ମାଗଣାରେ ସବୁଜ ଆବର୍ଜନା ଉଠାଇବ ବିଏମ୍‌ସି

ଭୁବନେଶ୍ୱର, ୨୨।୮ (ବନ୍ଦନା ସେଠୀ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କଣ୍ଟ୍ରାକ୍ଟସ୍‌ କମିଟି ବୈଠକ ସୋମବାର ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଏମ୍‌ସି ଅଞ୍ଚଳରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ପ୍ରତି ଜୋନ୍‌ରେ ୧୨ରୁ ୧୫ଟି ଲେଖାଏ ଗାଡି ବର୍ଜ୍ୟ ଏବଂ ନିର୍ମାଣ ଓ ଭଗ୍ନାବଶେଷ ଉଠାଇବା ପାଇଁ ଦିଆଯାଇଥିବା ସୂଚନା ଦିଆଯାଇଥିଲା। ‘ସଫା ଭୁବନେଶ୍ୱର’ ଆପ୍‌ ବ୍ୟବହାରକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସବୁଜ ଆବର୍ଜନା ଏବଂ ନିର୍ମାଣ ଓ ଭଗ୍ନାବଶେଷ ବିନା ଶୁଳ୍କରେ ସଂଗ୍ରହ ଓ ସ୍ଥାନାନ୍ତର କରାଯିବ। ଏହି ସୁବିଧା କେବଳ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ମିଳିବ। ବର୍ଷାଋତୁରେ ଅଧିକ ବର୍ଜ୍ୟ ନିର୍ଗତ ହେଉଥିବାରୁ ସେସବୁ ବର୍ଜ୍ୟ ସ୍ବଚ୍ଛତା ରକ୍ଷା କରିବାରେ ବାଧକ ସାଜୁଛି। ସବୁଜ ଆବର୍ଜନାକୁ ଲୋକେ ରାସ୍ତାକଡ କିମ୍ବା ଡ୍ରେନ୍‌ରେ ପକାଇ ଦେଉଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ତେଣୁ ବିଭିନ୍ନ ଅଞ୍ଚଳରୁ ବାହାରୁଥିବା ଅଧିକ ବର୍ଜ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଉଠାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଉକ୍ତ ଆପ୍‌ ଜରିଆରେ ଆବେଦନ କରିଥିବା ନାଗରିକଙ୍କୁ ନିଃଶୁଳ୍କ ସେବା ସୁବିଧା ପ୍ରଦାନ କରାଯିବ। ତେବେ ଅନ୍ୟାନ୍ୟ ଦେୟଯୁକ୍ତ ସେବାଗୁଡିକ ଅପରିବର୍ତ୍ତିତ ରହିଛି। ଅପରପକ୍ଷେ ବାରମ୍ବାର ତଥା ଅଭ୍ୟାସଗତ ଆଚରଣ ପାଇଁ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ପିଓଏସ୍‌ ମେଶିନ ଜରିଆରେ ଆଦାୟ କରାଯିବ। ଏହାଦ୍ୱାରା ଠିକ୍‌ ସମୟ, ଜରିମାନାର ପରିମାଣ, ହିସାବ ଇତ୍ୟାଦିରେ ସ୍ବଚ୍ଛତା ରହିପାରିବ। ଉଲ୍ଲଂଘନକାରୀଙ୍କଠାରୁ ଆଦାୟ ହେଉଥିବା ଜରିମାନାର ପ୍ରମାଣ ସ୍ବରୂପ ସେମାନଙ୍କୁ ରସିଦ ପ୍ରଦାନ କରାଯିବ। ଏହି ନିର୍ଦ୍ଦେଶ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ବ୍ୟତୀତ ବୈଠକରେ ୩୦ ନଂ. ୱାର୍ଡ ଅନ୍ତର୍ଗତ ଶହୀଦନଗର କଞ୍ଜରଭେନ୍ସି ଲେନ୍‌ କ୍ଲଷ୍ଟର ନଂ.୩୦ (୩୭ରୁ ୫୦ ନମ୍ବର ଲେନ୍‌ ପର୍ଯ୍ୟନ୍ତ)ରେ ପେଭର ବ୍ଲକ କାମ ପାଇଁ ୧.୩୪ କୋଟି ଟଙ୍କାରୁ ଅଧିକ ଏବଂ ୩୪ ନଂ. ୱାର୍ଡ ଅନ୍ତର୍ଗତ ସତ୍ୟନଗର ଓ ପ୍ରେସ କଲୋନୀ (୧ରୁ ୧୩ ନମ୍ବର ଲେନ୍‌ ପର୍ଯ୍ୟନ୍ତ)ରେ ପେଭର ବ୍ଲକ ରାସ୍ତା ନିର୍ମାଣ ପାଇଁ ୧.୪୧ କୋଟି ଟଙ୍କାକୁ କମିଟି ମଞ୍ଜୁରୀ ଦେଇଛି। ବୈଠକରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ଡେପୁଟି କମିଶନର (କର୍ପୋରେଶନ) ସପନ କୁମାର ନନ୍ଦ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା, ବିରଞ୍ଚତ୍ ନାରାୟଣ ମହାସୂପକାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri