Posted inଖେଳ

ଡବ୍ଲ୍ୟୁପିଏଲ୍‌: ବିଭିନ୍ନ ଦଳର ଶକ୍ତି ଓ ଦୁର୍ବଳତା

ଡବ୍ଲ୍ୟୁପିଏଲ୍‌ର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରୁଥିବା ୫ ଫ୍ରାଞ୍ଚାଇଜ୍‌ ଦଳର ଖେଳାଳି ତାଲିକା ଚୂଡ଼ାନ୍ତ ହୋଇଯାଇଛି। ବିଭିନ୍ନ ଦଳର ଶକ୍ତି ଓ ଦୁର୍ବଳତାକୁ ନେଇ ଏହି ଉପସ୍ଥାପନା..
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଖେଳାଳି: ୧୮, ଖର୍ଚ୍ଚ: ୧୧.୯ କୋଟି
ମୁଖ୍ୟ ଖେଳାଳି: ପୁରୁଷ ଆଇପିଏଲ୍‌ରେ ବିରାଟ କୋହଲି, ଏବି ଡି’ଭିଲର୍ସ ଓ କ୍ରିସ୍‌ ଗେଲ୍‌ଙ୍କୁ ନେବାଭଳି ମହିଳା ପ୍ରିମିୟର ଲିଗ୍‌ରେ ଏହି ଫ୍ରାଞ୍ଚାଇଜ୍‌ ସ୍ମୃତି ମନ୍ଧାନା, ୪ ଥର ଟି୨୦ ବିଶ୍ୱକପ ବିଜୟିନୀ ଏଲିସେ ପେରୀ ଓ ଦକ୍ଷିଣ ଆଫ୍ରିକାର ଡାନେ ଭାନ୍‌ ନିକର୍କଙ୍କ ପରି ନିର୍ଭୀକ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଛି।
ଶକ୍ତି: ଏହି ଦଳର ତାରକା ଖଚିତ ବିଦେଶୀ ଖେଳାଳିମାନେ ବହୁଗୁଣ ସମ୍ପନ୍ନ। ପେରୀ, ସୋଫି ଡେଭିନେ, ଭାନ୍‌ ନିକର୍କ, ହିଥର ନାଇଟ ଆଦି ସମସ୍ତେ ବ୍ୟାଟିଂ ଓ ବୋଲିଂ କରିବାର ଦକ୍ଷତା ରଖିଛନ୍ତି। ଏହା ବ୍ୟତୀତ ବିସ୍ଫୋରକ ବ୍ୟାଟିଂ କରୁଥିବା ମନ୍ଧାନା, ରିଚା ଘୋଷ, ରେଣୁକା ସିଂ ଆଦି ହାଇ ପ୍ରୋଫାଇଲ ଭାରତୀୟ ଅନ୍ତର୍ଜାତୀୟ ଅଭିଜ୍ଞ ସମ୍ପନ୍ନ ଖେଳାଳି। ଏମାନେ ମ୍ୟାଚର ମୋଡ଼ ବଦଳାଇବାକୁ ସକ୍ଷମ।
ଦୁର୍ବଳତା: ଏହି ଦଳରେ କ୍ୱାଲିଟି ଭାରତୀୟ ରିଷ୍ଟ ସ୍ପିନର ନାହାନ୍ତି। ମୁମ୍ବାଇର ଲାଲ ମାଟିରେ ସେମାନଙ୍କ ଅନୁପସ୍ଥିତି ଅନୁଭୂତ ହୋଇପାରେ।
ମୁମ୍ବାଇ ଇଣ୍ଡିଆନ୍ସ
ଖେଳାଳି: ୧୭, ଖର୍ଚ୍ଚ: ୧୨ କୋଟି
ମୁଖ୍ୟ ଖେଳାଳି: ହରମନପ୍ରୀତ କୌର, ନାତାଲି ସ୍କିଭର-ବ୍ରଣ୍ଟ ଓ ପୂଜା ବସ୍ତ୍ରକାର କୌଣସି ପରିସ୍ଥିତିରେ ମ୍ୟାଚର ମୋଡ଼ ବଦଳାଇବାକୁ ସକ୍ଷମ। ୨୦୧୩ରେ ମୁମ୍ବାଇରେ ହିଁ ହରମନପ୍ରୀତ କ୍ୟାରିୟରରେ ପ୍ରଥମ ବିଶ୍ୱକପ ଶତକ ହାସଲ କରିଥିଲେ। ଉଭୟ ପେସ୍‌ ଓ ସ୍ପିନ ଖେଳିବାକୁ ସ୍କିଭର-ବ୍ରଣ୍ଟ ମାହିର। ସେ କ୍ୱାଲିଟି ମିଡିୟମ ପେସ୍‌ ବୋଲିଂ ମଧ୍ୟ କରିଥାନ୍ତି। ବସ୍ତ୍ରକାର ହେଉଛନ୍ତି ଲୋୟର ଅର୍ଡରରେ ଜଣେ ବିଗ୍‌-ହିଟର। ମିଡିଲ ଓଭରରେ ସେ ଭଲ ବୋଲିଂ କରିଥାନ୍ତି।
ଶକ୍ତି: ବ୍ୟାକ୍‌ଅପ୍‌ ଖେଳାଳି ଦଳର ମୁଖ୍ୟ ଶକ୍ତି। ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଏକାଧିକ ଖେଳାଳି ଏଥିରେ ଅଛନ୍ତି।
ଦୁର୍ବଳତା: ଉଇକେଟ କିପର ୟାସ୍ତିକା ଭାଟିଆଙ୍କର କେହି ବ୍ୟାକ୍‌ଅପ୍‌ ନାହାନ୍ତି। ଏହା ବ୍ୟତୀତ ଦଳରେ ଭାରତୀୟ ଦ୍ରୁତ ବୋଲରଙ୍କ ଅଧିକ ବିକଳ୍ପ ମଧ୍ୟ ନାହାନ୍ତି।
ଗୁଜରାଟ ଜାଏଣ୍ଟ୍ସ
ଖେଳାଳି: ୧୮, ଖର୍ଚ୍ଚ: ୧୧.୫ କୋଟି
ମୁଖ୍ୟ ଖେଳାଳି: ଘରୋଇ କ୍ରିକେଟରେ ସ୍ନେହ ରାଣାଙ୍କ ପର୍ଯ୍ୟାପ୍ତ ଅଭିଜ୍ଞତା ଥିବାରୁ ସେ ଗୁଜରାଟ ଜାଏଣ୍ଟ୍ସ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି। ରେଲଓ୍ବେ ଦଳର ମୁଖ୍ୟ କୋଚ୍‌ ନୁଶିନ ଅଲୀ ଖାଦିରଙ୍କ ଉପସ୍ଥିତି ମଧ୍ୟ ଦଳକୁ ଫାଇଦାରେ ରଖିବ। ଏହା ବ୍ୟତୀତ ଅଷ୍ଟ୍ରେଲିଆର ଆଶ୍‌ଲେ ଗାର୍ଡନରଙ୍କ ଉପସ୍ଥିତି ମଧ୍ୟ ଦଳକୁ ଫାଇଦାରେ ରଖିବ। ବିକ୍ରି ହେବାର ଗୋଟିଏ ଦିନପରେ ସେ ଟି୨୦ରେ କ୍ୟାରିୟର ଶ୍ରେଷ୍ଠ ବୋଲିଂ କରିଛନ୍ତି।
ଶକ୍ତି: ଦଳରେ ବିଭିନ୍ନ ବିଭାଗ ପାଇଁ ଭଲ ସ୍ପେଶାଲିଷ୍ଟ ବିଦେଶୀ ଖେଳାଳି ଅଛନ୍ତି। ଡିଅଣ୍ଡ୍ରା ଡୋଟିନ ଓ ଆନାବେଲ ସୁଥରଲାଣ୍ଡଙ୍କ ପରି ସିମ୍‌-ବୋଲିଂ ଅଲ୍‌ରାଉଣ୍ଡର ମ୍ୟାଚର ମୋଡ଼ ପରିବର୍ତ୍ତନ କରିବାର ଦକ୍ଷତା ରଖିଛନ୍ତି।
ଦୁର୍ବଳତା: ଅଭିଜ୍ଞ ଭାରତୀୟ ଖେଳାଳିଙ୍କ ଅଭାବ ଅନୁଭୂତ ହେବ। ହର୍ଲିନ ଦେଓଲ, ଏସ. ମେଘନା ଓ ଡି. ହେମଲତାଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନୀୟ ଖେଳାଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ଥିତି ସମ୍ଭାଳିବାକୁ ନାହାନ୍ତି।
ୟୁପି ଓ୍ବାରିୟର୍ଜ
ଖେଳାଳି ୧୬, ଖର୍ଚ୍ଚ: ୧୨ କୋଟି
ମୁଖ୍ୟ ଖେଳାଳି: ଓ୍ବାରିୟର୍ଜର ଟପ୍‌ ଅର୍ଡରରେ ଆଲିସା ହିଲି ମୁଖ୍ୟ ଭୂମିକା ଗ୍ରହଣ କରିବେ। ତାଙ୍କ ନିକଟରେ ପର୍ଯ୍ୟାପ୍ତ ଅନ୍ତର୍ଜାତୀୟ ଅଭିଜ୍ଞତା ରହିଛି। ସେ ବିଶ୍ୱର ଅନ୍ୟତମ ବିସ୍ଫୋରକ ବ୍ୟାଟରଭାବେ ପରିଚିତ। ଏହି ଅଷ୍ଟ୍ରେଲୀୟ ଖେଳାଳିଙ୍କ ଷ୍ଟ୍ରାଇକ୍‌ ହାର ୧୨୮.୨୬ ରହିଛି। ବିଶେଷ ପରିସ୍ଥିତିରେ ସେ ଏକାକୀ ଦଳକୁ ଜିତାଇବାର ଦକ୍ଷତା ରଖିଛନ୍ତି। ଦୀପ୍ତି ଶର୍ମା ଦ୍ୱିତୀୟ ଭାରତୀୟ ମହଙ୍ଗା ଖେଳାଳିଭାବେ ଏହି ଦଳକୁ ୨.୬ କୋଟି ଟଙ୍କାରେ ଯାଇଛନ୍ତି। ମୁମ୍ବାଇର ସ୍ପିନ୍‌ ଫ୍ରେଣ୍ଡଲୀ କଣ୍ଡିଶନରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ ଦେଖାଇବା ଆଶା ରହିଛି।
ଶକ୍ତି: ଓ୍ବାରିୟର୍ଜ ହେଉଛି ଏକ ସନ୍ତୁଳିତ ଦଳ। ଦୀପ୍ତି, ଦେବୀକା ବୈଦ୍ୟ, ପାର୍ଶଭି ଚୋପ୍ରା, ଟାହଲିଆ ମ୍ୟାକଗ୍ରା ଓ ଗ୍ରେସ୍‌ ହାରିସଙ୍କ ପରି ଦକ୍ଷ ଅଲ୍‌ରାଉଣ୍ଡର ଏହି ଦଳରେ ରହିଛନ୍ତି। ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଏମାନେ ଖେଳର ମୋମେଣ୍ଟମ ବଦଳାଇ ଦେଇପାରିବେ। ସ୍ପିନର ତ୍ରୟ ରାଜେଶ୍ୱରୀ ଗାଏକ୍ୱାଡ, ସୋଫି ଏକେଲଷ୍ଟୋନ ଓ ଦୀପ୍ତିଙ୍କ ଉପସ୍ଥିତି ଏବଂ ଶବନିମ ଇସମାଇଲ ଓ ଅଞ୍ଜଳି ସର୍ଭାନିଙ୍କ ପେସ୍‌ ଦଳକୁ ବୋଲିଂ ବିଭାଗରେ ବେଶ୍‌ ଶକ୍ତିଶାଳୀ କରିଛି। ଟପ୍‌ ଅର୍ଡରରେ ହିଲି, ୧୯ ବର୍ଷରୁ କମ୍‌ ଭାରତୀୟ ଓପନର ଶ୍ୱେତା ଶେରାଓ୍ବତ ଓ ମ୍ୟାକଗ୍ରା ରହିଛନ୍ତି।
ଦୁର୍ବଳତା: କିରନ ନଭଗିରେ ଓ ବିଶେଷ ଜଣାଶୁଣା ନ ଥିବା ଲକ୍ଷ୍ମୀ ଯାଦବଙ୍କ ଉପରେ ମିଡିଲ ଅର୍ଡର ବ୍ୟାଟିଂ ନିର୍ଭର କରିବ। ଯଦି ଇନିଂସ ଆରମ୍ଭରେ ଶୀଘ୍ର ଉଇକେଟ ପଡ଼ିଯାଏ ତେବେ ଆଙ୍କର ଭୂମିକା ନେବାପାଇଁ ମଧ୍ୟ ଦଳରେ ସେମିତି ଅଧିକ ଖେଳାଳି ନାହାନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ
ଖେଳାଳି: ୧୮, ଖର୍ଚ୍ଚ: ୧୧.୬୫ କୋଟି
ମୁଖ୍ୟ ଖେଳାଳି: ନିଜ ନେତୃତ୍ୱରେ ମେଗ୍‌ ଲାନିଂ ଏକାଧିକ ଥର ଅଷ୍ଟ୍ରେଲିଆକୁ ବିଶ୍ୱକପ ବିଜେତା କରିଛନ୍ତି। ଜେମିମା ରୋଡ୍ରିଗ୍ବେଜ, ଶେଫାଳି ବର୍ମା ଓ ମାରିଜାନେ କାପ୍ସଙ୍କ ଫର୍ମ ା ମଧ୍ୟ ଦଳପାଇଁ ଉପଯୋଗୀ ସାବ୍ୟସ୍ତ ହେବ।
ଶକ୍ତି: ଶେଫାଳି, ରୋଡ୍ରିଗ୍ବେଜ ଓ ଲାନିଂଙ୍କୁ ନେଇ କ୍ୟାପିଟାଲ୍ସର ଟପ୍‌ ଅର୍ଡର ବେଶ୍‌ ଶକ୍ତିଶାଳୀ। ପୁନମ ଯାଦବ, ଜେସ ଜୋନାସେନ, ରାଧା ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ ଓ ମାରିଜାନେ କାପ୍‌ଙ୍କୁ ନେଇ ଏହାର ବୋଲିଂ ଗ୍ରୁପ୍‌ରେ ମଧ୍ୟ ଅନେକ ଅନ୍ତର୍ଜାତୀୟ ଅଭିଜ୍ଞ ଖେଳାଳି ରହିଛନ୍ତି।
ଦୁର୍ବଳତା: ଏହି ଦଳରେ ତାନିଆଙ୍କର ବ୍ୟାକ୍‌ଅପ୍‌ ଉଇକେଟ କିପର କେହି ନାହାନ୍ତି। ଏହା ଆବଶ୍ୟକ ସମୟରେ ଚିନ୍ତାର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri