Posted inଜାତୀୟ

ପିଓକେରେ ଆତଙ୍କବାଦୀ ଶିବିର ସକ୍ରିୟ

ନୂଆଦିଲ୍ଲୀ,୧୧ା୮ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଥିତ୍ବା ଆତଙ୍କବାଦୀ ଶିବିରଗୁଡିକ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି। ଅନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ପିଓକେରେ ୧୨ରୁ ଅଧିକ ଆତଙ୍କବାଦୀ ଶିବିରକୁ ଇସ୍‌ଲାମାବାଦ ପୁନଃସକ୍ରିୟ କରାଇଥିବା ଜଣାପଡିଛି। ଆର୍ଥତ୍କ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମେ ମାସକୁ ଡେଡ୍‌ଲାଇନ ଧାର୍ଯ୍ୟ କରିବା ପରେ ପିଓକେରୁ ଅଧିକାଂଶ ଆତଙ୍କବାଦୀ ଶିବିର ଶୂନ୍ୟ ହୋଇଯାଇଥିଲା। ଆତଙ୍କବାଦୀ ନେତାଙ୍କ ବିରୋଧରେ ଇସ୍‌ଲାମାବାଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ସେମାନେ ଅନ୍ୟତ୍ର ପଳାୟନ କରିଥିଲେ। ଏବେ କୋଟ୍‌ଲି, ରାଓ୍ବଲକୋଟ୍‌, ବାଗ୍‌ ଏବଂ ମୁଜାଫରାବାଦରେ ଆତଙ୍କବାଦୀମାନଙ୍କୁ ପାକ୍‌ ସେନା ସହାୟତା ଯୋଗାଇ ଦେଉଥିବାରୁ ଭାରତୀୟ ସୁରକ୍ଷାବଳ ହାଇଆଲର୍ଟରେ ରହିଛି।
ଭାରତରେ ପୁଲ୍‌ଓ୍ବାମା ଭଳି ଆକ୍ରମଣ ଘଟିଲେ ସେଥିପାଇଁ ଇସ୍‌ଲାମାବାଦ ଦାୟୀ ରହିବ ନାହିଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପାର୍ଲାମେଣ୍ଟର ମିଳିତ ଅଧିବେଶନରେ କହିଥିଲେ। ଇମ୍ରାନଙ୍କ ଏଭଳି ମନ୍ତବ୍ୟ ଆତଙ୍କବାଦୀଙ୍କୁ ଉତ୍ସାହିତ କରିଛି। ଜେଇଏମ୍‌, ଏଲ୍‌ଇଟି ଏବଂ ସେମାନଙ୍କୁ କରାୟତ୍ତ କରୁଥିବା ଆଇଏସ୍‌ଆଇ ସଂସ୍ଥା ଏବେ ସକ୍ରିୟ ହୋଇଉଠିଛନ୍ତି। ଗୋଇନ୍ଦା ରିପୋର୍ଟ ଅନୁଯାୟୀ, ମୁଜାଫରାବାଦର ଫଗୁସ୍‌ ଓ କୁନ୍ଦ ଶିବିରରେ ୧୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଏକାଠି ହୋଇଛନ୍ତି। ସେଠାରେ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଚାଲିଛି। ଅନୁପ୍ରବେଶ ଲାଗି ସେମାନେ ଯୋଜନା କରୁଛନ୍ତି। ଜେଇଏମ୍‌ ମୁଖ୍ୟ ମାସୁଦ ଆଝାର୍‌ଙ୍କ ଭାଇ ଇବ୍ରାହିମ୍‌ ଅତହର ପିଓକେରେ ଅଛନ୍ତି। ସୀମା ସ୍ଥିତିନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ରାଜ୍ୟ ଡିଜିପି, ଆଇବି ନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ ଓ ସେନା ମୁଖ୍ୟଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri