Posted inଜାତୀୟ

୩୧% ମହିଳାଙ୍କ ପାଖରେ ଫୋନ୍‌

ନୂଆଦିଲ୍ଲୀ,୭।୧୨: ଭାରତରେ ୩୧% ମହିଳାଙ୍କ ନିକଟରେ ନିଜସ୍ବ ଫୋନ୍‌ ରହିଛି। ପୁରୁଷଙ୍କ ତୁଳନାରେ ମହିଳାମାନେ କମ୍‌ ସଂଖ୍ୟାରେ ଫୋନ୍‌ ବ୍ୟବହାର କରୁଥିବା ଅକ୍ସଫାମ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଦେଶରେ ମୋଟ ୬୦% ପୁରୁଷଙ୍କ ପାଖରେ ଆଣ୍ଡ୍ରଏଡ୍‌ ଫୋନ୍‌ ରହିଛି। ଅକ୍ସଫାମ୍‌ର ‘ଇଣ୍ଡିଆ ଇନ୍‌ଇକ୍ୱାଲିଟି ରିପୋର୍ଟ ୨୦୨୨: ଡିଜିଟାଲ ଡିଭାଇସ୍‌’ ରିପୋର୍ଟରେ ୨୦୨୧ ଶେଷ ପର୍ଯ୍ୟନ୍ତ ହସ୍ତଗତ ତଥ୍ୟକୁ ନେଇ ଏହା ପ୍ରସ୍ତୁତ ହୋଇଛି। ଡିଜିଟାଲ ଇନ୍‌ଇକ୍ୱାଲିଟିଭିତ୍ତିରେ କରାଯାଇଥିବା ଅଧ୍ୟୟନ ଅନୁସାରେ ମହିଳାମାନେ ବ୍ୟବହାର କରୁଥିବା ଫୋନ୍‌ ସାଧାରଣ ଭାବେ କମ୍‌ ମୂଲ୍ୟର ହୋଇଥିବାବେଳେ ପୁରୁଷ ଦାମୀ ଓ ଅଧିକ ଫିଚରଯୁକ୍ତ ଫୋନ୍‌ ବ୍ୟବହାର କରୁଛନ୍ତି। ଫୋନ୍‌ ବ୍ୟବହାର କ୍ଷେତ୍ରରେ ମହିଳାଙ୍କଠୁ ପୁରୁଷମାନେ ଆଗୁଆ। ମୋବାଇଲ୍‌ରେ ଉପଲବ୍ଧ ଡିଜିଟାଲ ସର୍ଭିସ୍‌ ସହିତ ଇଣ୍ଟରନେଟ୍‌ର କମ୍‌ ବ୍ୟବହାର ମହିଳାମାନେ କରୁଛନ୍ତି। ଷ୍ଟଡି ରିପୋର୍ଟ ମୁତାବକ ଭାରତରେ ମାତ୍ର ଏକ ତୃତୀୟାଂଶ ମହିଳା ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଆୟ, ଜାତି, ଶିକ୍ଷା ଓ ଅଞ୍ଚଳକୁ ନେଇ ସେଣ୍ଟ୍ରାଲ୍‌ ଅଫ୍‌ ମୋନିଟରିଂ ଇଣ୍ଡିଆ ଇକୋନୋମି (ସିଏମ୍‌ଆଇଇ) ଏବଂ ନ୍ୟାଶନାଲ ସାମ୍ପୁଲ୍‌ ସର୍ଭେ (ଏନ୍‌ଏସ୍‌ଏସ୍‌)ର ତଥ୍ୟ ଅନୁସାରେ ଅକ୍ପଫାମ୍‌ ଉକ୍ତ ରିପୋର୍ଟ ତିଆରି କରିଛି। ୧୦୦ ଜଣଙ୍କ ଭିତରୁ ମାତ୍ର ୫୭.୨୯% ଲୋକ ଇଣ୍ଟରନେଟ୍‌ ସବ୍ସକ୍ରାଇବର ହୋଇଥିବାବେଳେ ଗ୍ରାମାଞ୍ଚଳରେ ଏହା ୩୪% ରହିଛି। ଦେଶରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଆର୍ଥିକ ଉନ୍ନତି ହେଲେ ଯାଇ ଡିଜିଟାଲ ଟ୍ରାନ୍ସଫରମେଶନ୍‌ ଘଟିବ ବୋଲି ଅକ୍ସଫାମ ଇଣ୍ଡିଆ ସିଇଓ ଅମିତାଭ ବେହର ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri