Odisha Elections 2024

ଭୁବନ/ତାଳଚେର/କେନ୍ଦୁଝର/ ପଟ୍ଟାମୁଣ୍ଡାଇ/ବ୍ରହ୍ମପୁର, ୨୫।୮(ବିପିନ ବିହାରୀ ସେଠୀ/ମନୋଜ ନନ୍ଦ/ନରେଶ ଚନ୍ଦ୍ର ପଟ୍ଟନାୟକ/କଳ୍ପତରୁ ନାୟକ/ ସ୍ମୃତିରଞ୍ଜନ ମହାଲିକ): ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ‘ଚନ୍ଦ୍ରାୟନ-୩’ ମିଶନ ସଫଳ ହେବା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନିଆ ଅଭିଯାନ ଆରମ୍ଭ କରିଛି ରୋଭର ପ୍ରଜ୍ଞାନ। ଏହା ପଛରେ ରହିଛି ଇସ୍ରୋରେ କାର୍ଯ୍ୟରତ ଅନେକ ଓଡ଼ିଆ ବୈଜ୍ଞାନିକଙ୍କ ହାତ। ସେମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ଜିଲାର ଶରତ ଚନ୍ଦ୍ର ଦାସ, କେନ୍ଦୁଝରର ଅଟଳକୃଷ୍ଣ ଖଟୁଆ, କେନ୍ଦ୍ରାପଡ଼ାର ସୁଶୀଲ କୁମାର ନାୟକ ଏବଂ ଗଞ୍ଜାମର ଦେବାଶିଷ ମହାପାତ୍ର।

ବୈଦ୍ୟୁତିକ ଉପକରଣ ବିନା ପରିକଳ୍ପନା କରାଯାଇ ନ ପାରେ ‘ଚନ୍ଦ୍ରୟାନ-୩’। ସାମାନ୍ୟ ତ୍ରୁଟି ହେଲେ ମିଶନ ଫେଲ୍‌ ହୋଇଯିବା ଭୟ। ବୈଦ୍ୟୁତିକ ଉପକରଣ ଯାଞ୍ଚ କରିବା, ସେସବୁ ଶତ ପ୍ରତିଶତ ତ୍ରୁଟିରହିତ ବୋଲି ପ୍ରମାଣପତ୍ର ଦେବା ଭଳି ଗୁରୁଦାୟିତ୍ୱ ନିଭାଇଥିବା ଟିମ୍‌ରେ ରହିଥିଲେ ଓଡ଼ିଆ ପୁଅ ତଥା ଢେଙ୍କାନାଳ ଜିଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ବରିଷ୍ଠ ବୈଜ୍ଞାନିକ ଡ. ଶରତ ଚନ୍ଦ୍ର ଦାସ। ଚନ୍ଦ୍ର ଅଭିଯାନର ସଫଳତା ପଛରେ ତାଙ୍କ ଭୂମିକା ରହିଥିବା ଜଣାପଡ଼ିବା ପରେ ପୈତୃକ ଗ୍ରାମରେ ସୃଷ୍ଟି ହୋଇଛି ଖୁସିର ମାହୋଲ।
ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ସୁଲୋଚନା ଦାସଙ୍କ ଚାରି ସନ୍ତାନଙ୍କ ମଧ୍ୟରୁ ଶରତ ହେଉଛନ୍ତି ବଡ଼। ସ୍କୁଲ ଓ କଲେଜ ଶିକ୍ଷା ଶେଷ ପରେ ରାଉରକେଲା ଏନ୍‌ଆଇଟି ଏବଂ ଆସାମ ଗୁଆହାଟୀସ୍ଥିତ ଆଇଆଇଟିରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ଗୋବିନ୍ଦ। ଏହାପରେ ସେ ୧୯୯୯ରୁ ଇସ୍ରୋରେ କାର୍ଯରତ ଅଛନ୍ତି। ଗୋବିନ୍ଦପୁରରେ କେବଳ ପିଉସୀ ନାନୀ ରହୁଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ତାଳଚେର ନବ ମିଶ୍ର କଲୋନୀରେ ରହୁଛନ୍ତି। ତାଙ୍କୁ ଶିକ୍ଷାଦାନ କରିଥିବା ଗୋବିନ୍ଦପୁର ସ୍କୁଲର ଶିକ୍ଷକ ରଞ୍ଜନ କୁମାର ଦାସ କୁହନ୍ତି, ଇସ୍ରୋ ବୈଜ୍ଞାନିକ ଶରତ ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ।
ସେହିପରି ‘ଚନ୍ଦ୍ରୟାନ-୩’ ମିଶନ ଟିମ୍‌ରେ ସାମିଲ ଥିବା ଅନ୍ୟ ଜଣେ ଓଡ଼ିଆ ବୈଜ୍ଞାନିକ ହେଲେ କେନ୍ଦୁଝର ସହର ମାଗୁରଗାଡ଼ିଆ ଅଞ୍ଚଳର ଅଟଳକୃଷ୍ଣ ଖଟୁଆ। ଅମରବର ଖଟୁଆ ଓ ସରୋଜିନୀଙ୍କ ସୁପୁତ୍ର ଅଟଳ କ୍ରାଏଜୋନିକ ଷ୍ଟେଜ୍‌ ଓ ଥର୍ମାଲ ପ୍ରୋଟେକ୍ସନ ସିଷ୍ଟମରେ ସ୍ପେସ୍‌କ୍ରାପ୍ଟ କିପରି ବିଭିନ୍ନ ତାପମାତ୍ରାରେ ଠିକ୍‌ଭାବେ କାର୍ଯ୍ୟ କରିବ ସେହି ଦାୟିତ୍ୱ ତୁଲାଇଥିଲେ। କେନ୍ଦୁଝରଗଡ଼ସ୍ଥିତ ଶିଶୁ ମନ୍ଦିରର ପୂର୍ବତନ ଛାତ୍ର ଅଟଳ ରସାୟନ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ୨୦୧୨ରୁ ଇସ୍ରୋରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ଅଗସ୍ତୀ କହିଛନ୍ତି, ଅଟଳ ଆମ ସ୍କୁଲ, ଜିଲା ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି।
‘ମିଶନ ମୁନ୍‌’ ଅଭିଯାନରେ ସାମିଲ ଥିଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଞ୍ଚାୟତ ବାଲିଆ ଗ୍ରାମର ଯୁବ ବୈଜ୍ଞାନିକ ସୁଶୀଲ କୁମାର ନାୟକ। ମୁରଲୀଧର ନାୟକଙ୍କ ବଡ଼ପୁଅ ସୁଶୀଲ। ବାପା ପାରାଦୀପରେ ପୋର୍ଟରେ କାର୍ଯ୍ୟ କରୁଥିବା ବେଳେ ସୁଶୀଲ ସେଠାରେ ସ୍କୁଲ ଶିକ୍ଷା ଶେଷ କରିଥିଲେ। ବେସିକ୍‌ ସାଇନ୍ସ କଲେଜରୁ ଯୁକ୍ତ ୨ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବା ପରେ ସରାଙ୍ଗସ୍ଥିତ ଆଇଜିଆଇଟିରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ପାଠ୍ୟକ୍ରମ ଶେଷ କରିଥିଲେ। ୨୦୦୯ରୁ ୧୪ ବର୍ଷ ଧରି ସେ ଇସ୍ରୋରେ କାର୍ଯ୍ୟରତ ଅଛନ୍ତି। ଚନ୍ଦ୍ରୟାନ-୩ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସୁଶୀଲ ଏକ ସ୍ବତନ୍ତ୍ର ବିଭାଗର ନେତୃତ୍ୱ ନେଇଥିଲେ। ସୁଶୀଲଙ୍କ ସ୍ତ୍ରୀ ମଧ୍ୟ ଇସ୍ରୋରେ ଡାକ୍ତର ଭାବେ କାର୍ଯ୍ୟରତ ରହିଛନ୍ତି। ଅଭିଯାନରେ ସୁଶୀଲ ସାମିଲ ଥିବା ଜଣାପଡ଼ିବା ପରେ ଭାଜପା ନେତା ଅଜୟ ବେହେରା, ମାଖନ ଦାସ, ସେନ ମହାନ୍ତି, ପ୍ରିୟଙ୍କା ଶତପଥୀ ପହଞ୍ଚତ୍ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଚନ୍ଦ୍ରୟାନ-୩ ମିଶନରେ ଗୁରୁଦାୟିତ୍ୱ ନିଭାଇଥିଲେ ଗଞ୍ଜାମ ଜିଲା ବ୍ରହ୍ମପୁରର ବୈଜ୍ଞାନିକ ଦେବାଶିଷ ମହାପାତ୍ର। ଦେବାଶିଷ ୨୦୦୬ରୁ ଇସ୍ରୋରେ କାର୍ଯ୍ୟ କରୁଛନ୍ତି। ବ୍ରହ୍ମପୁର ଗୋଦାବରୀଶ ନଗର ପ୍ରଥମ ଲେନରେ ଦେବାଶିଷଙ୍କ ଘର। ବାପା ଲଳିତ ମୋହନ ମହାପାତ୍ର ଚିିକିଟି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ। ମା ଆରତୀ ମହାପାତ୍ର ଜଣେ ଗୃହିଣୀ। ସରାଙ୍ଗ ଆଇଜିଆଇଟିରୁ ମେକାନିକାଲ ଇଞ୍ଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଯାଦବପୁର ବିଶ୍ୱବିଦ୍ୟାଳୟରୁ ଏମ୍‌-ଟେକ୍‌ କରିଥିଲେ। ଏହା ପରେ ପ୍ରବେଶିକା ପରୀକ୍ଷା ଦେଇ ଇସ୍ରୋରେ ନିଯୁକ୍ତି ପାଇଥିଲେ। ଦେବାଶିଷ ୨୦୦୬ରେ ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୨୦।୫: ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଝଟକା। ସୋମବାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ଭାଜପାରେ ସାମିଲ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ...

ଭାଜପାରୁ ବହିଷ୍କୃତ ହେଲେ ପୂର୍ବତନ ଏମ୍‌ପି ଐର ଖାରବେଳଙ୍କ ସମେତ ୫ ନେତା

ଭୁବନେଶ୍ୱର,୨୦।୫: ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଭାଜପା ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର...

ସମୀର ଦାଶଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୦।୫: ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର,୨୦।୫: ବ୍ରହ୍ମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଝଟକା...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri