Odisha Elections 2024

ଚିନ୍ତା ବଢ଼ାଇଛି ସାଇବର ଅପରାଧ, ୨ରୁ ଗଡ଼ିବ ସଚେତନତା ରଥ

ଭୁବନେଶ୍ୱର,୨୪।୯(ଅନିଲ ଦାସ): ରାଜ୍ୟରେ ସାଇବର ଅପରାଧ ବଢ଼ି ଚାଲିଥିବାବେଳେ ଅପରାଧୀଙ୍କ କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ଆସନ୍ତା ୨ରୁ ପ୍ରତ୍ୟେକ ଜିଲା ସଦର ମହକୁମାରେ ସାଇବର ସଚେତନତା ରଥ ଗଡ଼ିବ। ୩୪ଟି ରଥ ଜିଲାର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ବୁଲିବ। ଜିଲା, ଉପଖଣ୍ଡ ଏବଂ ପଞ୍ଚାୟତ ସ୍ତରରେ ଜନପ୍ରତିନିଧି, ବିଧାୟକ, ସ୍ବେଚ୍ଛାସେବୀ ସଙ୍ଗଠନ, ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ସାମିଲ କରାଯିବ। ଏହି ପରିପ୍ରେକ୍ଷୀରେ ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ନିମନ୍ତେ କୁଇଜ୍‌ ପ୍ରତିଯୋଗିତା, କ୍ଷୁଦ୍ର ନାଟକ, ପଦଯାତ୍ରା, ଗଣଦୌଡ଼, ସାଇକେଲ ଯାତ୍ରା, ପ୍ରାଚୀର ପେଣ୍ଟିଂ, ଗଣମାଧ୍ୟମରେ ପ୍ରଚାର କରାଯିବ। ଏଟିଏମ୍‌ଜନିତ ଠକେଇ, ଇଣ୍ଟରନେଟ୍‌ର ଠିକ୍‌ ବ୍ୟବହାର,ସୁରକ୍ଷିତ ଆର୍ଥିକ କାରବାର, ଫେସ୍‌ ବୁକ୍‌, ୟୁଟ୍ୟୁବ୍‌ ଆଦି ସାମାଜିକ ଗଣମାଧ୍ୟମର ବ୍ୟବହାରରେ ଆପରାଧିକ କାର୍ଯ୍ୟକଳାପ ରୋକି ଲୋକଙ୍କୁ ସଚେତନ କରାଯିବ। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ମିଶନ ଶକ୍ତି ବିଭାଗଗୁଡିକୁ ସକ୍ରିୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ସ୍ବଚ୍ଛତା ଅବଲମ୍ବନ ପୂର୍ବକ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାରୁ ନିଯୁକ୍ତି ଆଶାୟୀମାନେ ଯେପରି ଗୁଜବ ଓ ଠକାମିର ଶିକାର ନ ହୁଅନ୍ତି, ସେଥିପ୍ରତି ସଚେତନ ହେବା ନେଇ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶନିବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୂଚନା ଦିଆଯାଇଥିଲା। ଏହି ଉଚ୍ଚସ୍ତରୀୟ ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ,ଏଡିଜି, କ୍ରାଇମ୍‌ ଅରୁଣ ବୋଥ୍ରାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ସମସ୍ତ ଜିଲାର ଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକ ତଥା ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ଜିଲାରେ ଜିଲା ପ୍ରଶାସନ ଓ ପୋଲିସ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶୀଘ୍ର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୩୦ରେ ଭୁବନେଶ୍ୱରରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ଖାର୍ଗେଙ୍କ ଭାଷଣ ବେଳେ ପଶି ଆସିଲା ଅନ୍ୟ ଦଳର ପ୍ରଚାର ଗାଡ଼ି, ଆଉ ତା’ପରେ…

ଭୁବନେଶ୍ୱର,୧୬।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ଏହି ସମୟରେ ଅନ୍ୟ ଦଳର...

+୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌…

ଭୁବନେଶ୍ୱର,୧୬।୫: +୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ। ନଚେତ୍‌ ବଡ଼ ଠକେଇର ଶିକାର ହୋଇପାରନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri