ଶାସନ ମୁଖ୍ୟଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ଏଭଳି ସ୍ଥିତିରେ ନିଜ ଦେଶକୁ ସମ୍ଭାଳିପାରୁ ନ ଥିବା ପାକିସ୍ତାନ ଏବେ ଇରାନ୍‌-ଆମେରିକା ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥ ସାଜିଛି। ପାକିସ୍ତାନକୁ ମଧ୍ୟସ୍ଥ ନାଁରେ ଆମେରିକା ସଖୀ କଣ୍ଢେଇ ଭଳି ନଚାଉଛିି। ଇସ୍‌ଲାମାବାଦରେ ଚଳିତ ବର୍ଷ ଏପ୍ରିଲରେ ପାକିସ୍ତାନ ଆର୍ମି ମୁଖ୍ୟ ଆସିଫ ମୁନିର ଓ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍‌ଙ୍କ ନେତୃତ୍ୱରେ ଆମେରିକା ଏବଂ ଇରାନ ପ୍ରତିନିଧିଙ୍କ ମଧ୍ୟରେ ୨ଥର ଶାନ୍ତି ବୈଠକ ବିଫଳ ହୋଇଛି। ପ୍ରଥମ ବୈଠକ ଓ ସର୍ତ୍ତକୁ ଇରାନ ମାନି ନ ଥିବା ବେଳେ ଦ୍ବିତୀୟ ବୈଠକକୁ ଆସି ନ ଥିଲେ ଇରାନ ପ୍ରତିନିଧି। ଏଥିରୁ ନିଶ୍ଚିତ ଯେ ପାକିସ୍ତାନକୁ ବିଶ୍ବାସକୁ ନେଇପାରିନାହିଁ ଇରାନ। ଫଳରେ ପ୍ରତିନିଧିଙ୍କୁ ଦ୍ବିତୀୟ ଥର ଶାନ୍ତି ବୈଠକକୁ ପଠାଇ ନ ଥିଲା ତେହେରାନ। ଇରାନକୁ ମନାଇବାକୁ ପାକିସ୍ତାନ ମିଲିଟାରି ମୁଖ୍ୟ ଆସିଫ୍‌ ମୁନିର ତେହେରାନ ଯାଇଥିଲେ ମଧ୍ୟ ନିରାଶ ହୋଇ ଫେରିଥିଲେ। ତେଣୁ ଇରାନ-ଆମେରିକା ମଧ୍ୟରେ ଶାନ୍ତି କଥାବାର୍ତ୍ତା ଫସର ଫାଟିଯାଇଥିଲା। ମଧ୍ୟସ୍ଥ ଭୂମିକାରେ ରହି ବିଶ୍ବରେ ନିଜର ଭାବମୂର୍ତ୍ତି ସଜାଡ଼ିବାକୁ ପାକିସ୍ତାନର ପ୍ରୟାସ ବିଫଳତା ପଛରେ ଅନେକ କାରଣ ରହିଛି। ଦେଶରେ ବାରମ୍ବାର ରାଜନୈତିକ ଅସ୍ଥିରତା, ଆତଙ୍କବାଦୀଙ୍କ ଦ୍ବାରା ପରିଚାଳିତ ହେବା, ଭାରତ ସହ ବାରମ୍ବାର ବିଶ୍ବାସଘାତକ କରିବା ଘଟଣାରୁ ପାକିସ୍ତାନ ଏକ ବିଶ୍ବାସଯୋଗ୍ୟ ଦେଶ ନୁହେଁ ବୋଲି ବିଶ୍ବ ଜାଣି ସାରିଛି। ସେପଟେ ପାକିସ୍ତାନ ଉପରେ ଆଫଗାନିସ୍ତାନ ପଟୁ ବାରମ୍ବାର ଗରିଲା ଯୋଦ୍ଧାଙ୍କ ସଣ୍ଢୁଆଶି ଆକ୍ରମଣ, ଦେଶରେ ତୈଳ ସଙ୍କଟ, ଖାଦ୍ୟାଭାବ, ଋଣଗ୍ରସ୍ତ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରୁ ଋଣ ମଞ୍ଜୁର ନେଇ ଅନିଚ୍ଛା ଦେଶ ପାଇଁ ଏକ ବୃହତ୍‌ ସମସ୍ୟା ଭାବେ ଉଭାହୋଇଛି।
ପାକିସ୍ତାନରେ ରାଜନୈତିକ ଅସ୍ଥିରତା , ସରକାରଙ୍କ ଉପରେ ସେନାର ମାତ୍ରାଧିକ ହସ୍ତକ୍ଷେପ, ସମନ୍ବୟର ଅଭାବ , ପ୍ରାକୃତିକ ଦୁର୍ବିପାକ , ମୁଦ୍ରାସ୍ଫୀତି, ଋଣଭାରରେ ଆକ୍ତାମାକ୍ତା ପାକିସ୍ତାନ ଆଫଗାନିସ୍ତାନ ସହ ଯୁଦ୍ଧ ଲଢ଼ିବାକୁ ସମ୍ବଳ ଯୋଗାଡ଼ କରିପାରୁନାହଁି। ଏହାସହ ମଧ୍ୟପ୍ରାଚ୍ୟରେ ତୈଳ ସଙ୍କଟ ପାକିସ୍ତାନ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। ଇରାନ ଓ ଆମେରିକା ଦ୍ବାରା ହର୍ମୁଜ ପ୍ରଣାଳୀ ଅବରୋଧ ପାକିସ୍ତାନ ପାଇଁ ବଡ଼ ତୈଳ ସଙ୍କଟ ଆଣିଛି। ପ୍ରଥମେ ପ୍ରଥମେ ନିଜକୁ ଇରାନ-ଆମେରିକା ଯୁଦ୍ଧର ମଧ୍ୟସ୍ଥ ଦର୍ଶାଇ ହର୍ମୁଜ ପ୍ରଣାଳୀ ଦେଇ ପାକିସ୍ତାନ ୧୫ରୁ ଅଧିକ ତୈଳ ଜାହାଜକୁ ଖସାଇବାରେ ସକ୍ଷମ ହୋଇଥିଲା। କିନ୍ତୁ ଏସବୁ କେବଳ ଆମେରିକା ସ୍ବାର୍ଥ ହାସଲ ପାଇଁ ବୋଲି ଇରାନ ଜାଣିବା ପରେ ପାକିସ୍ତାନକୁ ଆଉ ବିଶ୍ବାସକୁ ନେଉନାହଁି। ପାକିସ୍ତାନରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ। ଅଟା, ତେଲ ,ଡାଲି, କ୍ଷୀର ଓ ରନ୍ଧନ ଗ୍ୟାସ୍‌ ପାଇଁ ଲୋକେ ସଂଘର୍ଷ କରୁଛନ୍ତି। ଜୀବନକୁ ବାଜି ଲଗାଇ ଲୋକେ ରାଶନ ଟ୍ରକ୍‌ ପଛରେ ଦୌଡୁଥିବା ଦେଖିବାକୁ ମିଳୁଛି।
ଦେଶରେ ଏକ ପ୍ରକାର ଅଘୋଷିତ ଜରୁରୀ ସ୍ଥିତି ଓ ସ୍ମାର୍ଟ ଲକ୍‌ଡାଉନ ସ୍ଥିତି ଲାଗୁ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶବାସୀଙ୍କୁ ସମ୍ବୋଧନକରି ନିଜର ଅସହାୟତା ପ୍ରକାଶ କରିଛନ୍ତି।
ପାକିସ୍ତାନରେ ସପ୍ତାହକୁ ୪ ଦିନ ଚାଲୁଛି ସରକାରୀ ଅଫିସ। ୫୦ପ୍ରତିଶତ କର୍ମଚାରୀ ଅଫିସ ଆସୁଥିବା ବେଳେ ୱାର୍କଫ୍ରର୍ମ ହୋମ୍‌ ନିୟମ ଲାଗୁ ହୋଇଛିି। ଶିକ୍ଷାନୁଷ୍ଠାନଗୁଡିକୁ ଜବରଦସ୍ତ ଛୁଟି ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ତୁରନ୍ତ ବନ୍ଦ କରିଦିଆଯାଇଛି। ଦେଶର ସରକାରୀ ସେବାରେ ନିୟୋଜିତ ଯାନବାହନରୁ ରିହାତି ନିୟମ ହଟାଯାଇଛିି। ପାକିସ୍ତାନର ସରକାରୀ ବିମାନ ସେବାକୁ ବନ୍ଦ କରାଯାଇଛିି। କ୍ରମାଗତ ଭାବରେ ଦେଶରେ ବୃଦ୍ଧି ପାଉଛି ଋଣଭାର। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ବବ୍ୟାଙ୍କର ଦ୍ବାର ଖଟ ଖଟ କରି ନିରାଶ ହେବାକୁ ପଡୁଛିି। ଦେଶର ଋଣ ଭାର ୨୫୦ ବିଲିୟନ ଡଲରା ଟପିଯାଇଛି। ଦେଶର ସଂଘୀୟ ସରକାରଙ୍କ ଘରୋଇ ଋଣ ଚଳିତ ବର୍ଷ ଜାନୁଆରି ସୁଦ୍ଧା ୫୫ହଜାର ୯୭୮ ବିଲିୟନ ରୁପିରେ ପହଞ୍ଚିଛି। ଏହା ସହ ବାହ୍ୟଋଣ ୨୩ ହଜାର ୩୪୪ ବିଲିୟନ ରହିଛି। ଜିଡିପି ସହ ଋଣ ପରିମାଣ ପ୍ରାୟ ୮୭ ପ୍ରତିଶତରେ ପହଞ୍ଚିଛି। ବଡ଼ କଥା ହେଉଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଋଣ ଖିଲାପକାରୀ ଦେଶ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ପାକିସ୍ତାନ। ୧୯୫୮ ମସିହାରୁ ଏଯାଏ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିଠାରୁ ୨୬ଟି ବେଲ୍‌ ଆଉଟ ମାଧ୍ୟମରେ ପ୍ରାୟ ୩୪ ବିଲିୟନ ଡଲାରର ସହାୟତା ନେଇଛି ପାକିସ୍ତାନ। ପ୍ରଥମରୁ ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନ ଉପରେ ବିଶ୍ବ ଆର୍ଥିକ ଅସ୍ଥିରତା, ତୈଳ ସଙ୍କଟ ବ୍ୟାପକ ପ୍ରଭାବିତ କରିଛି। ଦେଶରେ ସରକାରୀ ଯାନବାହନ ଚଳାଚଳ ୬୦ପ୍ରତିଶତ ହ୍ରାସ ପାଇଛି। ସାଂସଦ ଏବଂ ମନ୍ତ୍ରୀଙ୍କ ଦରମା ହ୍ରାସ , ମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି ହୋଇଛି। ଏହାସହ ଦେଶରେ ଶକ୍ତି ସଙ୍କଟ, କର ବୃଦ୍ଧି ସାଧାରଣ ଜନତାଙ୍କ ଜୀବନକୁ ପ୍ରଭାବିତ କରିଛି। ଜିଡିପି ଉପରେ ୧-୧.୫% ନକାରାତ୍ମକ ପ୍ରଭାବ ପକାଇ ସାରିଲାଣି। ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକ ନିର୍ଭୟରେ ନିଜର ନେଟ୍‌ୱର୍କ ବିସ୍ତାର କରୁଛନ୍ତି। ବିଶ୍ବର ବଡ଼ ବଡ଼ କୁଖ୍ୟାତ ଆତଙ୍କବାଦୀଙ୍କ ଅଭୟାରଣ୍ୟ ପାଲଟିଛି ପାକିସ୍ତାନ। ସେମାନଙ୍କୁ ପାକିସ୍ତାନ ଆର୍ମି ସୁରକ୍ଷା ପ୍ରଦାନ କରୁଛି। ବିଶ୍ବର କୌଣସି ଦେଶର ବିଶ୍ବାସଭାଜନ ହୋଇପାରୁ ନ ଥିବା ପାକିସ୍ତାନ,ଦେଶର ରାଜନୈତିକ ନେତୃତ୍ୱ ଓ ପାକିସ୍ତାନ ସେନା ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ବାରମ୍ବାର ଦେଖିବାକୁ ମିଳୁଛି। ବର୍ତ୍ତମାନ ବିଶ୍ବରେ ବିଶ୍ବଯୁଦ୍ଧ ମୁହାଁ ସ୍ଥିତି ଉପୁଜିଥିବା ବେଳେ ପାକିସ୍ତାନ ଶାନ୍ତି କପୋତ ହେବାକୁ ଯାଇ ଭାଣ୍ଡିଆ ହୋଇଛି।

ଲଳିତେନ୍ଦୁ ପଲାଉରୀ
ବାଲିପନ୍ତାଳ,ନଗର ,ଅସ୍ତରଙ୍ଗ,ପୁରୀ
ମୋ: ୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

NEET-UG ୨୦୨୬, ପରୀକ୍ଷା ପାଇଁ ସହର ଆଲର୍ଟମେଣ୍ଟ କଲା NTA

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପରୀକ୍ଷା ଆସନ୍ତା ୨୧ରେ ହେବାକୁ ଯାଉଛି । ଏଥିପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ସହର ଆଲର୍ଟମେଣ୍ଟ କରିଛି । ପରୀକ୍ଷାର୍ଥୀ କେଉଁ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଇସ୍ରାଏଲର ପାଲଟା ଆକ୍ରମଣ; ହିଜବୋଲାର କମାଣ୍ଡ ସେଣ୍ଟର ଧ୍ବସଂ, ନେତାନ୍ୟାହୁ…

ଜେରୁଜେଲମ, ୭।୬: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ, ରବିବାର ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲୀ ସେନା…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ମୃତକଙ୍କ ପରିବାରକୁ ସମବେଦନା ଜଣାଉଥିବା ବେଳେ ମନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ! ଏଭଳି କାଣ୍ଡ ଘଟାଇଲେ ଗାଁ ଲୋକେ

ପାଟନା,୭ା୬: ବିହାରର ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମଧୁବାଣୀର ଥାହର ଗାଁରେ ଏହି ଘଟଣା ଘଟିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri