ମିଳିଲା ୨ ଯୁବତୀଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ

ପାଟଣା,୩୦।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରୁ ପୋଲିସ ମଙ୍ଗଳବାର ୨ଯୁବତୀଙ୍କ ମୃତଦେହ ଜବତ କରିଛି। ଜଣେ କଲେଜ ପଢୁଆ ୧୭ ବର୍ଷ ନାବାଳିକା ଛାତ୍ରୀ ଘରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଛାତ୍ରୀ ଜଣକ ହେଲେ ଉମାକାନ୍ତ ମହାନ୍ତଙ୍କ ଝିଅ ଲିଟିଲ ମହାନ୍ତ। ସେ ପାଟଣା କଲେଜରେ ପଢୁଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ସୋମବାର ରାତିରେ ସେ ଭଉଣୀଙ୍କ ସହ ଘରେ ଶୋଇଥିଲେ। ହେଲେ ବିଳମ୍ବିତ ରାତ୍ରିରେ ଶୋଇବା ଘରୁ ଚାଲିଯାଇ ଅନ୍ୟ ଏକ କୋଠରୀରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ମଙ୍ଗଳବାର ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅସ୍ଥାରେ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ସେହିପରି ପାଟଣା ଥାନା ଅଧୀନ ଅଙ୍କୁରା ଗ୍ରାମର ବିଲ ଭିତରେ ଥିବା ଏକ ନାଳରୁ ମଙ୍ଗଳବାର ଜଣେ ୨୯ ବର୍ଷୀୟା ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ଅଙ୍କୁରା ଗ୍ରାମର ହରେକୃଷ୍ଣ ମୁଣ୍ଡାଙ୍କ ଝିଅ ସରସ୍ବତୀ । ସେ ଗତକାଲି ସନ୍ଧ୍ୟାରେ ଘରୁ ଶୌଚ ହେବା ପାଇଁ ଯାଇ ଆଉ ଫେରି ନ ଥିଲେ। ମଙ୍ଗଳବାର ନାଳରେ ସରସ୍ବତୀଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମଳିଥିଲା। ଖବର ପାଇ ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ହେଲେ ସରସ୍ବତୀଙ୍କ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ଚାଲିଛି ମତଦାନ

କେସିଙ୍ଗା,୧୩ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ସାଧାରଣ ନିର୍ବାଚନ ସୋମବାର ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳା ସହ ଆରମ୍ଭ ହୋଇଛି। ଭବାନୀପାଟଣା ନିର୍ବାଚନ ମଣ୍ଡଳୀ...

ଆମ୍ବୁଲାନ୍ସକୁ ମଧ୍ୟ ଯାଞ୍ଚ କଲା ଫ୍ଲାଇଂ ସ୍କ୍ବାଡ୍‌

ଦାରିଙ୍ଗବାଡ଼ି,୧୨ା୫(ଅରୁଣ ସାହୁ): କନ୍ଧମାଳ ପ୍ରଶାସନ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଅଞ୍ଚଳରେ ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ନାକା ଲାଗାଇ ଗାଡିମୋଟର ଯାଞ୍ଚ...

ଛାଡ଼ିଲେନି ଗାଡ଼ି: ଫେରିଗଲେ ପୋଲିଂ କର୍ମଚାରୀ

ଭବାନୀପାଟଣା,୧୨।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ଦୁନ୍ଦେଲମାଲ ପଞ୍ଚାୟତର ଦୁଣ୍ଡା ଗ୍ରାମବାସୀ ରାସ୍ତା ଓ ପାନୀୟ ଜଳ ଦାବି ନେଇ...

ଧର୍ମେନ୍ଦ୍ରଙ୍କୁ ଆଶୀର୍ବାଦ କଲେ ପୁରୀ ଶ୍ରୀମନ୍ଦିର ସେବାୟତ

ସମ୍ବଲପୁର,୧୨ା୫(ପ୍ରମୋଦ ବହିଦାର): କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଭାଜପା ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ରବିବାର ସନ୍ଧ୍ୟାରେ ସମ୍ବଲପୁରରେ...

କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦବାଲି,୧୨ା୫(କିଷାନ ପାତ୍ର)-ପୋଷା କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲେ ଚୋର। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ଚୋରି କରିନେଲେ। ଏଭଳି ଏକ...

ସ୍ତ୍ରୀଙ୍କୁ ହତ୍ୟା କରି ଜାଳି ଦେଇଥିବା ସ୍ବୀକାର କଲେ ସ୍ବାମୀ

ଦିଗପହଣ୍ଡି,୧୨ା୫(ଅଶେଷ ନାଥ ମିଶ୍ର)- ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେବା ମାମଲାରେ ଦିଗପହଣ୍ଡି ବ୍ଲକ ଖମାରୀ ଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର ସନ୍ତୋଷ ପାତ୍ରଙ୍କୁ ରବିବାର...

ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର: ଗିରଫ ହେଲେ ଦାଦାଶ୍ୱଶୁର

ବ୍ରହ୍ମପୁର,୧୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ବଡବଜାର ଥାନା ପୋଲିସ ଦାଦାଶ୍ୱଶୁରଙ୍କୁ ଗିରଫ କରିଛି। ସେ ହେଲେ କଳାହାଣ୍ଡି ଜିଲା ରାମପୁର...

ମାଓବାଦୀ ଅଞ୍ଚଳକୁ ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି

ନୂଆପଡ଼ା,୧୨।୫(ମକାରୁ ବେମାଲ)- ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri