କର୍ତ୍ତବ୍ୟରେ ଅବହେଳା

ଜାତୀୟ ସୁରକ୍ଷାକୁ ‘ନାଗରିକତ୍ୱର ସୁରକ୍ଷା ଓ ପ୍ରତିରକ୍ଷା ପାଇଁ କୌଣସି ଦେଶର କ୍ଷମତା ଏବଂ ହିଂସା ଓ ଆକ୍ରମଣଜନିତ ବିପଦରୁ ନିଜକୁ ରକ୍ଷାକରିବାର ଦକ୍ଷତା’ ବୋଲି ବର୍ଣ୍ଣନା କରାଯାଇଛି। ତେବେ ନୂତନ ଭାରତର ସୁରକ୍ଷା ସିଦ୍ଧାନ୍ତକୁ ବୁଝିବାକୁ ହେଲେ ଜଣେ ଡୋଭାଲଙ୍କ ସିଦ୍ଧାନ୍ତକୁ ଦେଖିବାକୁ ପଡ଼ିବ। ତାଙ୍କ ସିଦ୍ଧାନ୍ତ ଏକ ଲିଖିତ ବିଷୟ ନୁହେଁ କି ଏହାକୁ କୌଣସି ପୁସ୍ତକରେ ସ୍ପଷ୍ଟ କରାଯାଇନାହିଁ। ଏହାକୁ ଏକ ଭିଡିଓରେ ପ୍ରକାଶ କରାଯାଇଛି। ଭିଡିଓରେ ପ୍ରକାଶ କରାଯିବାର କାରଣ ହେଉଛି, ଭାରତରେ ହେନେରୀ କିଶିଙ୍ଗ୍‌ଙ୍କ ଗୋଷ୍ଠୀର କେହି ଜଣେ ହେଲେ ବୁ୍‌ଦ୍ଧିମାନ୍‌ ସୁରକ୍ଷା ପରାମର୍ଶଦାତା ନାହାନ୍ତି। ଏକ ପ୍ରୋଫାଇଲରେ ଆଇନଜୀବୀ ତଥା ରାଜନୈତିକ ସମାଲୋଚକ ଏ.ଜି. ନୁରାନି ଲେଖିଥିଲେ, ଡୋଭାଲ ସବୁବେଳେ କଠିନ କାମରେ ଦ୍ୱନ୍ଦ୍ୱରେ ନ ରହି ସକ୍ରିୟ ଭାବେ ତାହା ଆରମ୍ଭ କରିଦିଅନ୍ତି। ଆଇସି କବଳରେ ପଣବନ୍ଦୀ ଭାବେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ସେ ଇରାକ ଯାଇଥିଲେ। କ୍ରେଧିତ ଓ ଅପମାନିତ ହୋଇ ନୂଆଦିଲ୍ଲୀରେ ପାକିସ୍ତାନ ହାଇକମିଶନରଙ୍କୁ ଫୋନ୍‌ କରିଥିଲେ ଏବଂ ଇସ୍‌ଲାମବାଦରେ ତାଙ୍କ ପ୍ରତିପକ୍ଷକୁ ଏଲ୍‌ଓସିରେ ଗୁଳି ବିନିମୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏମିତି ଆହୁରି ଘଟଣା ଅଛି। କାର୍ଯ୍ୟାନୁଷ୍ଠାନ ନେବାରେ ଏ ହେଉଛନ୍ତି ଜଣେ ବାସ୍ତବ ମଣିଷ। ନୁରାନିଙ୍କ ଉକ୍ତ ଲେଖା ନଭେମ୍ବର ୨୦୧୫ରେ ପ୍ରକାଶ ପାଇଥିଲା। ସେବେଠାରୁ ଡୋଭାଲ ଅନ୍ୟ ସାହସିକ କାର୍ଯ୍ୟରେ ଜଡ଼ିତ ରହିଆସିଛନ୍ତି। ବ୍ୟକ୍ତିଗତ ଭାବେ ନିଜାମୁଦ୍ଦିନରେ ତବଲିଗ୍‌ ଜମାତ ଖାଲି କରିଥିଲେ। କଶ୍ମୀରରେ ସ୍ବାଭାବିକ ସ୍ଥିତିର ସଙ୍କେତ ଦେବାକୁ ଯାଇ ସେଠାକାର ରାସ୍ତାରେ ବିରିୟାନି ଖାଇବାର ଫଟୋ ଉଠାଇବାକୁ ପସନ୍ଦ କରିଥିଲେ। କିନ୍ତୁ ସେ ଏଯାବତ ମଣିପୁର ଯାଇନାହାନ୍ତି। ବଡ଼କଥା ହେଉଛି, ବସ୍‌ ଯେତେବେଳେ ସବୁ ଶ୍ରେୟ ନେଉଛନ୍ତି ସେତେବେଳେ ଦୃଶ୍ୟମାନ ବିପର୍ଯ୍ୟୟରେ ଅଧସ୍ତନ ଦୋଷ ମୁଣ୍ଡେଇବାକୁ ଆଗକୁ ଆସିବା ଉଚିତ କି? ଯଦି ଏହା ନୁହେଁ, ତେବେ ନାଗରିକତ୍ୱର ସୁରକ୍ଷା ଓ ପ୍ରତିରକ୍ଷାକୁ ଜାତୀୟ ସୁରକ୍ଷା ବୋଲି ଯାହା କୁହାଯାଉଛି, ବାସ୍ତବରେ ତାହାର ମୂଲ୍ୟ କିଛି ନାହିଁ।
ଏହାର ଅନ୍ୟ ଏକ ଦିଗ ହେଉଛି, ଯେଉଁଠି ସବୁ ନିଷ୍ପତ୍ତି କେନ୍ଦ୍ରୀଭୂତ ଢାଞ୍ଚାରେ ନିଆଯାଇ ପରେ ଅପ୍ରତ୍ୟାଶିତ ଓ ଐତିହାସିକ ଘଟଣା ଭାବେ ଘୋଷଣା କରାଯାଉଛି, ସେ କ୍ଷେତ୍ରରେ ସେଗୁଡ଼ିକର ବିପରୀତ ପରିଣାମର ବୋଝ କନିଷ୍ଠମାନେ କାହିଁକି ବହନ କରିବେ? ସେଥିପାଇଁ ଗମ୍ଭୀର ବିପଦରେ ଯେଭଳି କାର୍ଯ୍ୟ କରିବା କଥା ସେଥିରେ ଆମ ସମୟର ମହାନ୍‌ ଗୁପ୍ତଚରଙ୍କର ସେଭଳି ଯୋଗଦାନ ନାହିଁ। ଅଥଚ ତାଙ୍କ କାର୍ଯ୍ୟକଳାପ ଉପରେ ଜୁନ୍‌ ୨୯ର ଏକ ରିପୋର୍ଟରେ ଶୀର୍ଷକ ହେଉଛି, ଓ୍ବାଗ୍‌ନର ବିଦ୍ରୋହ ପରେ ରୁଷୀୟ ସୁରକ୍ଷା ପରିଷଦ ସଚିବ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କୁ କଲ୍‌ କରିଥିଲେ। ଏନ୍‌ଏସ୍‌ଏ ଅଜିତ ଡୋଭାଲ ଓମାନର ଶୀର୍ଷ ନେତୃତ୍ୱଙ୍କୁ ସାକ୍ଷାତ କରି ସୁରକ୍ଷା ଚୁକ୍ତି ମଜଭୁତ କରିବା ଲାଗି ଆଲୋଚନା କରିଥିଲେ ବୋଲି ଏକ ଶୀର୍ଷକ ଜୁନ୍‌ ୨୬ରେ ପ୍ରକାଶ ପାଇଥିଲା। ଜୁନ୍‌ ୧୭ରେ ଏକ ବୈଠକରେ ସେ ଜଣେ ଐତିହାସିକ ଭାବେ ତାଙ୍କ ଜ୍ଞାନ ପ୍ରକାଶ କରିଥିଲେ। ଏହାକୁ ନେଇ ଏକ ଶୀର୍ଷକ ପ୍ରକାଶ ପାଇଥିଲା ଯାହା ଥିଲା ‘ନେତାଜୀ ସୁଭାଷ ବୋଷ ଥିଲେ ଭାରତ ବିଭାଜିତ ହୋଇ ନ ଥାନ୍ତା: ଏନ୍‌ଏସ୍‌ଏ ଅଜିତ ଡୋଭାଲ’। ତାଙ୍କ ପାଇଁ ଖୁସିର କଥା ଯେ, ଅଧିକ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକରେ ତାଙ୍କର ଅନୁପସ୍ଥିତିକୁ ନେଇ କୌଣସି ଶୀର୍ଷକ ଖବର ନାହିଁ। କାରଣ ଏହି ପ୍ରଶାସନରେ ବିଫଳତା ପାଇଁ କୌଣସି ଉତ୍ତରଦାୟିତ୍ୱ ନାହିଁ। ମଣିପୁର ତାଙ୍କ ଦାୟିତ୍ୱର ଅଂଶ ନୁହେଁ ଭାବି ଡୋଭାଲ ଆଗକୁ ବଢ଼ିପାରନ୍ତି। ଏଭଳି କର୍ତ୍ତବ୍ୟରେ ଅବହେଳା ଅନ୍ୟ କ୍ଷେତ୍ରରେ ବି ଦେଖାଯାଇଛି। ୨୦୧୮ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ପ୍ରତିରକ୍ଷା ଯୋଜନା କମିଟି ଦାୟିତ୍ୱରେ ରଖାଯାଇଥିଲା। ଏଥିରେ ଡୋଭାଲ ଅଧ୍ୟକ୍ଷତା କରିବାର ପ୍ରାବଧାନ ଥିଲା ଏବଂ ଏହି କମିଟିରେ ବୈଦେଶିକ ସଚିବ, ପ୍ରତିରକ୍ଷା ସଚିବ, ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌, ତିନି ବାହିନୀର ମୁଖ୍ୟ ଏବଂ ଅର୍ଥ ମନ୍ତ୍ରଣାଳୟର ସଚିବମାନେ ରହିଥିଲେ। ଜାତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରାଥମିକତା, ବୈଦେଶିକ ନୀତିର ଆବଶ୍ୟକତା, ପ୍ରାସଙ୍ଗିକ ରଣନୀତିକ ତଥା ସୁରକ୍ଷା ସମ୍ବନ୍ଧୀୟ ସିଦ୍ଧାନ୍ତ, ପ୍ରତିରକ୍ଷା ଅଧିଗ୍ରହଣ ଏବଂ ଭିତ୍ତିଭୂମି ବିକାଶ ଯୋଜନା, ଜାତୀୟ ସୁରକ୍ଷା ରଣନୀତି, ରଣନୀତିିକ ପ୍ରତିରକ୍ଷା ସମୀକ୍ଷା ଏବଂ ସିଦ୍ଧାନ୍ତ ଇତ୍ୟାଦିର ଦାୟିତ୍ୱ ତୁଲାଇବାର ଥିଲା। ହେଲେ ୩ ମେ ୨୦୧୮ରେ ଏହି କମିଟିର ଥରେ ମାତ୍ର ବୈଠକ ବସିଥିଲା ଓ ତା’ ପରେ ଅର୍ଥାତ୍‌ ଏବେ ୫ ବର୍ଷ ମଧ୍ୟରେ ଆଉ କେବେ ବୈଠକ ହେବା ଦେଖାଯାଇନାହିଁ।
ଲଦାଖ ଘଟଣା ପରେ ଏଥିପ୍ରତି ଆଗ୍ରହର ଅଭାବ ଦେଖାଯାଇଛି କାରଣ ଡୋଭାଲଙ୍କ ମୂଳ ଚିନ୍ତା ରହିଛି ପାକିସ୍ତାନ ଓ ମୁସଲମାନଙ୍କଠାରେ। ଲଗାତର ଘଟିଥିବା ତାଙ୍କ କାର୍ଯ୍ୟକଳାପକୁ ନୁରାନି ଯେଭଳି ବର୍ଣ୍ଣନା କରିଛନ୍ତି ତାହାକୁ ଲକ୍ଷ୍ୟକଲେ ଏହା ସହଜରେ ବୁଝିହେବ। ଡେଭାଲଙ୍କ ସିଦ୍ଧାନ୍ତ କହେ, ସନ୍ତ୍ରାସବାଦ ଜାତୀୟ ସୁରକ୍ଷା ପ୍ରତି ବିପଦ ଏବଂ ପାକିସ୍ତାନ ପ୍ରଥମ ଶତ୍ରୁ। ୨୦୨୦ର ଘଟଣା ପରେ ସରକାର ମଧ୍ୟ ଏହାକୁ ଅସତ୍ୟ ବୋଲି ସ୍ବୀକାର କଲେ। ଗଲ୍‌ଓ୍ବାନ ପୂର୍ବରୁ ସେନାର ୩୮ ଡିଭିଜନ ମଧ୍ୟରୁ ୧୨ଟି ଚାଇନା ସୀମାରେ, ୨୫ଟି ଭାରତ-ପାକିସ୍ତାନ ସୀମାରେ ମୁତୟନ ହୋଇଥିଲେ ଏବଂ ଗୋଟିଏ ରିଜର୍ଭ ରହିଥିଲା। ପୁନଃ ମୁତୟନ ପରେ ୧୬ ଡିଭିିଜନ ଚାଇନାର ମୁହଁାମୁହଁି ହୋଇ ରହିଛନ୍ତି। ତେବେ ପୂର୍ବ ସ୍ଥିତିର କାରଣ କ’ଣ ରହିଥିଲା ଏବଂ ପରିବର୍ତ୍ତନର କାରଣ କ’ଣ ଥିଲା? ଏ ବିଷୟରେ ଆମେ ଜାଣୁନାହଁୁ। ଯଦି ଡୋଭାଲ ନୂଆ ସିଦ୍ଧାନ୍ତ ଲେଖନ୍ତି କିମ୍ବା ଏ ସମ୍ପର୍କରେ କିଛି କୁହନ୍ତି, ତେବେ ହୁଏତ ଆମେ ଏ ସମ୍ପର୍କରେ ଜାଣିପାରିବା। ୨୦୧୪ ପରଠାରୁ ଯାହାସବୁ ଘଟି ଆସିଛି ତାହାକୁ ଯଦି ଲକ୍ଷ୍ୟ କରାଯାଏ ତେବେ ତଥାକଥିତ ନୂତନ ଭାରତ ପ୍ରୋଜେକ୍ଟରେ ବିଚାରର ମାନ, ଦକ୍ଷତା ଏବଂ କାର୍ଯ୍ୟାନ୍ବୟନ କ’ଣ ରହିଛି ତାହା ଜଣେ ସହଜରେ ଅନୁଭବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri