Posted inଖେଳ

ବ୍ୟାଟିଂ ବିଫଳତା ଯୋଗୁ ପରାଜୟ ସ୍ବାଦ ଚାଖିଲା ଓଡ଼ିଶା

ଭୁବନେଶ୍ୱର, ୯।୧ (ତପନ ସ୍ବାଇଁ): ବ୍ୟାଟିଂ ବିଫଳତା ଯୋଗୁ ଓଡ଼ିଶା ଚଳିତ ରଣ୍‌ଜୀ ସିଜନରେ ନିଜର ପ୍ରଥମ ମ୍ୟାଚ୍‌ରେ ପରାଜୟ ସ୍ବାଦ ଚାଖିଛି। ଭଦୋଦରାର ମୋତିବାଗ ଷ୍ଟାଡିୟମରେ ଶେଷ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ୧୪୭ ରନରେ ବରୋଦାଠାରୁ ହାରିଯାଇଛି। ବିଜୟ ଲକ୍ଷ୍ୟ ୪୩୨ ଥିବାବେଳେ ଓଡ଼ିଶା ଦ୍ୱିତୀୟ ଇନିଂସରେ ୨୮୪ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ବରୋଦାର ପ୍ରଥମ ଇନିଂସ ୩୫୧ ରନ ଜବାବରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ପ୍ରଥମ ଇନିଂସରେ ମାତ୍ର ୧୭୮ରେ ଅଲ୍‌ଆଉଟ ହୋଇଥିଲା। ବରୋଦା ଏହାର ଦ୍ୱିତୀୟ ଇନିଂସକୁ ୨୫୮/୪ରେ ଘୋଷଣା କରିଥିଲା।
ତୃତୀୟ ଦିବସର ଅସମାପ୍ତ ସ୍କୋର ୧୦୩/୧ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶାକୁ ଅନ୍ତିମ ଦିବସରେ ମ୍ୟାଚ ଡ୍ର ରଖିବାକୁ ହେଲେ ସତର୍କତାର ସହ ଦିନସାରା ବ୍ୟାଟିଂ କରିବା ଜରୁରୀ ଥିଲା। ଟପ୍‌ ଅର୍ଡରର ୩ ବ୍ୟାଟରଙ୍କ ଉପଯୋଗୀ ଅବଦାନ ଯୋଗୁ ଦଳ ଠିକ୍‌ ପଥରେ ମଧ୍ୟ ଅଗ୍ରସର ହୋଇଥିଲା। ଦଳ ଏକଦା ୨ ଉଇକେଟରେ ୧୯୨ ରନରେ ପହଞ୍ଚତ୍ ଭଲ ସ୍ଥିତିରେ ମଧ୍ୟ ଥିଲା। ମାତ୍ର ଅଧିନାୟକ ଶାନ୍ତନୁ ମିଶ୍ର ଓ ସନ୍ଦୀପ ପଟ୍ଟନାୟକଙ୍କ ମଧ୍ୟରେ ଭାଗୀଦାରି ଭାଙ୍ଗିବା ସହ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା।

ଦୁହେଁ ଦ୍ୱିତୀୟ ଉଇକେଟରେ ୨୩୬ ବଲ୍‌ରୁ ୮୯ ରନ ଯୋଡ଼ି ଦଳ ପାଇଁ ଡ୍ର’ ଆଶା ସଞ୍ଚାର କରିଥିଲେ। ଅର୍ଦ୍ଧଶତକ ହାସଲ କରିବାପରେ ସନ୍ଦୀପ ୫୧ ରନ୍‌କରି ଆଉଟ ହେବା ସହ ପାର୍ଟନରଶିପ୍‌ ଭାଙ୍ଗିଥିଲା। ଶାନ୍ତନୁ ଦଳ ପକ୍ଷରୁ ସର୍ବାଧିକ ୭୮ ରନ ସଂଗ୍ରହ କରିଥିଲେ ହେଁ ଅପରପଟରୁ ସେପରି ସମର୍ଥନ ମିଳି ନ ଥିଲା। ୯୨ ରନ ମଧ୍ୟରେ ଓଡ଼ିଶାର ୮ ଉଇକେଟ ପଡ଼ି ଯାଇଥିଲା। ଶୁଭ୍ରାଂଶୁ ସେନାପତି ୧, କାର୍ତ୍ତିକ ବିଶ୍ୱାଳ ୦ ଓ ଗୋବିନ୍ଦ ପୋଦ୍ଦାର ୧୪ ରନ କରି ଆଉଟ ହେବାରୁ ଓଡ଼ିଶା ପରାଜୟ ମୁହାଁ ହୋଇଥିଲା। ଆଶୀର୍ବାଦ ସ୍ବାଇଁ ୨୧ ଏବଂ ଶେଷ ଭାଗରେ ସୂର୍ଯ୍ୟକାନ୍ତ ପ୍ରଧାନ ଆକ୍ରମଣାତ୍ମକ ୪୬ (୩୫ ବଲ, ୨ ଚୌକା, ୪ ଛକା) ରନ କରିଥିଲେ। ଓଡ଼ିଶା ଦଳକୁ ବଡ଼ କ୍ଷତି ପହଞ୍ଚାଇଥିଲେ ୨୨ ବର୍ଷୀୟ ଅଫ୍‌ ସ୍ପିନର ମହେଶ ପିଥିୟା। ସେ କ୍ୟାରିୟର ଶ୍ରେଷ୍ଠ ବୋଲିଂ କରି ୬୧ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିଲେ। ଜ୍ୟୋତ୍ସ୍ନିଲ ସିଂ ୨ଟି ଏବଂ ଅତୀତ ସେଠ୍‌ ଓ ନିନାଦ ରଥଭା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri