ଶାଳମଞ୍ଜିର ଅଭାବୀ ବିକ୍ରି, ଶସ୍ତାରେ କିଣୁଛନ୍ତି ଦଲାଲ

ଦାରିଙ୍ଗବାଡି,୨୯ା୫(ଡି.ଏନ୍‌.ଏ.): ଜନଜାତି ଅଧ୍ୟୁଷିତ କନ୍ଧମାଳ ଜିଲାରେ ଏବେ ଜଙ୍ଗଲଜାତ ଦ୍ରବ୍ୟ ଶାଳମଞ୍ଜିର ଅଭାବୀ ବିକ୍ରି ଗରିବ ଲୋକଙ୍କୁ କଷ୍ଟରେ ପକାଇଛି । ଏବେ ଅଞ୍ଚଳରେ ଏକାଧିକ ଜଙ୍ଗଲଜାତ ଦ୍ରବ୍ୟ ଲୋକେ ସଂଗ୍ରହ କରୁଥିଲେ ସୁଦ୍ଧା ବଜାରରେ ଉଚିତ ଦର ମିଳୁ ନ ଥିବା ଅଭିଯୋଗ ହୋଇଛି। ଶାଳ ଗଛରୁ ସିଧା କାଳବୈଶାଖୀ ହେଉ କି ସାଧାରଣ ପବନରେ ଶାଳମଞ୍ଜି ଆପେ ଆପେ ତଳେ ପଡିଥାଏ । ଏବେ ବଣ ଜଙ୍ଗଲ ସମେତ ପାହାଡ଼, ରାଜପଥ କଡରେ ଶାଳମଞ୍ଜି ଚାଦର ଘୋଡାଇଲା ଭଳି ପଡିରହିଛି। ଶାଳମଞ୍ଜିକୁ ଜନଜାତି ଓ ଅନ୍ୟ ବର୍ଗର ଲୋକେ ସଂଗ୍ରହ କରି ପୋଡିବା, ଶୁଖାଇବା, ଚୋପା ଛଡାଇବା ସହ ଡାଲି ପ୍ରସ୍ତୁତ କରି ବିକ୍ରି କରିଥାନ୍ତି। ଏତିକି କାର୍ଯ୍ୟ କରିବାକୁ ଗୋଟିଏ ପରିବାରକୁ ୧୦ରୁ ୧୫ ଦିନ ସମୟ ଲାଗିଥାଏ। ହେଲେ ଏହାର ବଜାର ମୂଲ୍ୟ ଧାର୍ଯ୍ୟ କରାଯାଇଥିଲେ ସୁଦ୍ଧା ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତରେ କିଣା ବିକା କରାଯାଉ ନ ଥିବାରୁ ଏହାକୁ ସଂଗ୍ରହ କରୁଥିବା ପରିବାର ଅତି ଶସ୍ତା ଦରରେ ଦଲାଲମାନଙ୍କୁ ବିକ୍ରି କରୁଛନ୍ତି। ଏହାର ଦର ଟିଡିସିସିଓଏଲ(ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେଶନ ଓଡ଼ିଶା ଲିମିଟେଡ) ସର୍ବନମ୍ନ ଦର ଧାର୍ଯ୍ୟ କରିଥିବା ବେଳେ କିଲୋ ପିଛା ୨୦ଟଙ୍କାରେ କିଣିବା ପାଇଁ ଧାର୍ଯ୍ୟ କରିଥିବା ଟିଡିସିସିଓଏଲର ରାଜ୍ୟ ଉପାଧ୍ୟକ୍ଷ ଦିଲୀପ କୁମାର ପ୍ରଧାନ କହିଛନ୍ତି। ଏଥିପାଇଁ ଶାଳମଞ୍ଜି ସଂଗ୍ରହକାରୀ ନିଜ ଅଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିକ୍ରି କରିବେ। ଚାଷୀ ନିଜର ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଦେବା ବାଧ୍ୟତାମୂଳକ ରହିବ ଏବଂ ମଞ୍ଜି ବିକ୍ରିର ୩ ଦିନରୁ ଏକ ସପ୍ତାହ ମଧ୍ୟରେ ସେମାନଙ୍କୁ ଟିଡିସିସିଓଏଲ ପକ୍ଷରୁ ମଞ୍ଜିର ଉଚିତ ମୂଲ୍ୟ ହିସାବରେ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି। ଏବେ ଜିଲାର ବିଭିନ୍ନ ସ୍ଥାନରେ ଶାଳମଞ୍ଜି ସଂଗ୍ରହ ହେଉଥିଲେ ସୁଦ୍ଧା ସଂଗ୍ରହକାରୀ କିଲୋ ପିଛା ମାତ୍ର ୧୦ରୁ ୧୫ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି ା ଫଳରେ ପରିବାରର ଛୋଟ, ବଡ଼ ସମସ୍ତ ପରିବାର ଏଥିପାଇଁ ପରିଶ୍ରମ କରି ଦିନକୁ ୧ଶହରୁ୨ଶହ ରୋଜଗାର କରନ୍ତି। ତେଣୁ ରାଜ୍ୟ ସରକାର ଏହାର ସର୍ବନିମ୍ନ ମୂଲ୍ୟ କିଲୋ ପିଛା ୩୦ ଟଙ୍କାରୁ ଊର୍ଦ୍ଧ୍ୱ ଦର କରିବାକୁ ଦାବି ହୋଇଛି। ପ୍ରକାଶ ଯେ, କନ୍ଧମାଳ ଜିଲାରେ ଅତି ଶସ୍ତାରେ କ୍ରୟ କରାଯାଉଛି ଶାଳମଞ୍ଜି। ଏଥିରୁ ତେଲ ବାହାର କରାଯିବା ସହ ସାବୁନ ଇତ୍ୟାଦି ପ୍ରସ୍ତୁତ କରାଯାଏ ା ତେବେ କନ୍ଧମାଳରୁ କଞ୍ଚାମାଲ ଯାଇ ବାହାରେ ତେଲ, ସାବୁନ ଆଦି କରାଯାଇଥାଏ। ଏଠାରେ ତାକୁ ମୂଲ୍ୟଯୁକ୍ତ କରାଯିବା ବ୍ୟବସ୍ଥା ନ ଥିବାରୁ ଏହା ଶସ୍ତା ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri