ମେଣ୍ଟ ଭାଙ୍ଗିବାରୁ ଗଞ୍ଜାମରେ ଖାତା ଖୋଲୁନି ଭାଜପା

ବ୍ରହ୍ମପୁର ଅଫିସ,୧୫ା୫: ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋଶ ନିକଟରେ ଗଞ୍ଜାମ ଗସ୍ତରେ ଆସି ଆସିକା ଲୋକସଭା କ୍ଷେତ୍ରର କେତେକ ବିଧାନସଭା ସେଗ୍‌ମେଣ୍ଟକୁ ଯାଇ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିଥିଲେ। ବ୍ରହ୍ମପୁରରେ ଆଗଧାଡ଼ିର ନେତା ଓ କର୍ମୀଙ୍କ ସହ ଆଲୋଚନା କରି ଆଗାମୀ ସାଧାରଣ ନିର୍ବାଚନ ନେଇ ମାର୍ଗଦର୍ଶନ ଦେଇଥିଲେ। ମୁଖ୍ୟତଃ ମହିଳା ଭୋଟରଙ୍କୁ ଦଳ ପ୍ରତି କିଭଳି ଆକୃଷ୍ଟ କରାଯିବ ସେନେଇ ମନ୍ତ୍ର ଫୁଙ୍କିଥିଲେ।
ଦର୍ଶନାଙ୍କ ଗସ୍ତ ପୂର୍ବରୁ ଗତ ଡିସେମ୍ବର ଶେଷ ବେଳକୁ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ଦୁଇ ନେତ୍ରୀ ଗଞ୍ଜାମକୁ ଆସି ଆସିକା ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନକୁ ଯାଇ କେବଳ ମହିଳା ମୋର୍ଚ୍ଚା ନେତ୍ରୀ ଓ କର୍ମୀଙ୍କୁ ଭେଟିଥିଲେ। ତନ୍ମଧ୍ୟରେ ଥିଲେ ଜମ୍ମୁ-କଶ୍ମୀର ମହିଳା ମୋର୍ଚ୍ଚା ସଭାନେତ୍ରୀ ସଞ୍ଜିିତା ଡାଗ୍ରା ଓ ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟା ସାଧବା ଭୁଟ୍ଟା। ଉଭୟ ମହିଳା ସଂଗଠନକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ଗଁାର ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ମହିଳା ସଶକ୍ତୀକରଣ ଏବଂ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ କରାଇବାକୁ ଗୁରୁତ୍ୱ ଦେଇଥିଲେ। ଏବେ ଦର୍ଶନାଙ୍କ ଗସ୍ତରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଥିଲା। ଫଳରେ ଜିଲାର ଦୁଇ ଲୋକସଭା ଆସନ ଉପରେ ଭାଜପା ନଜର ଦେଇଥିବା ଏବଂ ମହିଳାଙ୍କୁ ନେଇ ୨୦୨୪ ନିର୍ବାଚନ ପାଇଁ ଭୋଟ୍‌ବ୍ୟାଙ୍କ ସୃଷ୍ଟି ଉଦ୍ୟମ ହୋଇଥିବା ରାଜନୈତିକ ବିଶ୍ଳେଷକ ମତ ରଖିଛନ୍ତି। ଅନ୍ୟପକ୍ଷରେ ଭାଜପା କେବଳ ଲୋକସଭା ନିର୍ବାଚନ ଲାଗି ରୋଡ ମ୍ୟାପ ପ୍ରସ୍ତୁତ ଚଳାଇଥିବା ଏହି ମହଲ ଅନୁମାନ କରୁଛି। କେତେ ସଫଳ ହେବ ସେ ନେଇ ଅଙ୍କ କଷୁଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ୨୦୦୮ରେ ବିଜେଡି ସହ ନିର୍ବାଚନୀ ମେଣ୍ଟ ଭାଙ୍ଗିବାରୁ ଭାଜପାର ସ୍ଥିତି ବିପନ୍ନ ହୋଇଯାଇଛି। ୨୦୦୯, ୨୦୧୭ ଓ ୨୦୧୯ ନିର୍ବାଚନରେ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ଭାଜପା ଖାତା ଖୋଲି ପାରିନଥିବା ତଥ୍ୟ ରହିଛି। ୧୯୯୯ ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ନ ଦେଇ ଭାଜପାକୁ ଛାଡ଼ି ଦେଇଥିଲା। ଶଙ୍ଖ ଦଳ ସମର୍ଥନରେ ଭାଜପା ପ୍ରାର୍ଥୀ ଅନାଦି ସାହୁ ନିର୍ବାଚିତ ହୋଇଥିଲେ। ମେଣ୍ଟ ରାଜନୀତି ଯୋଗୁ ୨୦୦୦ ବିଧାନସଭା ନିର୍ବାଚନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ରାମଚନ୍ଦ୍ର ପଣ୍ଡା ଜିତିଥିଲେ ଓ ଭାଗବଣ୍ଟା ପ୍ରକାରେ ବିଧାନସଭା ଉପବାଚସ୍ପତି ହୋଇଥିଲେ। ୨୦୦୪ ନିର୍ବାଚନରେ ସୋରଡ଼ା ସେଗମେଣ୍ଟରୁ ଭାଜପା ପ୍ରାର୍ଥୀ କିଶୋର ଚନ୍ଦ୍ର ସିଂହଦେଓ ଜିତିଥିଲେ।
ମେଣ୍ଟ ଭାଙ୍ଗିବା ପରେ ହୋଇଥିବା ୩ ସାଧାରଣ ନିର୍ବାଚନରେ ଭାଜପାରୁ ୧୩ ବିଧାନସଭା ଓ ଦୁଇ ଲୋକ ସଭା କ୍ଷେତ୍ରରେ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗୋଟିଏ ମଧ୍ୟ ଆସନରେ ନିର୍ବାଚିତ ହୋଇପାରୁ ନାହାନ୍ତି। ତେଣୁ ଶଙ୍ଖ ନ ବାଜିଲେ ପଦ୍ମ ଫୁଟିବା ସମ୍ଭବ ନୁହେଁ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଅନ୍ୟପକ୍ଷରେ ୨୦୦୯ ଓ ୨୦୧୪ ଅପେକ୍ଷା ୨୦୧୯ ନିର୍ବାଚନରେ ସବୁ ନିର୍ବାଚନ ମଣ୍ଡଳୀରେ ଭାଜପାର ଭୋଟ ହାର ବଢ଼ିଛି। ତେବେ କଂଗ୍ରେସର ଦୁର୍ବଳ ସଂଗଠନ ଏବଂ ଉପଯୁକ୍ତ ପ୍ରାର୍ଥୀ ନ ଦେବାରୁ ଭାଜପାକୁ ଫାଇଦା ମିଳିଥିବା କୁହାଯାଇଛି। ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଭାଜପା ଲଢ଼ିବାର କ୍ଷେତ୍ର ପ୍ରସ୍ତୁତ କରୁଛି। ତେଣୁ ଏହି ଜିଲାକୁ କେନ୍ଦ୍ରୀୟ ନେତାମାନେ ଆସୁଥିବା ବିଭିନ୍ନ ମହଲରୁ ଚର୍ଚ୍ଚା ହେଉଛି। କଂଗ୍ରେସ ଯଦି ସକ୍ରିୟ ହେବ ଏବଂ ଟାଣୁଆ ପ୍ରାର୍ଥୀଙ୍କୁ ଲଢ଼ିବାର ସୁଯୋଗ ମିଳିବ ତେବେ ଭାଜପା ୨୦୦୯ ଓ ୨୦୧୪ ସ୍ଥିତିକୁ ଖସିବାର ମଧ୍ୟ ଆଲୋଚନା ପରିସରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri