Posted inଖେଳ

ଓଡ଼ିଶା ବାଳିକା ଦଳକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨।୧୦ (ତପନ ସ୍ବାଇଁ): ଜାତୀୟ ରୋଲବଲ୍‌ରେ ଓଡ଼ିଶା ପ୍ରତିଯୋଗୀମାନେ ପୁଣି ଚମକ ଦେଖାଇଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ୧୩ଶ ଜାତୀୟ ୧୧ ବର୍ଷରୁ କମ୍‌ ରୋଲବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ବାଳିକା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ବାଳିକା ଦଳ ପଞ୍ଜାବକୁ ୧୨-୦, ହରିୟାଣାକୁ ୪-୧ ଓ ଗୁଜରାଟକୁ ୧୦-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା।

କ୍ୱାର୍ଟରରେ ଦଳ ଝାଡ଼ଖଣ୍ଡକୁ ୮-୩ ଗୋଲରେ ହରାଇ ଦେଇଥିଲା। ମାତ୍ର ସେମିଫାଇନାଲରେ ଓଡ଼ିଶା ୦-୨ରେ ରାଜସ୍ଥାନଠାରୁ ହାରି ଯାଇଥିଲା। ଫାଇନାଲରେ ରାଜସ୍ଥାନକୁ ହରାଇ ଆସାମ ଚାମ୍ପିୟନ ହୋଇଥିଲା। ଗୋଲ ବ୍ୟବଧାନରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଥିଲା। ଓଡ଼ିଶା ୩୪ ଗୋଲ ଦେଇଥିବାବେଳେ ଅନ୍ୟତମ ପରାଜିତ ସେମିଫାଇନାଲିଷ୍ଟ କେରଳ ୧୪ ଗୋଲରେ ସୀମିତ ରହିଥିଲା।

ଓଡ଼ିଶା ଅଧିନାୟିକା ଅଶ୍ଳେଷା ପଣ୍ଡା ଟୁର୍ନାମେଣ୍ଟର ଟପ୍‌ ସ୍କୋରର ହୋଇଥିଲେ। ସେ ଏକାକୀ ୨୧ଟି ଗୋଲ ଦେଇଥିଲେ। ବାଳକ ବିଭାଗରେ ଓଡ଼ିଶା ଭଲ ଆରମ୍ଭ କରିଥିଲେ ହେଁ କ୍ୱାର୍ଟର ଫାଇନାଲରେ ମହାରାଷ୍ଟ୍ରଠାରୁ ୦-୨ରେ ହାରି ବିଦାୟ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs NZ: ଘୋଷଣା ହେଲା ପନ୍ତଙ୍କ ରିପ୍ଲେସମେଣ୍ଟ, ଓ୍ବାନ ଡେ’ ଟିମରେ ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୧।୧: ଭଦୋଦରାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ପୂର୍ବରୁ ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆରେ ଯୋଡାଯାଇଛି। ଆହତ ରିଷଭ ପନ୍ତଙ୍କ ବଦଳ ଖେଳାଳି ଭାବରେ ଜୁରେଲଙ୍କୁ...

ଶୌର୍ଯ୍ୟ ଯାତ୍ରାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ଜ୍ୟୋତିର୍ଲିଙ୍ଗରେ ଜଳାଭିଷେକ କରି…

ନୂଆଦିଲ୍ଲୀ,୧୧ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସୋମନାଥରେ ପହଞ୍ଚି ଶୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ସୋମନାଥ ମନ୍ଦିରକୁ ସୁରକ୍ଷା ଦେବା...

ଇରାନ ଉପରେ ବର୍ଷିବେ ଆମେରିକା ସେନା? ଟ୍ରମ୍ପଙ୍କ ବଡ଼ ଘୋଷଣା, କହିଲେ ‘ଖାମେନେଇଙ୍କଠାରୁ ମୁକ୍ତ କରିବାକୁ…’

ଓ୍ବାଶିଂଟନ,୧୧।୧: ଇରାନରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର (ଜାନୁଆରୀ ୧୧) କହିଛନ୍ତି ଯେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ...

କୁନି ପୁଅକୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡିଆ ପରେ ମୁଣ୍ଡିଆ ମାରିଲା ମେଣ୍ଢା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବାବେଳେ ଆଉ କିଛି ଭିଡିଓ ହସର ଖୋରାକ ଯୋଗାଇଥାଏ। ଆଉ କିଛି...

‘ଅଯୋଧ୍ୟାରେ ମୁସଲମାନଙ୍କ ପ୍ରବେଶ ନିଷେଧ କରାଯିବା ଉଚିତ’, ରାମ ମନ୍ଦିରରେ ନମାଜ ପ୍ରସଙ୍ଗରେ ଏମିତି କହିଲେ ମହନ୍ତ ରାଜୁ ଦାସ

ନୂଆଦିଲ୍ଲୀ,୧୧।୧: ଅଯୋଧ୍ୟାର ରାମ ମନ୍ଦିରର ପ୍ରସ୍ଥାନ ଦ୍ୱାରରେ ନମାଜ ପାଠକୁ ନେଇ ବିବାଦ ତୀବ୍ର ହୋଇଛି। ହନୁମାନଗଡ଼ିର ମହନ୍ତ ରାଜୁ ଦାସ ଏହି ଘଟଣା ଉପରେ...

ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ସଚିବ ଉଷା ପାଢ଼ୀ

ରାଉରକେଲା,୧୧ା୧: ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିବହନ ସଚିବ ଉଷା ପାଢ଼ୀ। ଏହି ଦୁର୍ଘଟଣାର ତଦନ୍ତ କରିବ AAIB ଓ DGCA। କେମିତି ଦୁର୍ଘଟଣା...

ନଦୀକୂଳରେ ପଡ଼ିଛି ଶିଶୁପୁତ୍ରର ମୃତଦେହ, ଲାଗିଛି ଅନ୍ତନାଡ଼ୀ; କିଏ ଫିଙ୍ଗିଛି…

କେନ୍ଦ୍ରାପଡା, ୧୧।୧ (ଜଗନ୍ନାଥ ଧଳ)- କେନ୍ଦ୍ରାପଡ଼ା ଜିଲା ସଦର ଥାନା କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତ ଭ୍ରମରଦିଆ ପାଟଣା ନିକଟ ଗୋବରୀ ନଦୀକୂଳରୁ ଶିଶୁପୁତ୍ରର ମୃତଦେହ...

ଅଶ୍ଳୀଳ ଫଟୋକୁ ନେଇ ବିବାଦ ପରେ, ଭୁଲ ସ୍ବୀକାର କଲେ X, ୩,୫୦୦ ପୋଷ୍ଟ ସମେତ ୬୦୦ ଆକାଉଣ୍ଟ ଡିଲିଟ

ଓ୍ବାଶିଂଟନ,୧୧।୧: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ, X ଅନେକ ଉପଭୋକ୍ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୬୦୦ ଆକାଉଣ୍ଟ ଡିଲିଟ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri