Posted inଜାତୀୟ

ସିଦ୍ଦାରାମାୟା କ୍ୟାବିନେଟର ବଡ ନିଷ୍ପତ୍ତି

ବେଙ୍ଗାଲୁରୁ,୧୫।୬: କର୍ନାଟକର ସିଦ୍ଦାରାମାୟା ସରକାର ଗୁରୁବାର କିଛି ବଡ ନିଷ୍ପତ୍ତି ନେଇଛନ୍ତି। କର୍ନାଟକ ମନ୍ତ୍ରିମଣ୍ଡଳ ବୈଠକରେ ଭାଜପା ଶାସନ କାଳରେ ଆସିଥିବା ଧର୍ମାତରଣ ରଦ୍ଦ ଆଇନ(ଆଣ୍ଟି କନଭରସେଶନ ଲ)କୁ ରଦ୍ଦ କରିବାର ନିଷ୍ପତ୍ତି ନିଆଯାଇଛି। ଏହାସହ କେବି ହେଡଗୋଓ୍ବାର ସହ ଜଡିତ ଚାପ୍ଟର କର୍ନାଟକ ପାଠ୍ୟକ୍ରମରୁ ବାହାର କରିବାର ନିଷ୍ପତ୍ତି ଉପରେ ମୋହର ଲାଗିଛି।
କର୍ନାଟକର ଶିକ୍ଷାମନ୍ତ୍ରୀ ମଧୁ ବାଙ୍ଗରପ୍ପା କହିଛନ୍ତି କି କର୍ନାଟକ କ୍ୟାବିନେଟ, ସ୍କୁଲ ପାଠଁ ପୁସ୍ତକରୁ ଆରଏସଏସ ସଂସ୍ଥାପକ କେବି ହେଡଗୋଓ୍ବାର ଓ ଅନ୍ୟସହ ଜଡିତ ଅଧ୍ୟାୟକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ (ସରକାର) ଯାହାବି ପରିବର୍ତ୍ତନ କରିଥିଲେ, ଆମେ ତାକୁ ବଦଳାଇ ଦେଇଛୁ।
କର୍ନାଟକ କ୍ୟାବିନେଟ ମନ୍ତ୍ରୀ ଏଚ.କେ ପାଟିଲ କହିଛନ୍ତି ଯେ ପୂର୍ବ ଭାଜପା ସରକାର ଆଣିଥିବା ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ରଦ୍ଦ କରିବାକୁ କର୍ନାଟକ କ୍ୟାବିନେଟ ନିଷ୍ପତ୍ତି ନେଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରାର୍ଥନା ସହିତ ସମ୍ବିଧାନର ପ୍ରିମ୍ବଲ ପିଢିବା ବାଧ୍ୟତାମୂଳକ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।
ସେ ସୂଚନା ଦେଇଛନ୍ତି ଯେ କର୍ଣ୍ଣାଟକ କ୍ୟାବିନେଟ ମଧ୍ୟ ପୁରୁଣା ଆଇନକୁ ଫେରାଇ ଆଣିବା ପାଇଁ ରାଜ୍ୟରେ ଏପିଏମ୍ସି ଆକ୍ଟରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ଗୁରୁବାର କ୍ୟାବିନେଟ ବୈଠକରେ ପାଠ୍ୟପୁସ୍ତକର ସଂଶୋଧନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri