Posted inଜାତୀୟ

ରାଜନୀତିରେ ବଡ ବେଟିଂ: ଭାଜପା ଉପରେ ଲାଗିଲା ଅଧିକ ଟଙ୍କା

ନୂଆଦିଲ୍ଲୀ,୨।୧୨: ୫ରାଜ୍ୟର ବିଧାନସଭା ଫଳାଫଳକୁ ନେଇ ସାମ୍ନାକୁ ଆସିସାରିଛି ଏକଜିଟ୍‌ ପୋଲ୍‌। ତାଜା ସ୍ଥିତି ଦର୍ଶାଉଛି ଯେ, ଭାଜପା ୨ଟି, କଂଗ୍ରେସ ଗୋଟିଏ ରାଜ୍ୟ ହାତେଇବ। ଯେତେବେଳେ କି କଂଗ୍ରେସ ତେଲଙ୍ଗାନାରେ ଭଲ ପ୍ରଦର୍ଶନ କରିଛି ଏବଂ ସେଠାରେ ସରକାର ଗଢିବା ନେଇ ଅନୁମାନ କରାଯାଉଛି। କିନ୍ତୁ ମିଜୋରାମରେ ଝୁଲା ବିଧାନସଭା ରହିବ ବୋଲି ଅନୁମାନ କରାଯାଉଛି। ଏପଟେ ଦେଶର ବଡ ବେଟିଂ ବଜାର ଫାଲୋଡି ନିର୍ବାଚନ ଫଳାଫଳକୁ ନେଇ ସରଗରମ ଲାଗି ରହିଛି। ବଜାରରେ ଭାଜପା ଫେଭରେଟ ହୋଇଛି। ଏପରିକି ବେଟିଂ ବଜାର ଅନୁଯାୟୀ, ଭାଜପା ପାଖାପାଖି ୩ଟି ରାଜ୍ୟରେ ବହୁମତ ନେବ ବୋଲି ଅନୁମାନ କରାଯାଉଛି। ଏପରିକି ରାଜସ୍ଥାନରେ ମଧ୍ୟ ଭାଜପା ପୂର୍ଣ୍ଣ ବହୁମତ ମିଳିବ ବୋଲି ବେଟିଂ ବଜାରରେ ଚର୍ଚ୍ଚା ଲାଗି ରହିଛି। ତେବେ ସବୁ ନ୍ୟୁଜ ସଂସ୍ଥା ଠାରୁ ଫାଲୋଡି ବେଟିଂ ବଜାରର ଗଣିତ ଏବଂ ବିଜୟ-ହାରର ସମୀକରଣ କିଛି ଅଲଗା ଟ୍ବିଷ୍ଟ ଦେଇଥାଏ ଅର୍ଥାତ୍‌ ଅନ୍ୟମାନଙ୍କ ଠାରୁ ଟିକେ ଆଗୁଆ ରହିଥାଏ। ଫଳାଫଳ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ।

ରାଜସ୍ଥାନର ସବୁଠୁ ବଡ ବେଟିଂ ବଜାର ଫାଲୋଡି ରାଜ୍ୟରେ ଭାଜପାର ବଡ ବିଜୟ ହେବ ବୋଲି କହିଛି। ଏକ ଜାତୀୟ ଗଣମାଧ୍ୟମକୁ ବେଟିଂ କରୁଥିବା ଲୋକମାନେ କହିଛନ୍ତି, ବେଟିଂ ବେଳେ ସମସ୍ତଙ୍କର ପସନ୍ଦ ଭାଜପା ରହିଛି। ରାଜସ୍ଥାନରେ ଭାଜପା ୧୧୫ରୁ ଅଧିକ ସିଟ୍‌ ଜିତିବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ କଂଗ୍ରେସକୁ ୭୦ସିଟ୍‌ ମିଳିପାରେ ବୋଲି କୁହାଯାଉଛି। ସେହିପରି ମଧ୍ୟପ୍ରଦେଶରେ ୧୧୫-୧୧୭ ଓ କଂଗ୍ରେସ ୧୧୪-୧୧୬ ଆସନ ଜିତିପାରେ। ଛତିଶଗଡରେ ଭାଜପା ୫୦-୫୨ ଓ କଂଗ୍ରେସ ୩୭-୩୯ଆସନ ରହିପାରେ ବୋଲି କୁହାଯାଉଛି। ତେବେ ଏହି ୩ଟି ରାଜ୍ୟରେ କଡ୍ଡା ଟକ୍କର ହୋଇଥିଲେ ବି ଭାଜପା କ୍ଷମତାସୀନ ହେବ ବୋଲି ଅନୁମାନ କରାଯାଉଛି। କିନ୍ତୁ ତେଲଙ୍ଗାନାରେ କଂଗ୍ରେସ ମେଣ୍ଟ ସରକାର ଗଢି ସରକାର ଗଢିବ ବୋଲି ଆଶା କରାଯାଉଛି। ସେହିପରି ମିଜୋରାମ ମଧ୍ୟ କଂଗ୍ରେସ ହାତେଇବାର ଆଶା ଅଛି ବୋଲି ବେଟିଂରେ ଜଣା ପଡିଛି।

ତେବେ ସବୁଠାରୁ ତାଜୁବ କରିଦେବା ଖବର ହେଉଛି ଭାଜପାକୁ ଯଦି ରାଜସ୍ଥାନରେ ପୂର୍ଣ୍ଣ ବହୁମତ ଠାରୁ ଅଧିକ ସିଟ୍‌ ମିଳେ ତେବେ ଓମ ବିର୍ଲା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଆଉ ଯଦି ବହୁମତ ପାଖାପାଖି ଅର୍ଥାତ ୧୦୫-୧୧୦ ସିଟ୍‌ ମିଳେ ତେବେ ବସୁନ୍ଧରା ରାଜଙ୍କୁ ସିଏମ କରାଯାଇପାରେ ବୋଲି ବେଟିଂ ବଜାରରେ ଚର୍ଚ୍ଚା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri