ହାତୀପଲ ଉପଦ୍ରବ, ମକା ସହ ଧାନ ଫସଲ ନଷ୍ଟ

ବୁଗୁଡ଼ା,୫ା୯(କାଳି ଚରଣ ଦାଶ): ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ତାକରଡ଼ା ଗ୍ରାମରେ ୧୩ ଟିକିଆ ହାତୀପଲ ବ୍ୟାପକ ମକା ଫସଲ ନଷ୍ଟ କରିଛନ୍ତି। ଶନିବାର ମଧ୍ୟରାତ୍ରରେ ହାତୀପଲ ତାକରଡା ଗାଁର ବିଭିନ୍ନ ମକା କିଆରିରେ ପଶି ଫସଲ ନଷ୍ଟ କରିବା ସହ ବିକ୍ରି ପାଇଁ ତୋଳାଯାଇ ଗଦାକରି ରଖାଯାଇଥିବା ମକାଗୁଡିକୁ ଖାଇ ଦେଇଛନ୍ତି। ଏଥିସହ ଗାଁ ମୁହାଁ ହାତୀପଲ କିଛି ଚାଷୀଙ୍କ ଧାନ ବିଲ ଦେଇ ଆସିଥିବାରୁ ସେମାନଙ୍କ ଧାନ ତଳିକୁ ମଧ୍ୟ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ଏ ନେଇ ତାକରଡା ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ସନ୍ୟାସୀ ପ୍ରଧାନ ରବିବାର ମାଣିତରା ଫରେଷ୍ଟ ସେକ୍ସନରେ ଅଭିଯୋଗ କରିଥିବା ବେଳେ ସୋମବାର ଫରେଷ୍ଟର ସୁନୀତା ପାତ୍ର ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି। ସୂଚନାଯୋଗ୍ୟ, ଏହି ୧୩ ଟିକିଆ ହାତୀପଲରେ ୩ଟି ମାଈ ଓ ଅଣ୍ଡିରା ହାତୀ ଏବଂ ୭ଟି ଛୁଆ ହାତୀ ରହିଥିବା ବେଳେ ଏମାନେ ଓଡଗାଁ ଜଙ୍ଗଲରୁ ପ୍ରଥମେ ପଞ୍ଚଭୁତି ଜଙ୍ଗଲ ଏବଂ ପରେ ମାଣିତରାର ସେନାପତି ଜଙ୍ଗଲ ଦେଇ ତାକରଡାରେ ପ୍ରବେଶ କରି ଉପଦ୍ରବ ମଚାଇ ସଂପ୍ରତି ସମଲେଈ ଜଙ୍ଗଲରେ ରହିଥିବାରୁ ପୁଣି କେତେବେଳେ ସେମାନେ ଫେରିଆସି ଫସଲ ନଷ୍ଟ କରିଦେବା ଭୟରେ ଚାଷୀମାନେ ନିଆଁ ହୁଳା ଓ ବାଣ ଧରି ରାତି ଉଜାଗର ରହୁଥିବା ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନଙ୍କଠାରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri