Posted inଖେଳ

ଟିମ୍‌ ଇଣ୍ଡିଆର ଦମ୍‌ଦାର ବିଜୟ: ରାହୁଲଙ୍କ ଅର୍ଦ୍ଧଶତକ ରଖିଲା ସମ୍ମାନ

କୋଲକାତା,୧୨।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆକୁ ଜିତିବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଦଳ ୨-୦ରେ ଆଗୁଆ ରହିଛି। ଗୁରୁବାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବୋଲରଙ୍କ ସଫଳତା ସହ ଲୋକେଶ ରାହୁଲଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୪ ଉଇକେଟରେ ଏହି ମ୍ୟାଚ ଜିତିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଗୋଟିଏ ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଥିଲା ଭାରତ। ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ ଏହି ମ୍ୟାଚ ଖେଳିଥିଲେ। ଶ୍ରୀଲଙ୍କାର ଟପ୍‌ ୩ ବ୍ୟାଟରଙ୍କଠାରୁ ଭଲ ଅବଦାନ ମିଳିଥିଲ। ତେବେ ମିଡିଲ ଓଭରରେ କୁଲଦୀପ ଯାଦବ ଓ ଉମ୍ରାନ ମଲିକଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କା ମାତ୍ର ୨୧୫ ରନରେ ସୀମିତ ରହିଥିଲା। ଦିନିକିଆ ପଦାର୍ପଣ କରିଥିବା ନୁଓ୍ବାନିଡୁ ଫର୍ନାଣ୍ଡୋ ଟପ୍‌ ସ୍କୋରର ରହିବା ସହିତ ୫୦ ରନ୍‌ ସ୍କୋର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଶଲ ମେଣ୍ଡିସ ୩୪ ଓ ଦୁନିଥ ଓ୍ବେଲାଲାଗେ ୩୨ ରନ୍‌ର ଇନିଂସ ଖେଳିଥିଲେ। ଏକଦା ୧ ଉଇକେଟରେ ୧୦୨ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ପରବର୍ତ୍ତୀ ୫୧ ରନରେ ୭ ଉଇକେଟ ହରାଇଥିଲା। ୧୫୨ ରନରେ ୭ ଉଇକେଟର ପତନ ଘଟିଥିଲେ ମଧ୍ୟ ଓ୍ବାନିନ୍ଦୁ ହସରଙ୍ଗା ୨୧, ଦୁନିଥ ଓ୍ବେଲାଲାଗେ ୩୨, କସୁନ୍‌ ରଜିଥା ୧୭ ଓ ଚାମିକା କରୁଣାରତ୍ନେଙ୍କ ୧୭ ରନ୍‌ ବଳରେ ଭ୍ରମଣକାରୀ ଦଳ ୨୧୫ ରନରେ ପହଞ୍ଚିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ କୁଲଦୀପ୍‌ ଯାଦବ ୩ଟି ଲେଖାଏ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମ୍ରାନ୍‌ ମଲିକ ୨ ଓ ଅକ୍ଷର ପଟେଲ ଗୋଟିଏ ଉଇକେଟ ନେଇଥିଲେ। ଅନ୍ୟପଟେ ଲୋକେଶ ରାହୁଲ ଅପରାଜିତ ଧୈର୍ଯ୍ୟପୂର୍ଣ୍ଣ ୬୪ ରନ୍‌ କରିବା ସହିତ ଭାରତକୁ ବିଜୟୀ କରିଥିଲେ। ଦୁଇ ଓପନର ରୋହିତ ଶର୍ମା(୧୭) ଓ ଶୁବମାନ ଗିଲ୍‌(୨୧) ଭାରତକୁ ଏକ ଦ୍ରୁତ ଆରମ୍ଭ ପ୍ରଦାନ କରିଥିଲେ। ୪୧ ରନ୍‌ ମଧ୍ୟରେ ଉଭୟ ଓପନର ପ୍ୟାଭିଲିୟନ୍‌ ଫେରିଥିବା ବେଳେ ଗତ ମ୍ୟାଚର ଶତକ ହାସଲକାରୀ ବିରାଟ କୋହଲି(୪) ମଧ୍ୟ ବିଫଳ ହୋଇଥିଲେ। ଶ୍ରେୟସ ଆୟାର (୨୮) ପୁଣି ଏକ ଭଲ ଆରମ୍ଭ ପାଇଥିଲେ ହେଁ ଏହାକୁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ୮୬ ରନରେ ୪ ଉଇକେଟ ହରାଇ ଭାରତ ସଙ୍କଟରେ ପଡିଥିବା ବେଳେ ଅସୀମ ଧୈର୍ଯ୍ୟର ପରିଚୟ ଦେଇଥିଲେ ଲୋକେଶ ରାହୁଲ। ଅପରାଜିତ ୬୪ ରନର ଇନିଂସ ଖେଳିବା ସହିତ ସେ ଭାରତକୁ ବିଜୟୀ କରିଥିଲେ। ୧୦୩ ବଲର ଏହି ଇନିଂସରେ ୬ ଚୌକା ସାମିଲ ଥିଲା। ଶ୍ରୀଲଙ୍କା ପକ୍ଷରୁ ଚାମିକା କରୁଣାରତ୍ନେ ଓ ଲାହିରୁ କୁମାରା ୨ଟି ଲେଖାଏ ଉଇକେଟ ନେଇଥିଲେ। ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଆଗୁଆ ଜିତି ନେଇଥିବା ବେଳେ ଅନ୍ତିମ ମ୍ୟାଚଟି ବର୍ତ୍ତମାନ ଏହାର ଗୁରୁତ୍ୱ ହରାଇଛି। କୁଲଦୀପ ଯାଦବଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri