ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ। ଆଫଗାନିସ୍ତାନରୁ ପରିଚାଳିତ ତେହେରିକ୍‌- ଏ ତାଲିବାନ୍‌ ସଂଗଠନ ପାକିସ୍ତାନର ବିଭିନ୍ନ ସରକାରୀ ଅନୁଷ୍ଠାନ, ମିଲିଟାରି କ୍ୟାମ୍ପଗୁଡ଼ିକୁ ବାରମ୍ବାର ଆକ୍ରମଣକରି ପାକିସ୍ତାନ ଶାସନ ମୁଖ୍ୟଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ଏଭଳି ସ୍ଥିତିରେ ନିଜ ଦେଶକୁ ସମ୍ଭାଳିପାରୁ ନ ଥିବା ପାକିସ୍ତାନ ଏବେ ଇରାନ୍‌-ଆମେରିକା ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥ ସାଜିଛି। ପାକିସ୍ତାନକୁ ମଧ୍ୟସ୍ଥ ନାଁରେ ଆମେରିକା ସଖୀ କଣ୍ଢେଇ ଭଳି ନଚାଉଛିି। ଇସ୍‌ଲାମାବାଦରେ ଚଳିତ ବର୍ଷ ଏପ୍ରିଲରେ ପାକିସ୍ତାନ ଆର୍ମି ମୁଖ୍ୟ ଆସିଫ ମୁନିର ଓ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍‌ଙ୍କ ନେତୃତ୍ୱରେ ଆମେରିକା ଏବଂ ଇରାନ ପ୍ରତିନିଧିଙ୍କ ମଧ୍ୟରେ ୨ଥର ଶାନ୍ତି ବୈଠକ ବିଫଳ ହୋଇଛି। ପ୍ରଥମ ବୈଠକ ଓ ସର୍ତ୍ତକୁ ଇରାନ ମାନି ନ ଥିବା ବେଳେ ଦ୍ବିତୀୟ ବୈଠକକୁ ଆସି ନ ଥିଲେ ଇରାନ ପ୍ରତିନିଧି। ଏଥିରୁ ନିଶ୍ଚିତ ଯେ ପାକିସ୍ତାନକୁ ବିଶ୍ବାସକୁ ନେଇପାରିନାହିଁ ଇରାନ। ଫଳରେ ପ୍ରତିନିଧିଙ୍କୁ ଦ୍ବିତୀୟ ଥର ଶାନ୍ତି ବୈଠକକୁ ପଠାଇ ନ ଥିଲା ତେହେରାନ। ଇରାନକୁ ମନାଇବାକୁ ପାକିସ୍ତାନ ମିଲିଟାରି ମୁଖ୍ୟ ଆସିଫ୍‌ ମୁନିର ତେହେରାନ ଯାଇଥିଲେ ମଧ୍ୟ ନିରାଶ ହୋଇ ଫେରିଥିଲେ। ତେଣୁ ଇରାନ-ଆମେରିକା ମଧ୍ୟରେ ଶାନ୍ତି କଥାବାର୍ତ୍ତା ଫସର ଫାଟିଯାଇଥିଲା। ମଧ୍ୟସ୍ଥ ଭୂମିକାରେ ରହି ବିଶ୍ବରେ ନିଜର ଭାବମୂର୍ତ୍ତି ସଜାଡ଼ିବାକୁ ପାକିସ୍ତାନର ପ୍ରୟାସ ବିଫଳତା ପଛରେ ଅନେକ କାରଣ ରହିଛି। ଦେଶରେ ବାରମ୍ବାର ରାଜନୈତିକ ଅସ୍ଥିରତା, ଆତଙ୍କବାଦୀଙ୍କ ଦ୍ବାରା ପରିଚାଳିତ ହେବା, ଭାରତ ସହ ବାରମ୍ବାର ବିଶ୍ବାସଘାତକ କରିବା ଘଟଣାରୁ ପାକିସ୍ତାନ ଏକ ବିଶ୍ବାସଯୋଗ୍ୟ ଦେଶ ନୁହେଁ ବୋଲି ବିଶ୍ବ ଜାଣି ସାରିଛି। ସେପଟେ ପାକିସ୍ତାନ ଉପରେ ଆଫଗାନିସ୍ତାନ ପଟୁ ବାରମ୍ବାର ଗରିଲା ଯୋଦ୍ଧାଙ୍କ ସଣ୍ଢୁଆଶି ଆକ୍ରମଣ, ଦେଶରେ ତୈଳ ସଙ୍କଟ, ଖାଦ୍ୟାଭାବ, ଋଣଗ୍ରସ୍ତ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରୁ ଋଣ ମଞ୍ଜୁର ନେଇ ଅନିଚ୍ଛା ଦେଶ ପାଇଁ ଏକ ବୃହତ୍‌ ସମସ୍ୟା ଭାବେ ଉଭାହୋଇଛି।
ପାକିସ୍ତାନରେ ରାଜନୈତିକ ଅସ୍ଥିରତା , ସରକାରଙ୍କ ଉପରେ ସେନାର ମାତ୍ରାଧିକ ହସ୍ତକ୍ଷେପ, ସମନ୍ବୟର ଅଭାବ , ପ୍ରାକୃତିକ ଦୁର୍ବିପାକ , ମୁଦ୍ରାସ୍ଫୀତି, ଋଣଭାରରେ ଆକ୍ତାମାକ୍ତା ପାକିସ୍ତାନ ଆଫଗାନିସ୍ତାନ ସହ ଯୁଦ୍ଧ ଲଢ଼ିବାକୁ ସମ୍ବଳ ଯୋଗାଡ଼ କରିପାରୁନାହଁି। ଏହାସହ ମଧ୍ୟପ୍ରାଚ୍ୟରେ ତୈଳ ସଙ୍କଟ ପାକିସ୍ତାନ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। ଇରାନ ଓ ଆମେରିକା ଦ୍ବାରା ହର୍ମୁଜ ପ୍ରଣାଳୀ ଅବରୋଧ ପାକିସ୍ତାନ ପାଇଁ ବଡ଼ ତୈଳ ସଙ୍କଟ ଆଣିଛି। ପ୍ରଥମେ ପ୍ରଥମେ ନିଜକୁ ଇରାନ-ଆମେରିକା ଯୁଦ୍ଧର ମଧ୍ୟସ୍ଥ ଦର୍ଶାଇ ହର୍ମୁଜ ପ୍ରଣାଳୀ ଦେଇ ପାକିସ୍ତାନ ୧୫ରୁ ଅଧିକ ତୈଳ ଜାହାଜକୁ ଖସାଇବାରେ ସକ୍ଷମ ହୋଇଥିଲା। କିନ୍ତୁ ଏସବୁ କେବଳ ଆମେରିକା ସ୍ବାର୍ଥ ହାସଲ ପାଇଁ ବୋଲି ଇରାନ ଜାଣିବା ପରେ ପାକିସ୍ତାନକୁ ଆଉ ବିଶ୍ବାସକୁ ନେଉନାହଁି। ପାକିସ୍ତାନରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ। ଅଟା, ତେଲ ,ଡାଲି, କ୍ଷୀର ଓ ରନ୍ଧନ ଗ୍ୟାସ୍‌ ପାଇଁ ଲୋକେ ସଂଘର୍ଷ କରୁଛନ୍ତି। ଜୀବନକୁ ବାଜି ଲଗାଇ ଲୋକେ ରାଶନ ଟ୍ରକ୍‌ ପଛରେ ଦୌଡୁଥିବା ଦେଖିବାକୁ ମିଳୁଛି।
ଦେଶରେ ଏକ ପ୍ରକାର ଅଘୋଷିତ ଜରୁରୀ ସ୍ଥିତି ଓ ସ୍ମାର୍ଟ ଲକ୍‌ଡାଉନ ସ୍ଥିତି ଲାଗୁ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଶବାସୀଙ୍କୁ ସମ୍ବୋଧନକରି ନିଜର ଅସହାୟତା ପ୍ରକାଶ କରିଛନ୍ତି।
ପାକିସ୍ତାନରେ ସପ୍ତାହକୁ ୪ ଦିନ ଚାଲୁଛି ସରକାରୀ ଅଫିସ। ୫୦ପ୍ରତିଶତ କର୍ମଚାରୀ ଅଫିସ ଆସୁଥିବା ବେଳେ ୱାର୍କଫ୍ରର୍ମ ହୋମ୍‌ ନିୟମ ଲାଗୁ ହୋଇଛିି। ଶିକ୍ଷାନୁଷ୍ଠାନଗୁଡିକୁ ଜବରଦସ୍ତ ଛୁଟି ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ତୁରନ୍ତ ବନ୍ଦ କରିଦିଆଯାଇଛି। ଦେଶର ସରକାରୀ ସେବାରେ ନିୟୋଜିତ ଯାନବାହନରୁ ରିହାତି ନିୟମ ହଟାଯାଇଛିି। ପାକିସ୍ତାନର ସରକାରୀ ବିମାନ ସେବାକୁ ବନ୍ଦ କରାଯାଇଛିି। କ୍ରମାଗତ ଭାବରେ ଦେଶରେ ବୃଦ୍ଧି ପାଉଛି ଋଣଭାର। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ବବ୍ୟାଙ୍କର ଦ୍ବାର ଖଟ ଖଟ କରି ନିରାଶ ହେବାକୁ ପଡୁଛିି। ଦେଶର ଋଣ ଭାର ୨୫୦ ବିଲିୟନ ଡଲରା ଟପିଯାଇଛି। ଦେଶର ସଂଘୀୟ ସରକାରଙ୍କ ଘରୋଇ ଋଣ ଚଳିତ ବର୍ଷ ଜାନୁଆରି ସୁଦ୍ଧା ୫୫ହଜାର ୯୭୮ ବିଲିୟନ ରୁପିରେ ପହଞ୍ଚିଛି। ଏହା ସହ ବାହ୍ୟଋଣ ୨୩ ହଜାର ୩୪୪ ବିଲିୟନ ରହିଛି। ଜିଡିପି ସହ ଋଣ ପରିମାଣ ପ୍ରାୟ ୮୭ ପ୍ରତିଶତରେ ପହଞ୍ଚିଛି। ବଡ଼ କଥା ହେଉଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଋଣ ଖିଲାପକାରୀ ଦେଶ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ପାକିସ୍ତାନ। ୧୯୫୮ ମସିହାରୁ ଏଯାଏ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିଠାରୁ ୨୬ଟି ବେଲ୍‌ ଆଉଟ ମାଧ୍ୟମରେ ପ୍ରାୟ ୩୪ ବିଲିୟନ ଡଲାରର ସହାୟତା ନେଇଛି ପାକିସ୍ତାନ। ପ୍ରଥମରୁ ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନ ଉପରେ ବିଶ୍ବ ଆର୍ଥିକ ଅସ୍ଥିରତା, ତୈଳ ସଙ୍କଟ ବ୍ୟାପକ ପ୍ରଭାବିତ କରିଛି। ଦେଶରେ ସରକାରୀ ଯାନବାହନ ଚଳାଚଳ ୬୦ପ୍ରତିଶତ ହ୍ରାସ ପାଇଛି। ସାଂସଦ ଏବଂ ମନ୍ତ୍ରୀଙ୍କ ଦରମା ହ୍ରାସ , ମନ୍ତ୍ରୀଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି ହୋଇଛି। ଏହାସହ ଦେଶରେ ଶକ୍ତି ସଙ୍କଟ, କର ବୃଦ୍ଧି ସାଧାରଣ ଜନତାଙ୍କ ଜୀବନକୁ ପ୍ରଭାବିତ କରିଛି। ଜିଡିପି ଉପରେ ୧-୧.୫% ନକାରାତ୍ମକ ପ୍ରଭାବ ପକାଇ ସାରିଲାଣି। ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡାଗୁଡ଼ିକ ନିର୍ଭୟରେ ନିଜର ନେଟ୍‌ୱର୍କ ବିସ୍ତାର କରୁଛନ୍ତି। ବିଶ୍ବର ବଡ଼ ବଡ଼ କୁଖ୍ୟାତ ଆତଙ୍କବାଦୀଙ୍କ ଅଭୟାରଣ୍ୟ ପାଲଟିଛି ପାକିସ୍ତାନ। ସେମାନଙ୍କୁ ପାକିସ୍ତାନ ଆର୍ମି ସୁରକ୍ଷା ପ୍ରଦାନ କରୁଛି। ବିଶ୍ବର କୌଣସି ଦେଶର ବିଶ୍ବାସଭାଜନ ହୋଇପାରୁ ନ ଥିବା ପାକିସ୍ତାନ,ଦେଶର ରାଜନୈତିକ ନେତୃତ୍ୱ ଓ ପାକିସ୍ତାନ ସେନା ଅଧିକାରୀଙ୍କ ମଧ୍ୟରେ ସମନ୍ବୟର ଅଭାବ ବାରମ୍ବାର ଦେଖିବାକୁ ମିଳୁଛି। ବର୍ତ୍ତମାନ ବିଶ୍ବରେ ବିଶ୍ବଯୁଦ୍ଧ ମୁହାଁ ସ୍ଥିତି ଉପୁଜିଥିବା ବେଳେ ପାକିସ୍ତାନ ଶାନ୍ତି କପୋତ ହେବାକୁ ଯାଇ ଭାଣ୍ଡିଆ ହୋଇଛି।

ଲଳିତେନ୍ଦୁ ପଲାଉରୀ
ବାଲିପନ୍ତାଳ,ନଗର ,ଅସ୍ତରଙ୍ଗ,ପୁରୀ
ମୋ: ୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

ଲାଇଭ୍‌ ହେବ କଟକ ଦୁର୍ଗାପୂଜା: ୟୁଟ୍ୟୁବ୍‌-ୱେବସାଇଟ୍‌ରେ ସିଧା ପ୍ରସାରଣ ଦେଖିପାରିବେ ଶ୍ରଦ୍ଧାଳୁ

କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ…

ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତର, ଜିଲା ଚିକିତ୍ସାଲୟରେ ଭର୍ତ୍ତି

କୁନ୍ଦୁରା,୨୪।୯,(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଫୁପୁଗାଁ ଗ୍ରାମ ପଞ୍ଚାୟତ ଚନ୍ଦ୍ରଶୁଣ୍ଢୀଗୁଡା ଠାରେ ଲଗାଣ ବର୍ଷାରେ ଘର ଭୁଶୁଡି ମହିଳା ଗୁରୁତରହୋଇଛନ୍ତି। ମହିଳା ଜଣକ ହେଲେ…

BLOଙ୍କ ପାଇଁ ବଡ଼ ଖବର: ମିଳିବ ବାର୍ଷିକ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା, ୮୧.୪୫ କୋଟିର…

ଭୁବନେଶ୍ୱର,୨୪।୯: ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ…

ପୁରୁଷୋତ୍ତମପୁରରେ ଫୁଲୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୪।୯, (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ତିନି ଦିନ ହେଲା ବର୍ଷା ଲାଗିରହି ସାଧାରଣ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?