ସିଆରପି, ଏମ୍‌ବିକେ ଚୟନରେ ଅନିୟମିତତା ନେଇ ଅଭିଯୋଗ

ଡେରାବିଶ, ୨୮ା ୩ (ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ରତାଦିଆଖଣ୍ଡସାହି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଡେରାବିଶ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭତି ମଳିକ ଶୁଭାରମ୍ଭ କରିଥିଲେ। ସରପଞ୍ଚ ଶିଶିର ସାମଲ, ସମିତିସଭ୍ୟ ନିତ୍ୟାନନ୍ଦ ଭଦ୍ର, ରତାଦିଆ ଖଣ୍ଡସାହି ସମବାୟ ସମିତି ସଭାପତି ବିମଳକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ବିଡିଓ ଦାସରଥି ଜେନା ଉପସ୍ଥିତ ରହି ୧୩୮ଟି ଅଭିଯୋଗର ଶୁଣାଣି କରିଥିଲେ। ତେବେ କେତେକ ଅଭିଯୋଗର ତ୍ୱରିତ ସମାଧାନ ହୋଇଥିବା ବେଳେ ଅନ୍ୟ ଅଭିଯୋଗଗୁଡ଼ିକୁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ବିଡିଓ ଜେନା ପଠାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତହସିଲଦାର ଅକ୍ଷୟ ପରିଡା, ସିଡିପିଓ ସ୍ନେହଲତା ସାହୁ, ଏବିଡିଓ ଭଞ୍ଜକିଶୋର ନାୟକ, ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ସାବିତ୍ରୀ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବ୍ଲ୍ଳକ ପ୍ରଶାସନ ପକ୍ଷରୁ ୧୦ରୁ ଅଧିକ ଷ୍ଟଲ ଖୋଲାଯିବା ସହ ବିଭିନ୍ନ ବିଭାଗର ସମ୍ପ୍ରସାରଣ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ଅଭିଯୋଗ ଗ୍ରହଣ କରିଥିଲେ। ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରରେ ଚାନ୍ଦୋଳ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. କ୍ରିଷ୍ଣା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉପସ୍ଥିତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ରାଶନ ସାମଗ୍ରୀ, ଭତ୍ତା, ଆବାସରୁ ବଞ୍ଚତ୍ତ ଥିବା ହିତାଧିକାରୀମାନେ ସେମାନଙ୍କ ଅଭିଯୋଗ ପ୍ରଦାନ କରିଥିଲେ। ନିକଟରେ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଜୀବିକା ମିଶନ ପକ୍ଷରୁ ଏମ୍‌ବିକେ ଓ ସିଆରପି ପଦ ପାଇଁ ଚୟନ ହୋଇଥିଲା। ହେଲେ ରତାଦିଆ ଖଣ୍ଡସାହି ପଞ୍ଚାୟତରେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କେତେଗୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଅଭିଯୋଗ ଆଣିଥିଲେ। ସେହିପରି ପଞ୍ଚାୟତ ଅଧୀନ ୮ ନଂ. ୱାର୍ଡ଼ ସୋରିଷିଆ ଗଁାରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ କର୍ମୀଙ୍କ ନିଯୁକ୍ତି ନେଇ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବା ବେଳେ କେନ୍ଦ୍ରରେ କର୍ମୀ ପଦବୀ ଖାଲିପଡ଼ିଛି। ଅନ୍ୟ ଏକ କେନ୍ଦ୍ରର କର୍ମୀ ସମ୍ପୃକ୍ତ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରର ଦାୟିତ୍ୱରେ ଥିବା ବେଳେ ଏହି କେନ୍ଦ୍ର ପାଇଁ ୮ ନଂ. ୱାର୍ଡର ସଭ୍ୟ ମଞ୍ଜୁଶା ନାୟକଙ୍କୁ ସିଡିପିଓ ଅଣଦେଖା କରି ଦାୟିତ୍ୱରେ ଥିବା ବିଭାଗୀୟ ସୁପରଭାଇଜରଙ୍କ ନାମରେ ବ୍ୟାଙ୍କ ଜମାଖାତା ଖୋଲି ସରକାରୀ ଅର୍ଥକୁ ହଡ଼ପ କରାଯାଉଥିବା ନେଇ ସିଡିପିଓଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ତେବେ ସିଡିପିଓ ଗ୍ରାମବାସୀଙ୍କୁ ଏହାର ଉତ୍ତର ଦେଇ ପାରିବେ ନାହିଁ ବୋଲି କହିବାରୁ ତାଙ୍କୁ ଗ୍ରାମବାସୀ ଘେରିଯିବା ସହ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ସରପଞ୍ଚ ସାମଲ ହସ୍ତକ୍ଷେପ କରିବାରୁ ଘଟଣା ପ୍ରଶମିତ ହୋଇଥିଲା। ଏଥିରେ ମତ୍ସ୍ୟ ବିଭାଗ ଅଧିକାରୀ ରଶ୍ମି ରଞ୍ଜନ ଦାସ, ସହକାରୀ ଅଧିକାରୀ ସରସ୍ବତୀ ସେଠୀ, ସୌମ୍ୟରଞ୍ଜନ ବଳ, ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ ଚୌଧୁରୀ ଦୀପକ କୁମାର ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଝୁନିଲତା ମଲିକ, ମଦନ ମୋହନ ସାହୁ ଓ ପଞ୍ଚାୟତର ଯୁବକମାନେ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀ ବାହାଘରରେ ଲକ୍ଷାଧିକ ଟଙ୍କା ଋଣ କରିଥିଲେ ଭାଇ, ଶୁଝିବା ପାଇଁ ଦାଦନ ସାଜି ବିଦେଶରେ ଗଲା ଜୀବନ

ଗଞ୍ଜାମ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲୀ ପଞ୍ଚାୟତ ବାଗଲପୁର ଗ୍ରାମର କାର୍ତ୍ତିକ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ ଦୀର୍ଘ...

Featured Video Play Icon

ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା...

ଜମୁଛି ପ୍ରଚାର, ନିଜ ସପକ୍ଷରେ ଭୋଟ୍‌ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ପ୍ରାର୍ଥୀ

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବା ପାଇଁ ନଗରପାଳ ନୃପରାଜ ଯାଦବଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କ ଦ୍ୱାରା ନିର୍ବାଚନୀ...

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା

ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri