Posted inଫୁରସତ

ଏସି ବ୍ୟବହାର କରୁଥିଲେ

ବର୍ତ୍ତମାନ ଅସହ୍ୟ ଖରା ଓ ଗରମରେ ସମସ୍ତେ ଅତିଷ୍ଠ। ଏମିତିରେ ଆରାମ ଲାଗି ଅଫିସ୍‌ଠୁ ଆରମ୍ଭ କରି ଗାଡ଼ି, ଘର ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ଥାନରେ ଏୟାର କଣ୍ଟିଶନର(ଏସି)ର ବ୍ୟବହାର ବଢ଼ିଯାଇଛି। ହେଲେ ଆପଣ ଜାଣନ୍ତିକି ଏସି ବ୍ୟବହାର କରୁଥିଲେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ…
ଅତ୍ୟଧିକ ଗରମ ବେଳେ ଏସିର ଥଣ୍ଡା ପରିବେଶରେ ରହିବାକୁ କାହାକୁ ବା ଭଲ ନ ଲାଗେ! ହେଲେ ଦୀର୍ଘ ସମୟ ଏସି ରୁମ୍‌ରେ ରହିବା ଦ୍ୱାରା ଶରୀରରୁ ଜଳୀୟାଂଶ ଖୁବ୍‌ଶୀଘ୍ର କମିଥାଏ। ଫଳରେ ଡିହାଇଡ୍ରେଶନ୍‌ ସମସ୍ୟା ଉପୁଜିପାରେ। ତେଣୁ ଏହି ସମସ୍ୟା ନ ହେବା ଲାଗି ଏସିର ଟେମ୍ପରେଚର ବହୁତ କମ୍‌ ନ କରି ନର୍ମାଲ ରଖନ୍ତୁ ଏବଂ ମଝିରେ ମଝିରେ ପାଣି ପିଇବାକୁ ଆଦୌ ଭୁଲନ୍ତୁ ନାହିଁ।
ଅଧିକ ସମୟ ଏସିରେ ରହିବା ଦ୍ୱାରା ଡ୍ରାଏ ଆଇ ବା ଆଖି ଶୁଷ୍କ ହେବା ସମସ୍ୟା ଦେଖାଦିଏ। ଫଳରେ ଆଖି କୁଣ୍ଡେଇ ହୋଇ ଲାଲ୍‌ ପଡ଼ିଥାଏ। ଯେଉଁମାନଙ୍କଠାରେ ପୂର୍ବରୁ ଏଭଳି ସମସ୍ୟା ଥାଏ, ସେମାନେ ଏସିରେ ଅଧିକ ସମୟ ଆଦୌ ରହିବା ଠିକ୍‌ ନୁହେଁ, ନଚେତ୍‌ ସମସ୍ୟା ବଢ଼ିପାରେ।
ସେହିପରି ଏସିରେ ଦୀର୍ଘ ସମୟ ରହିବା ଦ୍ୱାରା ମଶ୍ଚରାଇଜର କମିଯିବା ଦ୍ୱାରା ସ୍କିନ୍‌ ଡ୍ରାଏ ହୋଇଯାଏ। ଏଥିପାଇଁ ମଧ୍ୟ କାହା କାହାଠାରେ ତ୍ୱଚା କୁଣ୍ଡେଇ ହେବା ଭଳି ବିଭିନ୍ନ ଲକ୍ଷଣ ଦେଖାଦିଏ।
ଏସି ବ୍ୟବହାର କେତେକଙ୍କଠାରେ ନାକ ଶୁଖିବା, ପୋଡ଼ିବା, ବ୍ଲକ୍‌ ହେବା, ଗଳାରେ ଯନ୍ତ୍ରଣା ହେବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏହା ଏକ ପ୍ରକାରର ଆଲର୍ଜିକ୍‌ ରିଆକ୍ସନ୍‌। ଏହା ଶ୍ୱାସ ସମସ୍ୟାର କାରଣ ସାଜିପାରେ। ବିଶେଷକରି ପୂର୍ବରୁ କୌଣସି ଥଣ୍ଡା ଆଲର୍ଜି କିମ୍ବା ଶ୍ୱାସ ବା ଆଜ୍‌ମା ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ।
କେବଳ ଏତିକି ନୁହେଁ, କାହା କାହାଠାରେ ଏସି ଯୋଗୁ ମୁଣ୍ଡବିନ୍ଧା, ମାଇଗ୍ରେନ୍‌ ଆଦି ସମସ୍ୟା ବି ଦେଖାଦେଇଥାଏ। ତେଣୁ ଏଭଳି ଅସୁବିଧା ଦୂର କରିବା ଲାଗି ଏସି ବ୍ୟବହାର କମ୍‌ କରନ୍ତୁ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଧିକ ସମୟ ଏସିରେ ରହିବା ଦ୍ୱାରା ବାହାରକୁ ଗରମରେ ବାହାରିଲେ ହଠାତ୍‌ ତାପମାତ୍ରା ପରିବର୍ତ୍ତନ ଅନେକଙ୍କ ଶରୀର ସମ୍ଭାଳି ପାରି ନ ଥାଏ। ତାପମାତ୍ରାର ଅସନ୍ତୁଳନ ଯୋଗୁ ଷ୍ଟ୍ରୋକ୍‌ ହେବାର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri