ୱାନ୍‌ପ୍ଲସ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧।୯:ବିଶ୍ୱସ୍ତରୀୟ ମୋବାଇଲ ଟେକ୍ନୋଲୋଜି ବ୍ରାଣ୍ଡ୍‌ ୱାନ୍‌ପ୍ଲସ୍‌ ନିକଟରେ ୱାନ୍‌ ପ୍ଲସ୍‌ ଗ୍ରୀଷ୍ମକାଳୀନ ଉତ୍ପାଦ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ବହୁ ପ୍ରତୀକ୍ଷିତ ନର୍ଡ ଉତ୍ପାଦ ୱାନ୍‌ ପ୍ଲସ୍‌ ନର୍ଡ ୩ ୫ଜି, ୱାନ୍‌ ପ୍ଲସ୍‌ ନର୍ଡ ସିଇ ୩ ୫ଜି ଏବଂ ୱାନ୍‌ ପ୍ଲସ୍‌ ନର୍ଡ ବଡ୍ସ ୨ ଆରକୁ ଆନୁଷ୍ଠାନିକ ଭାବେ କମ୍ପାନୀ ବଜାର ପ୍ରବେଶ କରାଇଥିଲା। ସେହିଭଳି ୱାନ୍‌ ପ୍ଲସ୍‌ ନର୍ଡ ସିଇ୩ ୫ଜି ଦୁଇଟି ଭାରିଆଣ୍ଟରେ ଆସୁଛି, ୮ଜିବି+୧୨୮ଜିବି ଭାରିଆଣ୍ଟ ୨୬,୯୯୯ ଟଙ୍କାରେ ମିଳୁଥିବା ବେଳେ ୧୨ଜିବି+୧୨୮ଜିବି ଭାରିଆଣ୍ଟ ୨୮,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି ୱାନ୍‌ ପ୍ଲସ୍‌ ନର୍ଡ୩ ୫ଜି ମଧ୍ୟ ଦୁଇଟି ଭାରିଆଣ୍ଟରେ ଆସୁଛି, ୮ଜିବି+୧୨୮ଜିବି ଭାରିଆଣ୍ଟ ୩୩,୯୯୯ ଟଙ୍କାରେ ମିଳୁଥିବା ଥିବାବେଳେ ୧୨ଜିବି+୧୨୮ଜିବି ଭାରିଆଣ୍ଟ ୩୭,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ବିଶେଷକରି ଆମାଜନ୍‌ ଡଟ୍‌ ଇନ୍‌, ୱାନ୍‌ ପ୍ଲସ୍‌ ଡଟ୍‌ ଇନ୍‌, ୱାନ୍‌ ପ୍ଲସ୍‌ ଏକ୍ସପିରିଏନ୍ସ ଷ୍ଟୋର, ଅପ୍‌ଲାଇନ ସହଯୋଗୀ ଏବଂ ୱାନ ପ୍ଲସ୍‌ ଷ୍ଟୋର ଆପ୍‌ରେ ମଧ୍ୟ ଏହି ସ୍ମାର୍ଟ ଫୋନ୍‌ ଉପଲବ୍ଧ ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୩ ସେପ୍ଟେମ୍ବର ପହଲାରୁ ୱାନ୍‌ ପ୍ଲସ୍‌ ଡଟ୍‌ ଇନ୍‌, ୱାନ୍‌ ପ୍ଲସ୍‌ ଷ୍ଟୋର ଆପ୍‌, ୱାନ୍‌ ପ୍ଲସ୍‌ ଏକ୍ସପିରିଏନ୍ସ ଷ୍ଟୋର ଏବଂ ଆମାଜନ୍‌ ଡଟ୍‌ ଇନ୍‌ ଆଦିରୁ ୱାନ ପ୍ଲସ୍‌ ନର୍ଡ ୩ ୫ଜି କିଣିବାକୁ ଚାହୁଁଥିବା ୟୁଜରମାନେ ଯଦି ଆକ୍ସିସ ବ୍ୟାଙ୍କ ଓ ସିଟି ବ୍ୟାଙ୍କ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ଇଏମ୍‌ଆଇ ଟ୍ରାଞ୍ଜାକ୍ସନ ଏବଂ ସମସ୍ତ ୱାନ୍‌କାର୍ଡ ଟ୍ରାଞ୍ଜାକ୍ସନ ଜରିଆରେ ଏହି ସ୍ମାର୍ଟଫୋନ୍‌ କିଣନ୍ତି ତା’ହେଲେ ସେମାନଙ୍କୁ ୨୦୦୦ ଟଙ୍କାର ବ୍ୟାଙ୍କ ରିହାତି ମିଳିବ। ଏହି ଅଫର ସେପ୍ଟେମ୍ବର ପହିଲାଠାରୁ ଲାଗୁହେବ। ସେହିଭଳି ୟୁଜରମାନେ ଯଦି ଆକ୍ସିସ ବ୍ୟାଙ୍କ ଓ ସିଟି ବ୍ୟାଙ୍କ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ଇଏମ୍‌ଆଇ ଟ୍ରାଞ୍ଜାକ୍ସନ ଏବଂ ସମସ୍ତ ୱାନ୍‌କାର୍ଡ ଟ୍ରାଞ୍ଜାକ୍ସନ ଜରିଆରେ ୱାନ୍‌ ପ୍ଲସ୍‌ ନର୍ଡ ସିଇ ୩ ଫାଇଭ ଜି କିଣନ୍ତି ସେମାନଙ୍କୁ ୧୦୦୦ ଟଙ୍କାର ରିହାତି ମିଳିବ। ଏହି ଅଫର ସେପ୍ଟେମ୍ବର ପହିଲାରୁ ବୈଧ ହେବ। ଏହା ବ୍ୟତୀତ ଆକ୍ସିସ ବ୍ୟାଙ୍କ, ସିଟି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସ୍‌ବିଆଇ କାର୍ଡ ଏବଂ ୱାନ କାର୍ଡ ସହିତ ଏହି ସ୍ମାର୍ଟଫୋନ୍‌ କିଣିଲେ ୟୁର୍ଜରଙ୍କୁ ୬ ମାସ ପର୍ଯ୍ୟନ୍ତ ନୋକଷ୍ଟ ଇଏମ୍‌ଆଇ ସୁବିଧା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri