Posted inଜାତୀୟ

ଥ୍ରୋଟଲ୍‌ରେ ଥୋଇଲେ ବ୍ୟାଗ୍‌, ମାଡ଼ିଗଲା ଟ୍ରେନ୍‌

ନୂଆଦିଲ୍ଲୀ/ମଥୁରା,୨୯ା୯:ଜଣେ ଟ୍ରେନ୍‌ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଉତ୍ତରପ୍ରଦେଶର ମଥୁରା ରେଳଷ୍ଟେଶନରେ ଛିଡ଼ାହୋଇଥିବା ଏକ ଟ୍ରେନ୍‌ ମଙ୍ଗଳବାର ରାତିରେ ଲାଇନ୍‌ଚ୍ୟୁତ ହୋଇ ପ୍ଲାଟ୍‌ଫର୍ମକୁ ମାଡ଼ିଯାଇଥିଲା। ଏଥିରେ ଜଣେ ମହିଳା ଆହତ ହୋଇଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଟ୍ରେନ୍‌ରେ ଲାଗିଥିବା ସିକ୍ୟୁରିଟି କ୍ୟାମେରାରେ ରେକର୍ଡ ହୋଇଥିବା ସେହି ସମୟର ଭିଡିଓରୁ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଟ୍ରେନ୍‌ରୁ ସମସ୍ତ ଯାତ୍ରୀ ଓହ୍ଲାଇଯିବା ପରେ ରେଲଓ୍ବେର ଜଣେ କର୍ମଚାରୀ ଇଞ୍ଜିନ୍‌ କ୍ୟାବିନ୍‌ରେ ପ୍ରବେଶ କରୁଥିବା ଉକ୍ତ ଭିଡିଓରୁ ଦେଖିବାକୁ ମିଳିଛି। ସଚିନ୍‌ ନାମକ ଉକ୍ତ ବ୍ୟକ୍ତି ଇଞ୍ଜିନ୍‌ର ଥ୍ରୋଟଲ ଉପରେ ତାଙ୍କ ବ୍ୟାଗ୍‌ ରଖି ଫୋନ୍‌ରେ ଭିଡିଓ କଲ୍‌ରେ ବ୍ୟସ୍ତ ଥିଲେ। ବ୍ୟାଗ୍‌ର ଚାପ ଯୋଗୁ ଥ୍ରୋଟଲ୍‌ ଫରଓ୍ବାର୍ଡ ପୋଜିଶନ୍‌କୁ ଚାଲିଯାଇଥିଲା। ଫଳରେ ଟ୍ରେନ୍‌ଟି ପ୍ଲାଟ୍‌ଫର୍ମ ଆଡ଼କୁ ମାଡ଼ିଯାଇଥିଲା। ଟ୍ରେନ୍‌ ଆଗକୁ ବଢ଼ିବା ସହ ଡେଡ୍‌ ଏଣ୍ଡ୍‌କୁ ଭାଙ୍ଗି ଏହାର କିଛି ଅଂଶ ପ୍ଲାଟ୍‌ଫର୍ମକୁ ଉଠିଯାଇଥିବା ଭିଡିଓରେ ଦେଖାଯାଇଛି। ଏହି ଦୁର୍ଘଟଣା ପାଇଁ ସଚିନ୍‌ଙ୍କ ସମେତ ୫ ଜଣଙ୍କୁ ନିଲମ୍ବନ କରାଯାଇଥିବା ଡିଜିଜନାଲ ରେଲ୍‌ଓ୍ବେ ମ୍ୟାନେଜର ପ୍ରକାଶ ଅଗ୍ରଓ୍ବାଲ କହିଛନ୍ତି। ଇଞ୍ଜିନ୍‌ କ୍ୟାବିନ୍‌କୁ ଚାବି ଆଣିବାକୁ ଯାଇଥିବା ସଚିନ ସେହି ସମୟରେ ମଦ ପିଇଥିଲେ କି ନାହିଁ, ତାହାର ତଦନ୍ତ କରାଯାଉଛି। ତାଙ୍କୁ ହସ୍ପିଟାଲ ନିଆଯାଇ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri