Posted inଜାତୀୟ

ଟିଏମ୍‌ସି ମୁଖପାତ୍ର ଗିରଫ

ଜୟପୁର,୬।୧୨: ଗୁଜରାଟ ପୋଲିସ ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ନିକଟ ସାକେଟ ଗୋଖଲେଙ୍କୁ ଗିରଫ କରିଛି। ଗିରଫ ସମ୍ପର୍କରେ ସୂଚନା ଟିଏମସି ନେତା ତଥା ରାଜ୍ୟ ସଭା ଏମ୍‌ପି ଡେରେକ ଓ’ବ୍ରାଇନ ଦେଇଛନ୍ତି। ସେ କହିଛନ୍ତି, ସାକେଟ ଗୋଖଲେ ସୋମବାର ରାତି ୯ ଟାରେ ନୂଆଦିଲ୍ଲୀରୁ ଜୟପୁର ଅଭିମୁଖେ ଯାତ୍ରା କରିଥିଲେ। ସେ ଜୟପୁରରେ ଅବତରଣ କରିବା ମାତ୍ରେ ଗୁଜରାଟ ପୋଲିସ ତାଙ୍କୁ ଜୟପୁର ବିମାନବନ୍ଦରରୁ ଉଠାଇ ନେଇଥିଲା। ମଙ୍ଗଳବାର ଅପରାହ୍ନ ୨ଟାରେ ସାକେଟ ଗୋଖଲେ ତାଙ୍କ ମା’ଙ୍କୁ ଫେଶନ କରି ପୋଲିସ ତାଙ୍କୁ ଅହମ୍ମଦାବାଦକୁ ନେଉଥିବାର କହିଥିଲେ। ପୋଲିସ ତାଙ୍କୁ ଦୁଇ ମିନିଟର ଫୋନ କଲ କରିବାକୁ ଦେଇଥିଲା। ତା’ପରେ ଫୋନ ଜବତ କରାଯାଇଛି।
ମୋରବି ବ୍ରିଜ ଭୁଶୁଡ଼ିବା ଉପରେ ସାକେଟଙ୍କ ଟୁଇଟ୍‌କୁ ନେଇ ଅହମ୍ମଦାବାଦ ସାଇବର ସେଲ ସହ ମିଳିତ ଭାବେ ଏକ ମାମଲା ରୁଜୁ ହୋଇଥିଲା। ଗୋଖଲେ ଆରଟିଆଇ ମାଧ୍ୟମରେ ଦାବି କରିଥିଲେ, ମୋରବି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଗତ, ଇଭେଣ୍ଟ ପରିଚାଳନା ଏବଂ ଫଟୋଗ୍ରାଫି ପାଇଁ ୫.୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସରକାର ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩୫ ଜଣଙ୍କ ପରିବାରକୁ ମାତ୍ର ଚାରି ଲକ୍ଷ କ୍ଷତିପୂରଣ ପ୍ରଦାନ କରିଥିବାବେଳେ ଏହା ମୋଟ ପାଞ୍ଚ କୋଟି ଅଟେ। ପ୍ରଧାନମନ୍ତ୍ରୀସ୍‌ଙ୍କ ଇଭେଣ୍ଟ ପରିଚାଳନା ଖର୍ଚ୍ଚ ୧୩୫ ଜଣଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣଠାରୁ ଅଧିକ ଅଟେ।
ଡେରେକ କହିଛନ୍ତି, ଏସବୁ ତୃଣମୂଳ କଂଗ୍ରେସ ଏବଂ ବିରୋଧୀଙ୍କୁ ଚୁପ୍‌ ରହିବାକୁ ଦେବ ନାହିଁ। ଭାରତୀୟ ଜନତା ପାର୍ଟି ରାଜନୈତିକ ପ୍ରତିଶୋଧକୁ ଅନ୍ୟ ସ୍ତରକୁ ନେଇଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri