ଅନୁକୂଳର ପର୍ବ

ବୈଶାଖ ମାସ କରୁଣାପ୍ରାପ୍ତିର ମାସ। ହୟଶୀର୍ଷ ସଂହିତା ମତରେ ଏହି ପବିତ୍ର ମାସରେ ମହାପ୍ରଭୁ ‘ମଧୁସୂଦନ’ ନାମରେ ଉପାସିତ ହୁଅନ୍ତି। ଏହା ପଛରେ ମଧ୍ୟ ମଧୁକୈଟଭ ରାକ୍ଷସର ଐତିହ୍ୟ ରହିଛି। ଓଡ଼ିଆରେ ପ୍ରଚଳିତ: ମଧୁକଇଟଭ ଅରି ଶ୍ରୀମଧୁସୂଦନ, ଦୁଃଖୀର ବାନ୍ଧବ ତୁମ୍ଭେ ଦରିଦ୍ରର ଧନ।
ଶୁକ୍ଳପକ୍ଷ ତୃତୀୟା – ଅକ୍ଷୟତୃତୀୟା
ଯବଶସ୍ୟ ପ୍ରଥମେ ଉତ୍ପାଦିତ ହୋଇଥିଲା।
ଆରମ୍ଭ ହୋଇଥିଲା।
ପୃଥିବୀରେ ଅବତୀର୍ଣ୍ଣ ହୋଇଥିଲେ।
ଶ୍ରୀପର୍ଶୁରାମ, ଶ୍ରୀ ହୟଗ୍ରୀବ ଅବତାର ଭାବରେ ଜନ୍ମଲାଭ କରିଥିଲେ।
ରଥ ନିର୍ମାଣ ଆରମ୍ଭ ହୁଏ।
କୃଷିକର୍ମ ଆରମ୍ଭ।
ଚନ୍ଦନଯାତ୍ରା ଆରମ୍ଭ।

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ‘ଅକ୍ଷୟତୃତୀୟା’ କୁହାଯାଏ। ଏହି ଦିନରୁ ସତ୍ୟଯୁଗ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ ରହିଛି। ତେଣୁ ଏ ଦିନ ବିଭିନ୍ନ ଦାନ, ଧ୍ୟାନ, ଧର୍ମ କରି ପ୍ରଭୁଙ୍କର ଅର୍ଚ୍ଚନା କରାଯାଏ। ପ୍ରଭୁ ଜଗନ୍ନାଥଙ୍କର ରଥଗଢ଼ା ଏହି ଦିନରୁ ଆରମ୍ଭ ହୁଏ। ଚନ୍ଦନଯାତ୍ରା ମଧ୍ୟ ଏହି ଦିନରୁ ଆରମ୍ଭ ହୁଏ। ଏହିସବୁ କାରଣରୁ ଏହି ଦିନଟିକୁ ଶୁଭଦିନ ରୂପେ ପରିଗଣିତ କରାଯାଇ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ। କୃଷକ ଏହି ଦିନ ତା’ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂରଲେପିତ ବିହନ- ଧାନପୂର୍ଣ୍ଣ ନୂତନ ଗଉଣୀକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠାନେଇ ହଳଲଙ୍ଗଳ ସହ ଅନୁକୂଳ ପାଇଁ କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରିର ଇଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରିରେ ବୁଣେ। ଏହାକୁ ଅଖିମୁଠି କହନ୍ତି । ସଧବା ସ୍ତ୍ରୀ ଲୋକମାନେ ଏହି ଦିନ ‘ଷଠୀଦେବୀ’ଙ୍କର ପୂଜା କରନ୍ତି। ଏଇ ତିଥିରେ ଯେଉଁ ଧର୍ମ ଅର୍ଜନ କରାଯାଏ, ତାହାର କ୍ଷୟ ନାହିଁ। କୃଷକ ନିଜ କିଆରିରେ ‘ଅଖିମୁଠି’ ବିହନ ବୁଣି ଲକ୍ଷ୍ମୀଦେବୀଙ୍କୁ ପ୍ରାର୍ଥନା କରି କହେ- ‘ହେ ଠାକୁରାଣୀ! ମୋ’ ଶସ୍ୟ କ୍ଷୟ ନ ହେଉ’। ତେଣୁ ଏହାର ନାମ ଅକ୍ଷୟତୃତୀୟା।
ଅକ୍ଷୟତୃତୀୟା ଏକ ସର୍ବଭାରତୀୟ କୃଷିଭିିତ୍ତିକ ମୁଖ୍ୟ ପର୍ବ। ଆମ ଉତ୍କଳୀୟ ଜନଜୀବନରେ ସମସ୍ତ ପ୍ରକାର ଶୁଭକାର୍ଯ୍ୟ ଆରମ୍ଭର ଦିନ ହେଉଛି ଅକ୍ଷୟତୃତୀୟା। ଏହି ଦିନ ସତ୍ୟଯୁଗର ଆରମ୍ଭ ହେବା ସହ ଦେବତାମାନେ ଉକ୍ତ ଦିନ ମର୍ତ୍ତ୍ୟବାସୀ ମାନବମାନଙ୍କୁ କୃଷିଶିକ୍ଷା ପ୍ରଦାନ କରିଥିଲେ। ପରମ ବିଷ୍ଣୁଙ୍କର ଷଷ୍ଠ ଅବତାର ଶ୍ରୀପର୍ଶୁରାମଙ୍କର ତଥା ପରମ ବିଷ୍ଣୁଭକ୍ତ ବିଶ୍ୱବିଦିତ ଭକ୍ତଗ୍ରନ୍ଥ ଗୀତଗୋବିନ୍ଦର ରଚୟିତା ପବିତ୍ର ପ୍ରାଚୀ ଅବବାହିକାରେ ଜନ୍ମିତ ଶ୍ରୀଜୟଦେବଙ୍କର ଜୟନ୍ତୀ ଉତ୍ସବ ମଧ୍ୟ ଉକ୍ତ ଦିବସରେ ପାଳିତ ହୋଇଥାଏ। କଥାରେ ଅଛି ଯେକୌଣସି ଶୁଭକାର୍ଯ୍ୟ ଏହି ଦିବସରେ ଆରମ୍ଭ କରାଗଲେ ବିନା ବିଘ୍ନରେ କାର୍ଯ୍ୟଟି ସମ୍ପାଦିତ ହୋଇଥାଏ। ଉତ୍କଳୀୟଙ୍କର ପ୍ରାଣ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ରଥ ନିର୍ମାଣ କାର୍ଯ୍ୟ, ଚନ୍ଦନ ଉତ୍ସବ, ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ ଜୀଉଙ୍କର ରଥକାର୍ଯ୍ୟ ତଥା ରେବତୀ ମା’ଙ୍କ ସହ ତାଙ୍କର ବିବାହ ଉତ୍ସବ, କୃଷକମାନଙ୍କ ଅଖିମୁଠି ଅନୁକୂଳ ଆଦି ସମସ୍ତ ମାଙ୍ଗଳିକ କାର୍ଯ୍ୟ ପବିତ୍ର ଅକ୍ଷୟତୃତୀୟା ତିଥିରେ ପାଳିତ ହୋଇଥାଏ। ପ୍ରତ୍ୟେକ କୃଷକ ପରିବାରର ଏହା ଆଦ୍ୟ କୃଷିପର୍ବ। କୃଷକର ବିହନ ମୁଠାକ ମା’ଧରିତ୍ରୀ କୋଳରେ ଅକ୍ଷୟ ଭାବରେ ଧାରଣ କରି ଉତ୍ତମ ଉପତ୍ାଦନ ପ୍ରଦାନ ପାଇଁ ପ୍ରତ୍ୟେକ କୃଷିଜୀବୀ ପରିବାର ଉକ୍ତ ଦିବସରେ ନିଷ୍ଠାର ସହ ସ୍ବତନ୍ତ୍ର ଭାବେ ଭୂମି ପୂଜନ କରିଥା’ନ୍ତି। ଧାନ ଆମ ପ୍ରଦେଶର ମୁଖ୍ୟ ଫସଲ ହୋଇଥିବାରୁ ଅଖିମୁଠି ହିସାବରେ ଧାନକୁ ମହାଲକ୍ଷ୍ମୀଙ୍କ ସ୍ବରୂପ ଭାବେ ଗ୍ରହଣ କରାଯାଇ ସେହି ଧାନରେ ହିଁ ମୁଠି ଅନୁକୂଳ କରାଯାଏ। ଧାନ ବିହନ ବୁଣିବାର ପ୍ରକୃତ ସମୟ ହେଉଛି ବୈଶାଖ ଶୁକ୍ଳ ତୃତୀୟାଠାରୁ ସାବିତ୍ରୀ ଅମାବାସ୍ୟା ପର୍ଯ୍ୟନ୍ତ।
ବୈଶାଖ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତ ହୁଏ। ଏହାକୁ ବ୍ରତ ରୂପେ ପାଳନ କରାଯାଏ। ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭ କରି ଆଠବର୍ଷରେ ଉଦ୍‌ଯାପନ କରନ୍ତି।

 

 

ଅକ୍ଷୟତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି
ଅକ୍ଷୟତୃତୀୟାରେ ସବୁ ଶୁଭକାମ କରାଯାଏ। ଏହିଦିନ ସୁନା କିମ୍ବା ରୁପା କିଣିଲେ ଘରକୁ ଲକ୍ଷ୍ମୀ ଆସିଥା’ନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ପ୍ରତିବର୍ଷ ମୁଁ କିଛିନା କିଛି ସୁନା ରୁପା କିଣେ। ଏ ବର୍ଷ ମଧ୍ୟ ସେପରି କିଛି ଯୋଜନା ରହିଛି। ଏହା ବ୍ୟତୀତ ଘରେ ପିଠାପଣା କରି ପୂରା ପରିବାର ଏକାଠି ହୋଇ ଏହି ଦିନର ମଜା ଉଠାଇବୁ।
-ଲକ୍ଷ୍ମୀପ୍ରିୟା ପଣ୍ଡା, ଗୃହିଣୀ
ଏହିଦିନ ଶୁଭକାମ କଲେ ଭଲ
ଏହା ଏକ କୃଷିଭିତ୍ତିକ ପର୍ବ। ଗାଁରେ ଏହିଦିନ ଅଖିମୁଠି ଅନୁକୂଳ ହେବା ସହ ବିଲରେ ବିଧିପୂର୍ବକ ଭୂମିପୂଜା ଓ ଲକ୍ଷ୍ମୀପୂଜା ହୋଇଥାଏ। ପ୍ରତିବର୍ଷ ଏହାକୁ ଦେଖିବା ପାଇଁ ମୁଁ ଗାଁକୁ ଯାଏ। ତା’ସହିତ ଏହିଦିନ ବିଭିନ୍ନ ଶୁଭକାମ ମଧ୍ୟ କରାଯାଏ।
-ବର୍ଷାରାଣୀ ସାହୁ, ଛାତ୍ରୀ
ଓଡ଼ିଆ ଜାତି ପାଇଁ ମହତ୍ତ୍ୱପୂର୍ଣ୍ଣ ଦିନ
ସମୟ ସହିତ ସବୁକିଛି ବଦଳୁଛି। ମାତ୍ର ଆଜି ବି ଆମ ପରମ୍ପରା ସଂସ୍କୃତି ବଞ୍ଚତ୍ରହିଛି। ଅକ୍ଷୟତୃତୀୟା କେବଳ ଚଷାପୁଅ ପାଇଁ ବିଶେଷଦିନ ନୁହେଁ, ବରଂ ଏହା ସମସ୍ତ ଓଡ଼ିଆଙ୍କ ଲାଗି ମହତ୍ତ୍ୱପୂର୍ଣ୍ଣ ଦିନ। କାରଣ ଏହି ଦିନ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ। ମହାରଣା ସେବାୟତମାନେ ଏହି ତିଥିରେ ରଥକାଠ ପୂଜା କରି ରଥ ଗଢ଼ାକାମ ଆରମ୍ଭ କରନ୍ତି।
-ଭୋଳାନାଥ ବେହେରା, ଚାଷୀ
-ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର
ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri