ତ୍ରିକୋଣୀୟ ପ୍ରେମରେ ଫସିଲେ ଆଲିଆ! ଲଢ଼ିବେ ରଣବୀର-ଭିକି

ମୁମ୍ବାଇ,୨୪।୧: ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଁଶାଳୀଙ୍କ ଆଗାମୀ ଫିଲ୍ମ ‘ଲଭ୍ ଆଣ୍ଡ ୱାର’ ରେ ଏକାଠି ନଜର ଆସିବେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶାଲ। ଆଗରୁ ଏନେଇ ଆଲୋଚନା ହେଉଥିଲା ବେଳେ ଏବେ ଏହି ଖବର ନିଶ୍ଚିତ ହୋଇଛି। ବଡ଼ ଖବର ହେଉଛି ଏହି ଫିଲ୍ମର ଘୋଷଣା ସହ ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ନୂଆ ପିଢ଼ିର ରୋମାଣ୍ଟିକ କାହାଣୀ ‘ଲଭ୍ ଆଣ୍ଡ ୱାର’ ସଞ୍ଜୟ ଲୀଲା ଭଁଶାଲୀ ନିର୍ଦ୍ଦେଶନା ଦେବେ। ଭଁଶାଲୀ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ସେହି ନିର୍ଦ୍ଦେଶକ ଯିଏ କାହାର କ୍ୟାରିଅରକୁ ନୂଆ ଉଚ୍ଚତାରେ ପହଞ୍ଚାଇ ପାରିବେ। ଜଣେ ଅଭିନେତାଙ୍କଠାରୁ ସର୍ବୋତ୍ତମ ଅଭିନୟ କିପରି ପାଇବେ ସେଥିପାଇଁ ତାଙ୍କର ଉଦାହରଣ ଦିଆଯାଏ।

‘ଲଭ୍ ଆଣ୍ଡ ୱାର’ ୨୦୨୫ କ୍ରିସମାସ୍ ଅବସରରେ ଡିସେମ୍ବର ୨୫ରେ ସିନେମାଘରକୁ ଆସିବ। ବୁଧବାର ଭିକି କୌଶାଲ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ପୋଷ୍ଟର ଶେୟାର କରିଥିଲା ବେଳେ କମେଣ୍ଟ ବକ୍ସରେ ପ୍ରଶଂସକମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଛନ୍ତି। ଅନେକ କାଟ୍ରିନାଙ୍କୁ ମଧ୍ୟ ଏହି ଫିଲ୍ମରେ ସାମିଲ କରିବା ନେଇ ଆଶା ପ୍ରକାଶ କରିଛନ୍ତି।

ସଞ୍ଜୟ ଲୀଲା ଭଁଶାଲୀଙ୍କ ସହ ରଣବୀର କପୁର ଏବଂ ସହ ଆଲିଆ ଭଟ୍ଟଙ୍କ ଦ୍ୱିତୀୟ ଫିଲ୍ମ ହେବ। ଏଥି ସହିତ ବିକି କୌଶଲ ପ୍ରଥମ ଥର ପାଇଁ ଭଁଶାଲୀଙ୍କ ସହ ହାତ ମିଳାଉଛନ୍ତି। ରଣବୀର ଭଁଶାଲୀଙ୍କ ଫିଲ୍ମ ‘ସାୱାରିଆ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଗାଙ୍ଗୁବାଇ ଚଳଚ୍ଚିତ୍ରରେ ଆଲିଆ ତାଙ୍କର ଅଭିନୟ ଶକ୍ତି ପ୍ରମାଣ କରିଥିଲେ। ନିକଟରେ ବିକି କୌଶଲ ମଧ୍ୟ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯାହା ବର୍ତ୍ତମାନ ପୂରଣ ହେବାକୁ ଲାଗୁଛି। ବିକିଙ୍କର ଶେଷ ଫିଲ୍ମ ଥିଲା ‘ସାମ ବାହାଦୂର’, ଯାହା ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri