ଫୁଲବାଣୀ ଅଫିସ,୩।୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କୁ ଅପହରଣ କର ଯାଇଥିବାନେଇ ସନ୍ଦେହ କରାଯାଉଛି। ମାଓବାଦୀ କି ଅନ୍ୟ କେହି ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ଅନୁସାରେ, ଶୁକ୍ରବାର ଜାଜେଶପାଙ୍ଗା ଗାଁରେ ବରାଳ ଦେବୀ ପୂଜା ପାଇଁ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ଉପାଧକ୍ଷ ଅଜିତଙ୍କୁ ଅତିଥି ଭାବରେ ଡକାଯାଇଥିଲା। ଉପାଧକ୍ଷ ନିଜ କାରରେ ରତଙ୍ଗ ପଞ୍ଚାୟତ ସମିତି ସଭ୍ୟ ବିରଞ୍ଚି ମଳିକ ଓ ବସନ୍ତ ମାଝୀ ନାମକ ତାଙ୍କର ଜଣେ ସହଯୋଗୀଙ୍କ ସହ ଜାଜେଶପାଙ୍ଗା ପାଇଁ ବାହାରିଥିଲେ। କାର୍ଯ୍ୟକ୍ରମରେ ବିଳମ୍ବ ହେବାରୁ ସେ ତାଙ୍କ କାରରେ ସାଡିଙ୍ଗିଆ ଯାଉଥିଲେ। ରାସ୍ତାରେ ଥିବା ଘାଟି ନିକଟରେ କାରଟିକୁ ରଖି ବାହାରକୁ ପରିସ୍ରା ପାଇଁ ଓହ୍ଲାଇଥିଲେ। ଏଥିସହ ତାଙ୍କର ଦୁଇଜଣ ସହଯୋଗୀ ମଧ୍ୟ ଓହ୍ଲାଇଥିଲେ। ଦୁଇ ସହଯୋଗୀ ପରିସ୍ରା କରି ଫେରିଲା ପରେ ଅଜିତ ପାଖରେ ନ ଥିବା ଦେଖିବାକୁ ପାଇଥିଲେ। ଉଭୟ ସ୍ଥାନୀୟ ଅଞ୍ଚଳରେ ବହୁ ଖୋଜା ଖୋଜି କଲା ପରେ ମଧ୍ୟ୍ୟ ଅଜିତଙ୍କୁ ପାଇଁ ନ ଥିଲେ। ଅନ୍ୟପଟେ ଅଜିତଙ୍କ କାରରେ କାର ଚାବି ଲାଗି ରହିଥିବା ବେଳେ ତାଙ୍କ ମୋବାଇଲ ମଧ୍ୟ ରହିଛ। କିଛି ସମୟ ପରେ ରତଙ୍ଗ ସମିତି ସଭ୍ୟ ବିରଞ୍ଚି ମଳିକ ଫିରିଙ୍ଗିଆ ଥାନାକୁ ଫୋନ ଯୋଗେ ସବୁ କଥା ଜଣାଇଥିଲେ। ବର୍ତ୍ତମାନ ସୁଦ୍ଧା ଉପାଧକ୍ଷଙ୍କ କୌଣସି ଖୋଜଖବର ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଜାରିରଖିଛି । ଅନ୍ୟପଟେ ଉକ୍ତ ଅଞ୍ଚଳଟି ମାଓବାଦୀ ଅଧିସୁତ ଅଞ୍ଚଳ ହୋଇଥୁବାରୁ ମାଓବାଦୀ ଅଜିତଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି । କିଛି ଦିନ ତଳେ ଏହି ଅଞ୍ଚଳରେ ମାଓବାଦୀ ଜଣେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରି ନିଜର ସ୍ଥିତି ଜାହିର କରିଥିଲେ।
Posted inHome Left, ଆମ ଜିଲା ଖବର, କନ୍ଧମାଳ View All
ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ
ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...
ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି
ପୁରୀ,୧୬ା୧୨(ଅଜିତ୍ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...
ଭାରତୀୟ ଟିମକୁ ବଡ଼ ଝଟକା, ଟି-୨୦ ସିରିଜରୁ ବାହାରି ଗଲେ ଅକ୍ଷର ପଟେଲ, ବୁମରାହଙ୍କୁ ନେଇ କ’ଣ ରହିଛି ଅପଡେଟ ଜାଣନ୍ତୁ
ନୂଆଦିଲ୍ଲୀ, ୧୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ରବିବାର, ଡିସେମ୍ବର ୧୪, ୨୦୨୫ରେ...
ଓଡ଼ିଶା ଆସିପାରନ୍ତି ଶାହା, ଭାଜପା ଶିବିର ଚଳଚଞ୍ଚଳ
ଭୁବନେଶ୍ୱର, ୧୬।୧୨(ସୁନିତ୍ ମିଶ୍ର):ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି। ଏଥିରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ...
ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…
ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...
Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ
ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...
୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି
ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...
ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..
ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...
Archives


