ଯୁଗଳ କିଶୋର ଷଡ଼ଙ୍ଗୀ ପାଇବେ ‘ବାଲ୍‌ ସାହିତ୍ୟ ପୁରସ୍କାର’

ଭୁବନେଶ୍ୱର,୨୪।୬(ଶର୍ମିଷ୍ଠା ପାଣିଗ୍ରାହୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଶୁକ୍ରବାର ବାଲ୍‌ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ୨୦୨୩ ଘୋଷଣା କରାଯାଇଛି। ୨୦ଜଣ ଯୁବ ଓ ୨୨ଜଣ ବାଲ୍‌ ସାହିତ୍ୟ ପୁରସ୍କାର ପାଇବେ। ତେବେ ଯୁବ ପୁରସ୍କାରରେ ଓଡ଼ିଶାରୁ କେହି ସ୍ଥାନ ପାଇ ନ ଥିବାବେଳେ ବାଲ୍‌ ପୁରସ୍କାର ପାଇବାକୁ ଶିଶୁ ସାହିତି୍ୟକ ଡ. ଯୁଗଳ କିଶୋର ଷଡ଼ଙ୍ଗୀ ମନୋନୀତ ହୋଇଛନ୍ତି। ସେ କ୍ଷୁଦ୍ର ଗଳ୍ପ ପୁସ୍ତକ ‘ଜେଜେଙ୍କ ଗପ ଗଣ୍ଠିଲି’ ପାଇଁ ଏହି ଜାତୀୟ ପୁରସ୍କାର ପାଇବେ। କେନ୍ଦ୍ର ସାହିତ୍ୟ ଏକାଡେମୀ ଅଧ୍ୟକ୍ଷ ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଏକାଡେମୀର କାର୍ଯ୍ୟକାରୀ ମଣ୍ଡଳ ଏନେଇ ଘୋଷଣା କରିଥିଲେ। ପୁରସ୍କାର ବାବଦକୁ ଲେଖକ ଷଡ଼ଙ୍ଗୀଙ୍କୁ ଏକ ତାମ୍ରଫଳକ ସହ ୫୦ ହଜାର ଟଙ୍କାର ଅର୍ଥରାଶି ଦିଆଯିବ ବୋଲି ସୂଚନା ଦିଆଯାଇଛି। ୧୯୪୬ ଡିସେମ୍ବର ୯ରେ ବଲାଙ୍ଗୀର ଜିଲା ସିନ୍ଧେକେଲା ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି। ସେ ଜଣେ ଶିଶୁ ସାହିତି୍ୟକ, ସଂସ୍କୃତି ଗବେଷକ ଭାବେ ସୁପରିଚିତ। ସାରସ୍ବତ ସାଧନା, ଆକାଶବାଣୀ ନିମନ୍ତେ ଗୀତ ରଚନା, ପୁସ୍ତକ ପଠନ, ପାଠକ ସୃଷ୍ଟି କରିବା, ଶିଶୁ-ସାହିତ୍ୟ ସୃଜନ, ଆଲୋଚନା, ଗବେଷଣା ଆଦିରେ ସେ ରୁଚି ରଖନ୍ତି। ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ୭ଟି ପୁସ୍ତକ ପ୍ରକାଶ ହୋଇସାରିଛି। ସେଗୁଡ଼ିକ ହେଲା ଆସରେ ପିଲା ଆସ, ତୁମପାଇଁ ଏକାଙ୍କିକା, ଉଦ୍‌ଯୋଗୀ ଜନଲକ୍ଷ୍ମୀନନ୍ଦନ, ଚିଠି, ତୁମପାଇଁ କବିତା, ଦଳପତି ଚୟନ ଓ ମୁର୍ଖାନନ୍ଦ। ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଗବେଷଣାତ୍ମକ ପୁସ୍ତକ ଜୁହାରଗୋ ମା’ ଦୁଆରସନୀ, ଗୀତି ସୁରଭି, ଅନ୍ଧାରରୁ ଆଲୁଅ, ନିର୍ଝରଣୀ, ଦୟାମୟୀ ମା’ ଦ୍ୱାରସନୀ ଆଦି ରଚନା କରିଛନ୍ତି। କୋଶଳୀ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କ ଦ୍ୱାରା ରଚିତ ଦୁଆରସନୀ ଭଜନ୍‌, ରସ୍‌କଦମ୍‌, ଉଜନ୍‌ବୁଜୁଲି, ଡୁରି, ଛି, ଜନ୍‌ ଉଦ୍‌ଲାନା ପୁସ୍ତକ ପ୍ରକାଶିତ ହୋଇଛି। ଶିକ୍ଷକତା ବୃତ୍ତିରୁ ପ୍ରଶିକ୍ଷକ ଓ ପରେ ପରିଦର୍ଶକ ଭାବେ ୨୦୦୪ରେ ଅବସର ନେଇଛନ୍ତି। ପୁରସ୍କାର ପାଇବା ପରେ ସେ ଖୁସିବ୍ୟକ୍ତ କରିବା ସହ ଦୀର୍ଘଦିନର ତପସ୍ୟା ସୁଫଳ ହୋଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri