Posted inଖେଳ

ନ୍ୟୁଜିଲାଣ୍ଡର ହ୍ୟାଟ୍ରିକ୍‌ ବିଜୟ

ଚେନ୍ନାଇ, ୧୪ା୧୦ (ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପରୋ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ଚମତ୍କାର ଫର୍ମରେ ରହିଥିବା ନ୍ୟୁଜିଲାଣ୍ଡ ତୃତୀୟ ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ ବିଜୟ ହାସଲ କରି ପଏଣ୍ଟ ଟେବଲର ଶୀର୍ଷ ସ୍ଥାନରେ ପହଞ୍ଚିଛି। ପ୍ରତ୍ୟାବର୍ତ୍ତନରେ କେନ୍‌ ଓ୍ବିଲିୟମସନ୍‌ ଚମତ୍କାର ୭୮ ରନ୍‌ କରିଥିବା ବେଳେ ଡାରିଲ ମିଚେଲଙ୍କ ୮୯* ରନ୍‌ ବଳରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇଥିଲା। ପ୍ରଥମେ ବ୍ୟାଟିଂ କର ବାଂଲାଦେଶ ୫୦ ଓଭରରେ ୯ ଉଇକେଟ ହରାଇ ୨୪୫ ରନ୍‌ ସ୍କୋର କରିଥିଲା। ଜବାବରେ ୪୨.୫ ଓଭରରେ ୨ ଉଇକେଟ ହରାଇ ନ୍ୟୁଜିଲାଣ୍ଡ ୨୪୮ ରନ୍‌ କରିଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ବାଂଲାଦେଶ। ଦଳର ଟପ୍‌ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଦଳ ୫୬ ରନ୍‌ରେ ୪ ଉଇକେଟ ହରାଇଥିଲା। ଲିଟନ ଦାସ(୦), ତାଞ୍ଜିଦ୍‌ ହସନ(୧୬), ମେହିଦୀ ହସନ ମିରାଜ(୩୦) ଓ ନଜମୋଲ ହୋସେନ୍‌ ଶନ୍ତୋ(୭) ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ସାକିବ ଅଲ ହସନ୪୦ ଓ ମୁସଫିକୁର ରହିମ ୬୬ ରନ୍‌ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଉଭୟ ୫ମ ଉଇକେଟରେ ୯୬ ରନ୍‌ ଯୋଡିଥିଲେ।ଶେଷ ଆଡକୁ ମହମ୍ମଦୁଲ୍ଲା ଅପରାଜିତ ୪୧ ରନ୍‌ କରିବାରୁ ବାଂଲାଦେଶ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ୍‌ ୩ ଉଇକେଟ ନେଇଥିଲେ। ପ୍ରତ୍ୟାବର୍ତ୍ତନ କରିଥିବା କେନ୍‌ ଓ୍ବିଲିୟମସନ୍‌ ଚମତ୍କାର ପ୍ରଦର୍ଶନ ସହିତ ୭୮ ରନ୍‌ କରିଥିଲେ। ପ୍ରଥମ ଦୁଇ ମ୍ୟାଚ୍‌ର ସଫଳ ଖେଳାଳି ରାଚିନ୍‌ ରବୀନ୍ଦ୍ର ଓପନ କରିଥିବା ବେଳେ ମାତ୍ର ୯ ରନ୍‌ କରି ଆଉଟ ହୋଇଥିଲେ। ତେବେ ଡେଭନ୍‌ କନ୍‌ଓ୍ବେ (୪୫) ଓ ଓ୍ବିଲିୟମସନ୍‌ ଦ୍ୱିତୀୟ ଉଇକେଟରେ ୮୦ ରନ୍‌ ଯୋଡିଥିଲେ। ଏସିଏଲ୍‌ ଇଞ୍ଜୁରୀ ପରେ ଫେରିଥିବା ଓ୍ବିଲିୟମସନ୍‌ ଦୃଢ ଭାବରେ ବାଂଲାଦେଶୀ ସ୍ପିନରଙ୍କ ମୁକାବିଲା କରିଥିଲେ। ଏହି ଇନିଂସରେ ୧୦୭ ବଲ୍‌ ଖେଳି ସେ ୮ ଚୌକା ଓ ୧ ଛକା ମାରିଥିଲେ। ଏକ ଥ୍ରୋ ତାଙ୍କ ଆଙ୍ଗୁଠିରେ ବାଜିବା ପରେ ସେ ରିଟାୟର୍ଡ ହର୍ଟ ହୋଇଥିଲେ। ଡାରିଲ୍‌ ମିଚେଲ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରି ୬୭ ବଲ ଖେଳି ୬ ଚୌକା ଓ ୪ ଛକା ମାରି ୮୯ ରନ୍‌ କରି ଦଳକୁ ଫିନିଶ ଲାଇନା ପାର କରାଇଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ଓ ଶାକିବ ଅଲ ହସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ୫୦ ଓଭରରେ ୨୪୫/୯( ମୁଶଫିକୁର ରହିମ୍‌-୬୬, ମହମ୍ମଦୁଲ୍ଲା-୪୧*, ସାକିବ ଅଲ ହସନ-୪୦, ଲୋକି ଫର୍ଗୁସନ୍‌-୩/୪୯, ଟ୍ରେଣ୍ଟ ବୋଲ୍ଟ-୨/୪୫, ମ୍ୟାଟ ହେନରୀ-୨/୫୮)।
ନ୍ୟୁଜିଲାଣ୍ଡ ୪୨.୫ ଓଭରରେ ୨୪୮/୨(ଡାରିଲ୍‌ ମିଚେଲ୍‌-୮୯*, କେନ୍‌ ଓ୍ବିଲିୟମସନ୍‌-୭୮ (ରିଟାୟର୍ଡ), ଡେଭନ୍‌ କନ୍‌ଓ୍ବେ-୪୫, ମୁସ୍ତାଫିଜୁର ରେହମାନ-୧/୩୬, ସାକିବ୍‌ ଅଲ ହସନ-୧/୫୪)।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଜଳଖିଆରେ ଅଣ୍ଡା ଖାଉଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ଡାଏଟିସିଆନ୍

ନୂଆଦିଲ୍ଲୀ,୧୩।୧: ଅଣ୍ଡାକୁ ଏକ ସମ୍ପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ ଭାବେ ଗଣାଯାଏ, କିନ୍ତୁ ଏଥିରେ ଥିବା କୋଲେଷ୍ଟ୍ରଲକୁ ନେଇ ଅନେକ ସମୟରେ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ।...

ନବୀନଙ୍କ ଉତ୍ତରାଧିକାରୀ କିଏ? ଗୁମର ଖୋଲିଦେଲେ ସମ୍ବିତ ରାଉତରାୟ, କହିଲେ ସୁଜାତା କାର୍ତ୍ତିକେୟନଙ୍କୁ…

ଭୁବନେଶ୍ୱର, ୧୩।୧: ପୁଣି ଥରେ ବିଜେଡି ବ୍ୟାପାରକୁ ନେଇ ସମ୍ବିତ ରାଉତରାୟ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅନେକ ନେତା ନିଜ ବ୍ୟକ୍ତିଗତ ଉଦ୍ୟମରେ...

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି: ନିର୍ଦ୍ଦେଶନାମା ରଦ୍ଧ ପାଇଁ ବନ ନିଗମ ସଙ୍ଘ ପକ୍ଷରୁ ଦାବି

ଭଞ୍ଜନଗର,୧୩।୧(ବାବୁଲା ପ୍ରଧାନ): ଓଡ଼ିଶା ବନ ଉନ୍ନୟନ ନିଗମରେ ଆଉଟ ସୋର୍ସିଂ ଆଳରେ   ପୁନଃ ନିଯୁକ୍ତି ବଞ୍ଚେଇ ରଖିବା ପାଇଁ ନିଗମ କର୍ତ୍ତୃପକ୍ଷଙ୍କ ମସୁଧା ଚଳାଇଛନ୍ତି।  ଦୀର୍ଘଦିନ...

ଇରାନରେ ରାଜନୈତିକ ଅଶାନ୍ତି: ସଙ୍କଟରେ ଭାରତୀୟ ବାସୁମତୀ ଚାଉଳ ରପ୍ତାନି

ନୂଆଦିଲ୍ଲୀ,୧୩।୧: ଇରାନରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ଓ ଆର୍ଥିକ ସଙ୍କଟ ଯୋଗୁଁ ଭାରତର ବାସୁମତୀ ଚାଉଳ ରପ୍ତାନି ବାଧାପ୍ରାପ୍ତ ହୋଇଛି। ଗୋଟିଏ ସମୟରେ ଭାରତୀୟ...

ବଣାଇଁ ବନଖଣ୍ଡରେ ହାତୀ ଶାବକ ମୃତ୍ୟୁ: କାରଣ ଅସ୍ପଷ୍ଟ

ବଣାଇଁ, ୧୩।୧(ପ୍ରଦୀପ ତ୍ରିପାଠୀ): ଗତକାଲି ଅପରାହ୍ନରେ ବଣାଇଁ ବନଖଣ୍ଡ ଜର୍ଡା ବନାଞ୍ଚଳ ଅନ୍ତର୍ଗତ କେଲୋ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀ ଶାବକର ମୃତ୍ୟୁ ଘଟିଥିବା ସୂଚନା...

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ଖଣ୍ଡଗିରିରେ ହେବନି…

ଭୁବନେଶ୍ୱର,୧୩।୧: ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣାଙ୍କ ଅଶ୍ଳୀଳ ଡ୍ୟାନ୍ସ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଛତିଶଗଡ଼ ଗରିଆବନ୍ଦ ଜିଲା...

‘ବାଏ ବାଏ ଡିକୁ, ଖୁସିରେ ରୁହ…’ପ୍ରେମିକାଙ୍କ ଏଭଳି ମେସେଜ ଦେଖି ସୁଇସାଇଡ୍‌ କରିନେଲେ ପ୍ରେମିକ, ଦେଢ଼ ମାସ ପରେ… 

ଜୟପୁର,୧୩।୧: ରାଜସ୍ଥାନର ଜାଲୋର ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଆହୋର ଥାନା ଅଞ୍ଚଳର ଗୋଦନ ଗାଁରେ ୨୧ ବର୍ଷୀୟ ସୁରେଶ କୁମାର ମେଘୱାଲ...

ଛାତ୍ରୀଛାତ୍ରଙ୍କ ଲାଗି କ୍ରୀଡାର ଆବଶ୍ୟକତା: ଗରୁରତ୍ୱାରୋପ କଲେ…

ପୁରୁଷୋତ୍ତମପୁର,୧୩।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri