ଏଇ ଭାରତରେ

ପରିବେଶ ସୁରକ୍ଷା ସହ ଟ୍ରାଫିକ୍‌ ସମସ୍ୟା ସମାଧାନର ଲକ୍ଷ୍ୟ ନେଇ କଳ୍ପିତ ପାଟିଲ ଆବିଷ୍କାର କରିଥିବା ଛୋଟ ବିଦ୍ୟୁତ୍‌ଚାଳିତ ଯାନ(ଇଭି) ପରିବହନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। କଳ୍ପିତଙ୍କ ବୟସ ୩୫, ରହୁଛନ୍ତି ମୁମ୍ବାଇରେ। ସେ ଇଞ୍ଜିନିୟରିଂ ପରେ ଏମ୍‌ବିଏ କରି ଭଲ ଚାକିରି କରିଥିଲେ। ପରେ ୨୦୧୫ରେ ଚାକିରି ଛାଡ଼ି ଏହି କାର୍‌ ନିର୍ମାଣ କରିବା ଲାଗି ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ପରୀକ୍ଷା ନିରୀକ୍ଷା ପରେ ସେ ଇଏଏସ୍‌୍‌-ଇ ମାଇକ୍ରୋ କାର୍‌ ନିର୍ମାଣ କରିଛନ୍ତି। ଏହା ଭାରତର ପ୍ରଥମ ମାଇକ୍ରୋ ଇଲେକ୍ଟ୍ରି କାର୍‌। ଏହାର ଚଉଡ଼ା ୧୦୦୦ମି.ମି.(୩.୨୮ଫୁଟ)। ଏହାକୁ ରାସ୍ତାକଡ଼ରେ କମ୍‌ ଜାଗାରେ ରଖାଯାଇପାରୁଛି। ଏଥିରେ ବହୁ କମ୍‌ ଶକ୍ତି ଉପଯୋଗ ହେବା ସହ ଓ କାର୍ବନ ନିର୍ଗମନ ଶୂନ ।
୪ ଘଣ୍ଟାରେ ଏହା ସମ୍ପୂର୍ଣ୍ଣ ଚାର୍ଜ ହୋଇଯାଉଛି ଓ ଥରେ ଚାର୍ଜ ହେଲେ ୧୫୦ କି.ମି. ଯାଇପାରୁଛି। ଏଥିରେ ୨ଜଣ ବସିପାରୁଛନ୍ତି। ଏବକାର ଇଲେକ୍ଟ୍ରିକ୍‌ କାର୍‌ରେ ୧୦୦-୧୨୦ ଓ୍ବାଟ୍‌ ଶକ୍ତି ଲାଗୁଥିବାବେଳେ କଳ୍ପିତଙ୍କ ଦ୍ୱାରା ନିର୍ମିତ ମାଇକ୍ରୋ କାର୍‌ରେ ୫୦-୭୦ଓ୍ବାଟ୍‌ ଦରକାର ପଡ଼ୁଛି। ଏବେ ମୁମ୍ବାଇ, ଦିଲ୍ଲୀ, ପୁଣେ ଏବଂ ବେଙ୍ଗାଲୁରୁରୁ ଉକ୍ତ ମାଇକ୍ରୋ ଇଲେକ୍ଟ୍ରିକ କାର୍‌ ଲାଗି ୭୦୦୦ ଅର୍ଡର ମିଳିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri