ସରିଲାନି ରାଜପଥ ମରାମତି, ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର,୩।୧(ବ୍ୟୁରୋ):ହକି ପୁରୁଷ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମଧ୍ୟଦେଇ ଖୋର୍ଦ୍ଧା-କଟକକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୬ ଉନ୍ନତିକରଣ ତଥା ମରାମତି କାର୍ଯ୍ୟ ଡିସେମ୍ବର ଶେଷସୁଦ୍ଧା ସରିବ। ସର୍ଭିସ ରୋଡ୍‌ ସହ ସହର ଭିତରେ ଥିବା ବିଭିନ୍ନ ରାସ୍ତା, ଡ୍ରେନ୍‌, ଫୁଟ୍‌ପାଥ, ବ୍ୟାରିକେଡ୍‌, ବ୍ରିଜ୍‌ର ଆବଶ୍ୟକ ମରାମତି, ଉନ୍ନତି ସହ ଜବରଦଖଲ ଉଚ୍ଛେଦ, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସେବାମୂଳକ କାର୍ଯ୍ୟ ଶେଷ କରିବାକୁ ଭୁବନେଶ୍ୱର ଉନ୍ନୟକ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚଆଇ) ପକ୍ଷରୁ ପ୍ରାୟୋରିଟି ରୋଡ୍‌ ନେଟ୍‌ଓ୍ବର୍କ (ପିଆର୍‌ଏନ୍‌) ମାଧ୍ୟମରେ ଚାଲିଥିବା ରାଜପଥ ମରାମତି ଓ ଉନ୍ନତିକରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂହ ପରାମର୍ଶ ଦେଇଥିଲେ। ତେବେ କଣ୍ଟ ପୂରଣ ହୋଇଥିଲେ ମଧ୍ୟ ଏସବୁ କାମ ଅଧାପନ୍ତରିଆ ରହିଛି। ଅନେକ ସ୍ଥାନରେ ରାସ୍ତାକଡ଼ରୁ କେବଳ ଜବଦରଦଖଲ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଆନୁସଙ୍ଗିକ ତଥା ପରବର୍ତ୍ତୀ କାର୍ଯ୍ୟ ଆଗେଇପାରି ନାହିଁ। ସେହିପରି ସହରସାରା ନିର୍ମାଣ ତଥା ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳେ ପ୍ରତିଦିନ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପର୍ଯ୍ୟଟନ ଋତୁ ଚାଲୁଥିବାରୁ ଏହି ସମସ୍ୟା ଦ୍ୱିଗୁଣିତ ହେଉଛି। ଅତ୍ୟାବଶ୍ୟକ ନ ଥିଲେ ଡିସେମ୍ବର ୧ ପରେ କୌଣସି ଏଜେନ୍ସି ବା ବିଭାଗ ରାଜପଥରେ ଖୋଳାଖୋଳି ନ କରିବା ପାଇଁ କୁହାଯାଇଥିଲେ ମଧ୍ୟ ମାସ ଶେଷ ପର୍ଯ୍ୟନ୍ତ ଖୋଳାପୋତା ଚାଲିଛି। ଓଭରବ୍ରିଜ ଉପରେ ଦିନରାତି କାମ ଚାଲିଥିଲେ ମଧ୍ୟ ମରାମତି ସରୁନାହିଁ। କଳିଙ୍ଗ ଷ୍ଟାଡ଼ିୟମ୍‌ ଗେଟ୍‌-୯ ସମ୍ମୁଖରେ ନିର୍ମାଣ ଓ ଭଗ୍ନାବଶେଷର ଗଦାହୋଇ ରହିଛି। ଓ୍ବାଟ୍‌କୋ, ଗେଲ୍‌, ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କାମ ଚାଲିଛି। ଯୋଜନା ମୁତାବକ ଏମ୍‌ସ ରୋଡ଼ରେ ଆଲୋକୀକରଣ, ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଫୁଟପାଥ୍‌ ମରାମତି, ଲେନ୍‌ ମାର୍କିଂ, ଡୁମୁଡୁମା ନିକଟରେ ଭାଙ୍ଗିରୁଜି ଯାଇଥିବା ଗ୍ରୀଲ୍‌ ମରାମତି, ସିଆର୍‌ପି ଛକରେ ଡ୍ରେନ୍‌ ମରାମତି ଓ ବ୍ୟାରିକେଡ୍‌ ମରାମତି କାର୍ଯ୍ୟ ହାତକୁ ନିଆଯାଇଥିଲେ ଅଧିକାଂଶ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। ଉତ୍ତର ଜୋନ୍‌ର ୧୬.୨୧ କି.ମି. ରାସ୍ତା, ଦକ୍ଷିଣ-ପୂର୍ବ ଜୋନ୍‌ର ୨ଟି ଡିଭିଜନରେ ଯଥାକ୍ରମେ ୧୬.୯୪ କି.ମି. ଏବଂ ୨୨.୪୩ କି.ମି. ରାସ୍ତା ଓ ପାରିପାର୍ଶ୍ୱିକ ଉନ୍ନତିକରଣ କରାଯିବାର ଯୋଜନା ରହିଥିଲା। ଦକ୍ଷିଣ-ପଶ୍ଚିମ ଜୋନର ୨୩.୬୭ କି.ମି. ରାସ୍ତାର ମରାମତି ତଥା ଆନୁସଙ୍ଗିକ ସୌନ୍ଦର୍ଯ୍ୟକରଣ ମଧ୍ୟ ସମାପ୍ତ ହୋଇପାରିନାହିଁ। ନିର୍ଦ୍ଧାରିତ ସମୟ ମଧ୍ୟରେ ପାଦଚଲା ରାସ୍ତା ପ୍ରସ୍ତୁତି, ସ୍ବଚ୍ଛତା, ବ୍ୟାରିକେଡିଂ, ରେଲିଂ ମରାମତି, ବିଭିନ୍ନ ସର୍ଭିସ୍‌ ରୋଡ୍‌ରେ ଲେନ୍‌ ମାର୍କିଂ, ଭାଙ୍ଗିଯାଇଥିବା ବ୍ରିଜ୍‌ ଏବଂ କର୍ବ୍‌ର ମରାମତି ତଥା ବିଭିନ୍ନ ସ୍ଥାନରେ ହଟିଯାଇଥିବା ସାଇନେଜ୍‌ ମରାମତି ସହ ନୂତନ ସାଇନେଏଜ୍‌ ସ୍ଥାପନ ଓ ରଙ୍ଗ କାର୍ଯ୍ୟ ମଧ୍ୟ ଶତପ୍ରତିଶତ ହୋଇପାରିନାହିଁ। ଅନ୍ୟପଟେ ଡ୍ରେନ୍‌ ସଫେଇ, ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ସହ ଆଲୋକୀକରଣ, ରାସ୍ତାରେ ସୃଷ୍ଟି ହୋଇଥିବା ବିଭିନ୍ନ ପାଥ୍‌ହୋଲର ମରାମତି କାର୍ଯ୍ୟ କେବେ ସରିବ ତାହା ମଧ୍ୟ ଅସ୍ପଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ମା’ଙ୍କ ଆଶିଷ ପାଇଁ ୪୫ ବର୍ଷର ପ୍ରତୀକ୍ଷା ଅନ୍ତ: ଜମିଲା ଆଦିବାସୀଙ୍କ ‘ଟୋକିମରା’ ପର୍ବ, ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ

ଥୁଆମୂଳ ରାମପୁର, ୨୯।୧୨ (ଦୁର୍ଗା କୀର୍ତ୍ତି): ବଣ ପାହାଡ଼ ଘେରା କଳାହାଣ୍ଡିର ଶାନ୍ତ ପରିବେଶ ଏବେ ମାଦଳର ତାଳେ ତାଳେ ଉତ୍ସବମୁଖର। କଳାହାଣ୍ଡି ଜିଲା ଥୁଆମୂଳ...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

ନୁଆବର୍ଷ ପାଇଁ ହେଉଥିଲା କଫ ସିରପ୍‌ ଚାଲାଣ: ମାଡ଼ି ବସିଲା ପୋଲିସ

ପାଟଣାଗଡ଼ ୨୯ା୧୨ (ସଚ୍ଚିଦାନନ୍ଦ ମହାକୁର)- ବେଆଇନ ଭାବେ କଫ ସିରପ୍‌ ଚାଲାଣ ଘଟଣାରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ନ୍ୟାଶନାଲ କବାଡ଼ି ପ୍ରତିଯୋଗିତା, ଶିବପ୍ରସାଦଙ୍କ ରାଇପୁର ଗସ୍ତ

ଗଞ୍ଜାମ,୨୯ା୧୨(ବିଦ୍ୟାଧର ସାହୁ): ଜାନୁଆରୀ ୬ରେ ରାଇପୁର ଭିଲାଇର ରାଜକୁମାର କଲେଜରେ ନ୍ୟାଶନାଲ ଇଭେଣ୍ଟ କବାଡ଼ି ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଗଞ୍ଜାମର ପାଳିବନ୍ଧ ପଞ୍ଚାୟତ ଗୋଖର...

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri